୩ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ, ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଦାବିପତ୍ର

ପାଟପୁର,୨୨ା୫- ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ୩ ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପୋଖରୀ ଓ ଭଙ୍ଗା ନଳକୂପରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୨୦୦ ପରିବାରରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ୩ ବର୍ଷ ତଳେ ୪୦ ହଜାର ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ଉଦ୍‌ଘାଟନର ପ୍ରାୟ ୧୦ ଦିନ ପରେ ପାଇପ ଫାଟିଯିବା ସହ ପମ୍ପ ଅଚଳ ହୋଇଯାଇଥିଲା। ଏହାକୁ ସଜାଡିବାକୁ ଆଉ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଲେନାହିଁ। ଗୁରୁବାର ଗ୍ରାମର ମନୋଜ କୁମାର ବିଷୋୟୀ, ଅଜିତ କୁମାର ବେହେରା, ରାମହରି ଗୌଡ଼, ବାବୁଲା ଗୌଡ଼, ସୁନୀଲ ବେହେରା ପ୍ରମୁଖ ସାନଖେମୁଣ୍ଡି ବ୍ଲକରେ ପହଞ୍ଚତ୍ ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଉପମା ଘଡ଼ାଇଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଅଚଳ ପାନୀୟଜଳ ପ୍ରକଳ୍ପ ସଜାଡି ଗ୍ରାମରେ ଜଳ ଯୋଗାଣ ପାଇଁ ପ୍ରଶାସନ ପଦକ୍ଷେପ ନନେଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ମାସେ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ଯନ୍ତ୍ରୀ ଘଡାଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନରେ ୧୪ ଦିନ ପୂରଣ କରିଥିବା ପ୍ରବାସୀଙ୍କୁ ଟଙ୍କା ବାଣ୍ଟିଲେ ଗଞ୍ଜାମ ଜିଲାପାଳ

ଶେରଗଡ଼,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକକୁ ପରିଦର୍ଶନରେ ଯାଇ ଖମାର କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଥିଲେ। ଉକ୍ତ କେନ୍ଦ୍ରରେଥେିବା ପ୍ରବାସୀଙ୍କର...

ବିଦେଶ ଗସ୍ତରୁ ଫେରିଲେ ନବୀନ: ଆଜି ଘୋଷଯାତ୍ରାରେ ଯୋଗଦେବେ

ଭୁବନେଶ୍ୱର,୧ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ଶେଷ କରି ଗୁରୁବାର ଓଡ଼ିଶା ଫେରିଛନ୍ତି। ସେ ଶୁକ୍ରବାର ପୁରୀଠାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ...

ସରିଲା କନକ ଦୁର୍ଗାଙ୍କ ଘଟ ପରିକ୍ରମା

ବ୍ରହ୍ମପୁର ଅଫିସ,୯।୫: ବ୍ରହ୍ମପୁର ଶିଳ୍ପାଞ୍ଚଳ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ବୁଢ଼ୀ ଠାକୁରାଣୀ ଯାତ୍ରାର ଦ୍ୱାଦଶ ଦିବସ ବିତିଛି। ରବିବାର ରାତ୍ରରୁ ମା’ଙ୍କ ଘଟ ପରିକ୍ରମା...

ରାଜଧାନୀରେ ଖଣ୍ଡା ବୁଲାଇ ଆତଙ୍କ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ହାତରେ ଧରିଥିଲେ ଖଣ୍ଡା ଓ ଷ୍ଟିଲ୍‌ ପାଇପ। ହାବୁଡ଼ରେ ଯାହା ପଡୁଥିଲା ହାଣୁଥିଲେ, ଭାଙ୍ଗୁ ଥିଲେ। ସ୍ଥାନୀୟ ଲୋକ ଓ କମିଶନରେଟ ପୋଲିସକୁ ଇଙ୍ଗିତ କରି...

ଝିଅ ଶାଶୁଘରେ ପଶି ଜ୍ୱାଇଁଙ୍କୁ ମାଡ଼, ସ୍ତ୍ରୀଙ୍କ ସମେତ ୪ ଅଟକ

ସଜନାଗଡ଼,୨୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବହରମ୍‌ପୁର ଥାନା ଅଧୀନ ଗରଡ଼ିହି ପଞ୍ଚାୟତ କଳାକାତ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁରଘର ଲୋକଙ୍କ...

ସିଲ୍‌ ହେଲା ଆଉଏକ ନକଲି ଗୁଟ୍‌ଖା କାରଖାନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ):  ପୁରୁଣା ଆଇସ୍‌କ୍ରିମ ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ଗୁଟ୍‌ଖା ଓ ଜର୍ଦ୍ଦା କାରଖାନା। ବେଆଇନ ଭାବେ ହେଉଥିଲା କୋଟି କୋଟି ଟଙ୍କାର କାରବାର। ସୋମବାର...

ମୋ ବସ୍‌କୁ ୨ ବର୍ଷ: ଆଜି ନିରାଡ଼ମ୍ବର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୬।୧୧ (ବ୍ୟୁରୋ): ‘ମୋ ବସ୍‌’ ସେବାକୁ ଇତି ମଧ୍ୟରେ ଦୁଇବର୍ଷ ପୂରିଛି। ରାଜଧାନୀ ଭୁବନେଶ୍ୱର ସମତେ କଟକ, ଖୋର୍ଦ୍ଧା, ପୁରୀ ଓ କୋଣାର୍କରେ ଯାତ୍ରୀଙ୍କୁ ଭରସାଯୋଗ୍ୟ...

କୋଭିଡ୍‌ ଗାଇଡ୍‌ଲାଇନ ନ ମାନିବାରୁ ସିଲ୍‌ ହେଲା ୨ ଦୋକାନ

ଝାରସୁଗୁଡା ଅଫିସ୍‌,୪।୪: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା...

Advertisement
Archives

Model This Week