୨୯ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ : ପ୍ରଦର୍ଶନୀ ପଡ଼ିଆର ସୁରକ୍ଷା ଅନୁଧ୍ୟାନ କଲେ ଡିଜିପି

ଭୁବନେଶ୍ୱର, ୨୭।୫(ବ୍ୟୁରୋ:  ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆ (ଇଡ୍‌କୋ ଗ୍ରାଉଣ୍ଡ୍‌)ରେ ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମଥର ଶପଥଗ୍ରହଣ ଉତ୍ସବ ରାଜଭବନ ବାହାରେ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ରାଜ୍ୟ ତଥା ବାହାରୁ ୫ହଜାରରୁ ଊର୍ଦ୍ଧ୍ୱ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବହୁ ଶିଳ୍ପପତି, କଳାକାର ତଥା ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦେବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ନେଇ ତତ୍ପରତା ପ୍ରକାଶ ପାଇଛି। ରବିବାର ସକାଳେ ଡିଜିପି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପୋଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନଙ୍କ ସହ ବିଡିଏ କମିଶନର ଓ ଭୁବନେଶ୍ୱର ଡିସିପି ଉପସ୍ଥିତ ରହି ଆଲୋଚନା କରିଛନ୍ତି।
ଡିଜିପିଙ୍କ ସୂଚନାନୁସାରେ, ଶପଥ ଗ୍ରହଣ ଉତ୍ସବର ସୁରକ୍ଷା ଦାୟିତ୍ୱ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ଦିଆଯାଇଥିବାବେଳେ ଡିଜିପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ପଡିଆ ବାହାର ଓ ଭିତରେ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ଶହ ଅଫିସର ନିୟୋଜିତ ହେବେ। ଉତ୍ସବକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡାକଡି ଯାଞ୍ଚ କରାଯିବ। ଖୋଲା ପଡିଆରେ କାର୍ଯ୍ୟକ୍ରମ ହେଉଥିବାରୁ ଚତୁର୍ପାର୍ଶ୍ୱରେ ରହିଥିବା ଉଚ୍ଚ କୋଠାରେ ବନ୍ଧୁକଧାରୀ ପୋଲିସ ଜଗି ରହିବେ। ପଡିଆ ଉପରେ କୌଣସି ଡ୍ରୋନ୍‌ କିମ୍ବା ଅନ୍ୟ କିଛି ସନ୍ଦେହଜନକ ଜିନିଷ ଦେଖିଲେ ତୁରନ୍ତ ଗୁଳି କରି ଉଡାଇ ଦେବେ। ପଡିଆ ଚାରିପଟେ ଏକାଧିକ ଡ୍ରୋନ କ୍ୟାମେରା ଲଗାଯିବ। ଏହାର କଣ୍ଟ୍ରୋଲ ରୁମ୍‌ ପଡିଆ ଭିତରେ ରହିବ। ଅତିରିକ୍ତ ଡିସିପି ର଼୍ୟାଙ୍କ୍‌ର ୨ ଜଣ ପୋଲିସ ଅଫିସର କଣ୍ଟ୍ରୋଲ ରୁମ୍‌ରେ ରହି ସିସିଟିଭି ଫୁଟେଜ ଉପରେ ନଜର ରଖିବେ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ଡିସିପି କିମ୍ବା ଅନ୍ୟ ବରିଷ୍ଠ ପୋଲିସ ଅଫିସରଙ୍କୁ ଜଣାଇବେ।
ସେହିପରି ଉତ୍ସବ ଦିନ ଟ୍ରାଫିକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥିବାରୁ ପ୍ରଦର୍ଶନୀ ପଡିଆକୁ ସଂଯୋଗ ରାସ୍ତାରେ ଯାତାୟାତ ଉପରେ କଟକଣା ଲଗାଯିବ। ରବୀନ୍ଦ୍ର ମଣ୍ଡପ ନିକଟରୁ ବୁଦ୍ଧମନ୍ଦିର ଛକ ଓ ସେଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରାଯିବ। ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତା ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଗାଡି ପାର୍କିଂ କରାଯିବାକୁ ସ୍ଥିର କରାଯାଇଛି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଗୋଇନ୍ଦା ପୋଲିସକୁ ସଜାଗ ରହିବାକୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହେବେ ବୋଲି ଡିଜିପି ସୂଚନା ଦେଇଛନ୍ତି।
ଏନେଇ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଶପଥ ଗ୍ରହଣ ଉତ୍ସବରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଉତ୍ସବକୁ କେବଳ ପାସ୍‌ଧାରୀ ବ୍ୟକ୍ତି ଯାଇପାରିବେ। ସେମାନେ ପାସ୍‌ ଦେଖାଇବା ପରେ ଯାଞ୍ଚ କରାଯାଇ ପଡିଆ ଭିତରକୁ ପ୍ରବେଶ ପାଇଁ ସୁଯୋଗ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri