୨ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା

ପୁରୀ ଅଫିସ,୨୬ା୩: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ଟଙ୍କା। ଗୁରୁବାର ଟେଣ୍ଡର ମାଧ୍ୟମରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦାକୁ ଚୟନ କରାଯାଇଛି। ବର୍ଷିକିଆ ୬.୨୬ ପ୍ରତିଶତ ସୁଧ ହାରରେ ଏହି ଦୁଇଟି ବ୍ୟାଙ୍କ ୨୮୭ କୋଟି ଟଙ୍କାକୁ ସମାନ ଭାବେ ବାଣ୍ଟି ରଖାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।

ମହାପ୍ରଭୁଙ୍କ ଟଙ୍କା ଜମା ରଖିବାକୁ ନେଇ ସାନି ଟେଣ୍ଡର ହୋଇଥିଲା । ଏଥିରେ ଭାଗ ନେବା ଲାଗି ୧୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ଗୁରୁବାର ପୂର୍ବାହ୍ନ ୧୧ଟା ସମୟ ଅବଧି ରହିଥିବା ବେଳେ ୧୦ଟି ବ୍ୟାଙ୍କ ଏଥିରେ ଭାଗ ନେଇଥିଲେ । ସର୍ବାଧିକ ୬.୨୬ ପ୍ରତିଶତ ସୁଧ ଦେବା ପାଇଁ ଉପରୋକ୍ତ ଦୁଇ ବ୍ୟାଙ୍କ ଟେଣ୍ଡର ପକାଇଥିଲେ । ତେଣୁ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କାକୁ ସମାନ ଭାବେ ଦୁଇ ବ୍ୟାଙ୍କରେ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି ।

ସୂଚନାଥାଉ କି, ୟେସ୍‌ ବ୍ୟାଙ୍କରୁ ଗତ ୧୯ ତାରିଖରେ ୩୮୯ କୋଟି ଟଙ୍କା ଆସିଥିଲା। ଏଥିରୁ ଫାଉଣ୍ଡେଶନ ଫଣ୍ଡ ୧୦୨ କୋଟି ଟଙ୍କା ଏସ୍ବିଆଇରେ ରଖାଯାଇଥିବା ବେଳେ କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ୨୮୭ କୋଟି ଟଙ୍କା ପାଇଁ ଏହି ଟେଣ୍ଡର ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପେଟରୁ ବାହାରିଲା ୮ କେଜି ୯୦୦ ଗ୍ରାମର ପଥୁରି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.): ଗତ ସପ୍ତାହରେ ଜଣେ ଯୁବକଙ୍କ ପେଟରୁ ଅସ୍ତ୍ରୋପଚାର କରାଯାଇ ଅଧ କେଜି ଓଜନର ପଥୁରି ବାହାରିଥିବା ବେଳେ ସୋମବାର ଜଣେ ମହିଳାଙ୍କ ପେଟରୁ...

ଅବହେଳାରୁ ପୁଣି ହିଂସା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ମତଦାନବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଚରଣବିଧିର ଖୋଲାଖୋଲି ଉଲ୍ଲଂଘନ ସହ ବୁଥ୍‌ ଜବରଦଖଲ, ଭୋଟ ବାକ୍ସ ଲୁଟ୍‌, ପ୍ରିଜାଇଡିଂ ଅଫିସର, ଖବରଦାତାଙ୍କୁ...

ଧରାପଡ଼ିଲା ଖୁଣ୍ଟ ଚୋରି ଗ୍ୟାଙ୍ଗ୍‌

ରାସୋଳ, ୬।୪(ଡି.ଏନ୍‌.ଏ.) – ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀ ଦିନବେଳା ଯେଉଁ ସବୁ ଖୁଣ୍ଟ ପୋତୁଥିଲା, ସେସବୁକୁ ରାତିରେ ଯୋଜନାବଦ୍ଧ ଭାବେ ଗ୍ୟାସ୍‌...

ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌ସକୁ ହସ୍ତାନ୍ତର

ବାରଙ୍ଗ,୨୫ା୧୦(ଡି.ଏନ୍‌.ଏ.) : ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମେଣ୍ଢାଶାଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଜୁଆସ୍ଥିତ ଏମ୍‌ସ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଗୁରୁବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ବୈଠକରେ ଏହି...

ପ୍ରଶାସନ ଦେଖାଇଲା ତତ୍ପରତା: ପୁଣିଥରେ ସହର ଜଗିବ ସିସିଟିଭି

ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ପୌରାଞ୍ଚଳରେ ଅଚଳ ହୋଇପଡ଼ିଥିବା ସିସିଟିଭିଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବାକୁ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଥିବା ସିସିଟିଭିଗୁଡ଼ିକର ମରାମତି...

୬ ଅଲିଭ୍‌ ରିଡ୍‌ଲେଙ୍କୁ ଟ୍ୟାଗିଂ

ବ୍ରହ୍ମପୁର ଅଫିସ/ଗଞ୍ଜାମ(ଡି.ଏନ୍‌.ଏ.),୧୩ା୧: ଜୁଲୋଜୀକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ଓ ବ୍ରହ୍ମପୁର ବନଖଣ୍ଡ ମିଳିତ ଆନୁକୂଲ୍ୟରେ ଅଲିଭ୍‌ରିଡ୍‌ଲେଙ୍କୁ ମଙ୍ଗଳବାର ଟ୍ୟାଗିଂ କରିଛି। ଟ୍ୟାଗ୍‌ଗୁଡିକ ସ୍ବତନ୍ତ୍ର ଭାବରେ ସଂଖ୍ୟାଭୁକ୍ତ ହୋଇଛି...

ସବୁଦିନ ଚାଲିବ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ବତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ୱର,୪ା୯(ବ୍ୟୁରୋ): ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ବତନ୍ତ୍ର ଏକ୍ସପ୍ରେସ ଶୁକ୍ରବାରଠାରୁ ସପ୍ତାହରେ ୫ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି।...

୭୫ କେଜି ଗଞ୍ଜେଇ ଜବତ, ୩ ଆନ୍ତଃ ରାଜ୍ୟ ବ୍ୟବସାୟୀ ଗିରଫ

ନୟାଗଡ଼ ଅଫିସ,୧୧।୪: ନୟାଗଡ଼ ଟାଉନ ଥାନା ପୋଲିସ ମଙ୍ଗଳବାର ଭୋର ସମୟରେ ଖୋର୍ଦ୍ଧା ରାସ୍ତାର ସତ୍‌ସଙ୍ଗ ବିହାରଠାରୁ ଏକ କାର ସହ ୭୫ କେଜି ଗଞ୍ଜେଇ...

Advertisement
Archives

Model This Week