୨ ଦିନରେ ୩ ହଜାର ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା

ଭୁବନେଶ୍ୱର,୩୧ା୩(ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣକୁ ଏଡ଼ାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ସବୁ ବନ୍ଦ ହେବା ଯୋଗୁ ଲୋକେ ଖାଦ୍ୟପେୟର ଅଭାବ ଦେଖାଯାଇଥିଲା। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ଗରିବଙ୍କୁ ୪ମାସର ଆଗୁଆ ଭତ୍ତ ଦେବା ପାଇଁ ଘୋଷଣା କରିଥିଲେ। ସରକାରଙ୍କ ଏହି ନିର୍ଦ୍ଦେଶକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଳନ କରି ବିଏମ୍‌ସିର ୩ ଜୋନ୍‌ରେ ସେମାବାରଠାରୁ ଆଗୁଆ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୩ ଜୋନର ଜୋନାଲ ଡେପୁଟି କମିଶନରଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ସୁଦ୍ଧା ଚିହ୍ନଟ ହୋଇଥିବା ୩ହଜାର ହିତାଧିକାରୀଙ୍କୁ ୪ମାସର ଆଗୁଆ ଭତ୍ତା ବଣ୍ଟନ ହୋଇଛି। ଏହା ଆସନ୍ତା ଏପ୍ରିଲ୍‌ ୧୨ ତାରିଖ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟ ଶେଷ ହେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ସୂଚନାଯୋଗ୍ୟ, ସରକାରଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ପକ୍ଷରୁ ସବୁ ୱାର୍ଡରେ ଗୋଟିଏ ଦିନ ଲେଖାଏ ଭତ୍ତା ବଣ୍ଟନ କରାଯିବାକୁ ସ୍ଥିର କରାଯାଇଥିବାବେଳେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇଛି। ଭତ୍ତା ବଣ୍ଟନ ସମୟରେ କିପରି ହିତାଧିକାରୀମାନେ ସାମାଜିକ ଦୂରତା ବଜାୟ ରଖିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ଯଥାଶୀଘ୍ର ସାରିବା ପାଇଁ କମିଶନର ଚୌଧାରୀ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ୩ ଜୋନରେ ୩୧ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି। ସୋମବାର ପ୍ରଥମ ଦିନରେ ଉତ୍ତର ଜୋନରେ ପାଖାପାଖି ୫୦୦, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଜୋନରେ ୫୦୦ରୁ ୭୦୦ ହିତାଧିକାରୀ ଭତ୍ତା ପାଇଥିବା ବେଳେ ମଙ୍ଗଳବାର ମଧ୍ୟ ସମାନ ସଂଖ୍ୟା ରହିଥିବା ୩ ଜୋନର ଜୋନାଲ ଡେପୁଟି କମିଶନରଙ୍କ ନିକଟରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୧୧୭୮ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୪୬ ଶିଶୁ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୧୭୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୪,୩୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଆଜି ରାଜ୍ୟରୁ ୮୯ ପଜିଟିଭ୍‌ ଚିହ୍ନଟ, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୯୨୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଘୁଞ୍ଚିଲା ଓଜେଇଇ ଆବେଦନ ତାରିଖ

ଭୁବନେଶ୍ୱର,୨୦।୩(ବ୍ୟୁରୋ):ମେ’ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଜେଇଇ ପରୀକ୍ଷା (ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେଶନ) ପାଇଁ ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା...

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କେନ୍ଦ୍ର...

୭ ପାନ୍ଥିକା, ପାନ୍ଥ ନିବାସକୁ ଲିଜ୍‌ରେ ନେବ ଘରୋଇ ସଂସ୍ଥା

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗର ୭ଟି ସ୍ଥାନରେ ଥିବା ପାନ୍ଥନିବାସ, ଯାତ୍ରୀ ନିବାସ ଗୁଡିକୁ ଘରୋଇ ସଂସ୍ଥାକୁ ଲିଜରେ ଦେବାକୁ ନିଷ୍ପତ୍ତି ନେଇଛି। ସେଗୁଡିକ...

ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ...

ସଂଘର୍ଷର ସନ୍ତକ ଦେଲା ‘୧୯’

କଟକ ଅଫିସ, ୧-୧:ପିଲାଟି ବେଳୁ ସଂଘର୍ଷ କଲି। ସଂଘର୍ଷ ମୋ’ ପିଛା ଛାଡ଼ିନି କି କେବେ ସଂଘର୍ଷମୟ ଜୀବନ ବଞ୍ଚିବାକୁ ମୁଁ ଡରିନି। ବର୍ଷବର୍ଷ ଧରି...

CORONAVIRUS UPDATE: ରାଜ୍ୟରୁ ଆଜି ସର୍ବାଧିକ ୪୨୪୧ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୭ ହଜାର ଟପିଲା

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଗୁରୁବାର ମୋଟ୍‌ ୩୦ ଜିଲାରୁ ୪,୨୪୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୬୭, ୧୬୧ରେ...

Advertisement
Archives

Model This Week