୨ ପରିବାର ମଧ୍ୟରେ ସଂଘର୍ଷ, ୬ ଆହତ

ଭଞ୍ଜନଗର,୧୦ା୧୦(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ତୁରୁମରେ ସୋମବାର ରାତିରେ ୨ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୬ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଦୀପ ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟଆହତମାନେ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେବାପରେ ବୁଧବାର ଗ୍ରାମକୁ ଫେରିଛନ୍ତି ପୋଲିସ ଏନେଇ ଉଭୟ ପକ୍ଷର ୪ଜଣଙ୍କୁ ବୁଧବାର ଥାନାକୁ ନେଇ ତଦନ୍ତ ଚଳାଇଛି। ଘଟଣାକୁ ନେଇ ୨ ରାଜନୈତିକ ଦଳ ଫାଇଦା ନେବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରକାଶ ଯେ, ନିରାକାର ଦାସ ଓ ପ୍ରଦୀପ ପଣ୍ଡାଙ୍କ ପରିବାର ମଧ୍ୟରେ କିଛିଦିନ ହେଲା କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା। ସୋମବାର ରାତିରେ ୩ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ନିରାକାର ଓ ତାଙ୍କ ୨ ପୁଅ ଆହତ ହୋଇଥିଲେ। ବିପକ୍ଷ ଗୋଷ୍ଠୀର ପ୍ରଦୀପ, ଭାଗ୍ୟ ଓ ବିଜୟ ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଉଭୟ ପକ୍ଷରୁ ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲିକୁ ଧରିପାରୁନି ଅସଲି ପୋଲିସ

ବ୍ରହ୍ମପୁର ଅଫିସ,୧୭।୪: ବ୍ରହ୍ମପୁର ସହରରେ ନକଲି ପୋଲିସର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ସେଲ୍ସଟ୍ୟାକ୍ସ ଛକରେ ଗତ ୩ ତାରିଖ ସ୍ପଷ୍ଟ ଦିବାଲୋକରେ ଘଟିଥିଲା।...

ରକ୍ତଭଣ୍ଡାର ଖାଲି, ଆବଶ୍ୟକଠାରୁ ସଂଗ୍ରହ କମ୍‌

ବ୍ରହ୍ମପୁର ଅଫିସ୍‌,୧୭ା୪-ବ୍ରହ୍ମପୁର ବଡ଼ମେଡ଼ିକାଲ୍‌ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତ ଖାଲି ହେବାରେ ଲାଗିଛି । ଏପରିକି ଅତ୍ୟାବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ଦେବା ପାଇଁ ରକ୍ତ...

ଅମାନିଆଙ୍କ ଗଣିଲେ ୫ ହଜାର ଜରିମାନା

ବୁଗୁଡ଼ା,୨୨ା୫(ଡି.ଏନ.ଏ.)- ବୁଗୁଡ଼ା ସହରରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଲକଡାଉନ ନିୟମକୁ ମାନି ଚଳିବା ପାଇଁ ବାରମ୍ବାର ମାଇକ ଦ୍ୱାରା ସଚେତନ କରାଯାଉଥିଲେ ମଧ୍ୟ ଅଧିକାଂଶ ଲୋକେ...

ଛତ୍ରପୁର ନଗର ବିଜେଡି ସଭାପତିଙ୍କ ଇସ୍ତଫା

ଛତ୍ରପୁର,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଜିଲା ବିଜେଡି...

ବହୁ ଆଗରେ ସୂର୍ଯ୍ୟ ପାତ୍ର

ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି...

ବର୍ଷା, ପବନରେ ଦାରିଙ୍ଗବାଡ଼ି ବେହାଲ : ତହସିଲଦାର, ବିଡିଓଙ୍କ ଘଟଣାସ୍ଥଳ ପରିଦର୍ଶନ

ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ବର୍ଷା, ପବନ ଏବଂ କୁଆପଥର ବୃଷ୍ଟିରେ ଅଞ୍ଚଳ ବେହାଲ ହୋଇପଡ଼ିଛି । ଏଥିରେ...

ବ୍ରହ୍ମପୁରରେ ସୁଧୁରିନି ପାଣି ସମସ୍ୟା : ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ ନିର୍ଦ୍ଦେଶ

ଛତ୍ରପୁର,୨୦ା୧୦(ଡି.ଏନ.ଏ)-ବ୍ରହ୍ମପୁର ମହାନଗର ନିଗମରେ ପାଣି ସମସ୍ୟା ଦୂର କରିବା ପାଇଁ ବ୍ୟୟ ବହୁଳ ଜାନିବିଲି ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଏହି ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲେ ହେଁ...

ଘରକୁ ଘର ବୁଲି ସ୍କ୍ରିନିଂ ବେଳେ୪ ଦିନ ହେବ ଶଟଡାଉନ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ବୁଧବାର ଠାରୁ ସହରାଞ୍ଚଳରେ ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ ହେବ। ସ୍କ୍ରିନିଂ ସମୟରେ ଆବଶ୍ୟକତାକୁ ଦେଖି...

Advertisement
Archives

Model This Week