୨ ଘଣ୍ଟା ବର୍ଷାରେ ନୟାଗଡ଼ ମ୍ୟୁନିସିପାଲିଟି ୧ ନମ୍ବର ୱାର୍ଡ ବେହାଲ

ନୟାଗଡ଼ ଅଫିସ,୧୪।୭-ଶନିବାର ଅପରାହ୍ନରେ ନୟାଗଡରେ ୨ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ନୟାଗଡ଼ ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡ଼ ବେହାଲ ହୋଇଯାଇଛି। ନୟାଗଡ଼ ପୂର୍ତ୍ତ ବିଭାଗ ଲେନ୍‌ରେ ରହୁଥିବା ଅଧିକାଂଶ ବ୍ୟକ୍ତିଙ୍କ ଘରେ ପାଣି ପଶି ଯାଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ୱାର୍ଡ଼ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏ ଦିଗରେ କୌଣସି ସମାଧାନ କରୁ ନ ଥିବାରୁ ଏହିଭଳି ଅସୁବିଧା ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଶନିବାର ହୋଇଥିବା ବର୍ଷାରେ ରାମଚନ୍ଦ୍ର ସାହୁ, ଭରତ ସାହୁ, ସେକ୍‌ ୟୁସୁ୍‌ଫ, ପ୍ରଫୁଲ୍ଲ ମିଶ୍ର, ତପନ କୁମାର ମିଶ୍ର, ରାମଚନ୍ଦ୍ର ସାହୁଙ୍କ ଘରେ ପାଣି ପଶି ଯାଇଥିଲା। ପୂର୍ବରୁ ବର୍ଷା ହେଲେ ପାଣି ଏକ ଘରୋଇ ଜମି ଦେଇ ବହି ଯାଉଥିଲା। ହେଲେ ଚଳିତ ବର୍ଷ ଉକ୍ତ ଜମିର ମାଲିକ ସେଠାରେ ରହିବାରୁ, ପାଣି ଜମି ରହୁଛି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହାର ସମାଧାନ ନ କରିବାରୁ ୱାର୍ଡ଼ବାସୀମାନେ ଏହିଭଳି ହଇରାଣ ହେଉଛନ୍ତି। ଏହାର ସମାଧାନ ନ ହେଲେ ୱାର୍ଡ଼ବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ କୁଇଣ୍ଟାଲ ହରିଣ ମାଂସ ଜବତ

ନୟାଗଡ଼ ଅଫିସ,୪।୫: ନୟାଗଡ଼ ବନଖଣ୍ଡ ପଞ୍ଚାରିଡା ରେଞ୍ଜର ବଡ଼ପୁଟଠାରେ ବୁଧବାର ୧୧ କୁଇଣ୍ଟାଲ ହରିଣ ମାଂସ ଜବତ ହୋଇଛି। ତବେ ମାଂସ ନେବା ପାଇଁ ଆସିଥିବା...

ନୟାଗଡରେ କରୋନା ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

ନୟାଗଡ଼ ଅଫିସ,୧୫ା୮-ନୟାଗଡ଼ ଜିଲାରେ ଶନିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୧ରେ ପହଞ୍ଚିଛି। ଅନ୍ୟପକ୍ଷେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।...

କାଗଜକଲମରେ ସୀମିତ ଶୌଚାଳୟ ନିର୍ମାଣ

ନୟାଗଡ଼ ଅଫିସ,୧୯।୧୧- ମଙ୍ଗଳବାର ବିଶ୍ୱ ଶୌଚାଳୟ (ପାଇଖାନା) ଦିବସ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଲିଭିଂ ନୋ ୱାନ୍‌ ବିହାଇଣ୍ଡ’। କେହି ଯେମିତି ଶୌଚାଳୟରୁ ବଞ୍ଚତ୍ତ...

ସାହିରୁ ବାସନ୍ଦ ହୋଇଥିଲେ ବୋଲି କାନ୍ଧ ଦେବାକୁ ଆସିଲେନି କେହି: ୬ ଘଣ୍ଟା ପଡ଼ିରହିଲା ମୃତଦେହ

ନୟାଗଡ଼ ଅଫିସ,୧୧।୯-ସାହି ଲୋକେ ଏକ ପରିବାରକୁ ବାସନ୍ଦ କରିଥିଲେ। ଉକ୍ତ ପରିବାରର ସୁଖଦୁଃଖରେ ସାହିଲୋକେ ସାମିଲ ହେଉ ନ ଥିଲେ। ସେମାନଙ୍କୁ ମଧ୍ୟ ସାହିର ଭଲମନ୍ଦରେ...

ଡାଲା ଅଟୋକୁ ଧକ୍କା ଦେଲା କ୍ୟାଣ୍ଟର: ଜଣେ ମୃତ, ୧୦ ଆହତ

ନୟାଗଡ଼ ଅଫିସ,୧।୨: ନୟାଗଡ଼ ଜିଲା ନୂଆ ଜଗନ୍ନାଥ ରାସ୍ତାର ଗୋଡ଼ିପଡା ଝରଣପୋଖରୀ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଡାଲା ଅଟୋକୁ...

ଚୋରାଚାଲାଣ ବେଳେ ଧାନ ବୋଝେଇ ମିନିଟ୍ରକ୍‌ ଜବତ

ଖଣ୍ଡପଡା,୨୧ା୧୨(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ ବୋଦସା ଗ୍ରାମରୁ ଶୁକ୍ରବାର ଏକ ମିନିଟ୍ରକ୍‌ ଯୋଗେ ଧାନ ଚୋରାଚାଲାଣ ହେଉଥିବାବେଳେ ନୟାଗଡ ଯୋଗାଣ ଅଧିକାରୀଙ୍କ ଦ୍ୱାରା ଧରାପଡିଛି...

ଆମ୍ବନାଳ ସେତୁର ଆପ୍ରୋଚ ରାସ୍ତା ନିର୍ମାଣ ଦାବି

ଖଣ୍ଡପଡ଼ା,୧୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ସହରରୁ ଜେଲଖାନା ଛକଦେଇ ନିକଟସ୍ଥ ବନମାଳୀପୁର ଗ୍ରାମକୁ ସଂଯୋଗ କରୁଥିବା ଆମ୍ବନାଳ ଉପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସେତୁ...

ଗାଁ ଲୋକେ ଜଗୁଛନ୍ତି ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଚୋରଙ୍କ କବଳରୁ ଗ୍ରାମବାସୀ ଜବତ କରିଥିବା ଶାଗୁଆନ କାଠ ବନବିଭାଗ ନେଇ ଯିବା ପରେ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଗୁଣ୍ଡୁରାବାରୀ ଗାଁରେ...

Advertisement
Archives

Model This Week