୨ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଠାକୁରମୁଣ୍ଡା,୨୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଦୁବପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକଙ୍କୁ ବିଦ୍ୟାଳୟରୁ ତୁରନ୍ତ ବଦଳି କରିବା ଦାବିରେ ଗ୍ରାମବାସୀମାନେ ବିଦ୍ୟାଳୟର ଶ୍ରେଣୀ ଗୃହରେ ତାଲା ପକାଇ ଦେଇଛନ୍ତି। ଏଥିଯୋଗୁଁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳକୁ ଏବିଇଓ ଯାଇ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଥିବା ବେଳେ ଶିକ୍ଷକ ବଦଳି ନ ହେବାଯାଏ ତାଲା ଝୁଲି ରହିବ ବୋଲି ସେମାନେ ଜିଦ ଧରି ରହିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସବିତକାନ୍ତ ସୋରେନ ଏବଂ ସହକାରୀ ଶିକ୍ଷକ ସପନ କୁମାର ମହାନ୍ତ ନିଜ ଇଛା ଅନୁସାରେ ବିଦ୍ୟାଳୟକୁ ଯିବାଆସିବା କରିବା ସହିତ ପିଲାମାନଙ୍କୁ ପାଠ ନ ପଢ଼ାଇ ନିଜ କାର୍ଯ୍ୟରେ ବ୍ୟସ୍ତ ରହି ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି। ଏଥିନେଇ ଗ୍ରାମବାସୀ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଶ୍ରେଣୀ ଗୃହଗୁଡ଼ିକରେ ତାଲା ପକାଇ ଦେଇଥିଲେ। ବ୍ଲକ ଶିକ୍ଷାଅଧିକାରୀ ଛୁଟିରେ ଥିବାରୁ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଭାଗୀରଥି ମହାନ୍ତି ଓ କାୟା ମୁର୍ମୁ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମବାସୀ ଜିଦ୍‌ରେ ଅଟଳ ରହିବାରୁ ଶିକ୍ଷା ବିଭାଗର ଅଧିକାରୀମାନେ କୌଣସି ନିଷ୍ପତ୍ତି ନେଇ ପାରି ନ ଥିଲେ। ବିଇଓ ଛୁଟିରେ ଥିବାରୁ ଏହାର ସମାଧାନ ହୋଇ ପାରି ନାହିଁ ବୋଲି ଏବିଇଓ ପ୍ରକାଶ କରିଛନ୍ତି । ତେବେ ଶ୍ରେଣୀ ଗୃହଗୁଡିକରେ ତାଲା ପଡ଼ିବା ଯୋଗୁଁ ଛାତ୍ରୀଛାତ୍ରମାନଙ୍କର ପାଠ ପଢାରେ ଅସୁବିଧା ସୃଷ୍ଟି ହୋଇଛି। ଏହି ବିଦ୍ୟାଳୟରେ ମୋ


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ୨୮ ଗେଟ୍‌

ସମ୍ବଲପୁର,୧୫।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍‌...

ରେକର୍ଡ ନିଶାରେ ଦିବ୍ୟଜ୍ୟୋତି

କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...

ସିଂହଦ୍ୱାରରେ ଜମିଲା ମେଳଣ

ପୁରୀ ଅଫିସ, ୧୦ା୧୦: ଶେଷ ହୋଇଛି ଦଶହରା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ମୃଣ୍ମୟୀ ଦୁର୍ଗାଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ...

ଜଙ୍ଗଲ ଜମି କିସମ ପରିବର୍ତ୍ତନ ଏକ ବାହାନା

ଯାଜପୁର ଅଫିସ,୬ା୪: ବ୍ରାହ୍ମଣୀ ନଦୀ ଉପରେ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଟିଭ ଏଜେନ୍ସି(ଜେଆଇସିଏ) ବା ଜାଇକା ଅଧୀନ ରେଙ୍ଗାଲି ବହୁମୁଖୀ ଯୋଜନା ସାରିବାକୁ ବିଭାଗୀୟ ସମୟସୀମା ଘୁଞ୍ଚତ୍...

CORONAVIRUS UPDATE: ଯାଜପୁରରୁ ଆଉ ୨ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି

ଭୁବନେଶ୍ୱର, ୨।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶନିବାର ଅପରାହ୍ନରେ ଯାଜପୁରରୁ ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ସମସ୍ୟାରେ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ରସୁଲପୁର,୧୩।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ଅଧୀନରେ ପରିଚାଳିତ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)ରେ ନାନା ସମସ୍ୟା ଲାଗିରହିଛି। ହେଲେ ପ୍ରଶାସନିକ ଦୃଷ୍ଟି ଦିଆଯାଉ...

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବଡବିଲ, ୨୩।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ସେଡିଂ ଅଞ୍ଚଳର ସୁଜାତା କାରୁଆ ନାମ୍ନୀ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଯୌତୁକ ନିର୍ଯାତନା ସହି...

ମେଳିରେ ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ

ଆର.ଉଦୟଗିରି,୧୭।୭(ଡି.ଏନ୍‌.ଏ.): ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ। ଗଜପତି ଜିଲା ମୋହନା ବ୍ଲକରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ଅନୁଯାୟୀ, ମୋନହା ବ୍ଲକ ଅଧୀନ...

Advertisement
Archives

Model This Week