୨୭ରେ ମତ୍ସ୍ୟ ଚାଷ ସମ୍ପର୍କିତ ଜାତୀୟ କର୍ମଶାଳା: ଯୋଗଦେବେ ୩ ହଜାରରୁ ଉର୍ଦ୍ଧ୍ୱ ଚାଷୀ

ବାଲେଶ୍ୱର ଅଫିସ, ୧୫।୨-ଆସନ୍ତା ୨୭ ଓ ୨୮ ତାରିଖରେ ବାଲେଶ୍ୱରରେ ମତ୍ସ୍ୟ ଚାଷ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜିତ ହେବ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପ୍ରାଣୀଧନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଏହି ଜାତୀୟ କର୍ମଶାଳାର ରୂପରେଖ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ନୋସି ବିଜିନେସ ପାର୍କ ପରିସରରେ ଏହି କର୍ମଶାଳା ଆୟୋଜନ କରାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି ା କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟ ଚାଷୀଙ୍କ ସମେତ ବହୁ ବୈଜ୍ଞାନିକ, ବିଶେଷଜ୍ଞ ଓ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମତ୍ସ୍ୟ ଚାଷ ସମ୍ପର୍କିତ ଉନ୍ନତ ଜ୍ଞାନକୌଶଳ ଓ ଏବଂ ଅଳ୍ପ ଜମିରୁ କିପରି ଅଧିକ ଆୟ କରାଯାଇପାରିବ। ସେ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବା କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଏହାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ବିଭିନ୍ନ ଟିମ୍‌ ଗଠନ କରାଯାଇ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଉଭୟ ମଧୁର ଜଳ ଏବଂ ଲୁଣି ଜଳରେ ଉନ୍ନତ ପ୍ରଣାଳୀରେ କିଭଳି ମାଛ ଚାଷ କରାଯାଇପାରିବ ସେ ବାବଦରେ ବିଶେଷଜ୍ଞମାନେ ଏହି ଦୁଇଦିନିଆ କର୍ମଶାଳାରେ ବିସ୍ତୃତ ସୂଚନା ପ୍ରଦାନ କରିବେ। ସେହିଭଳି ମତ୍ସ୍ୟ ଚାଷୀମାନଙ୍କୁ ଏହି ଅବସରରେ କିଶାନ କ୍ରେଡ଼ିଟ୍‌ କାର୍ଡ଼ ପ୍ରଦାନ ନିମନ୍ତେ ଗୃହରେ ପ୍ରସ୍ତାବ ଦିଆଯାଇଥିଲା। ବାଲେଶ୍ୱର ଭଳି ଉପକୂଳବର୍ତ୍ତୀ ଜିଲାରେ ମତ୍ସ୍ୟ ଚାଷ ନିମନ୍ତେ ଅମାପ ସୁଯୋଗ ରହିଛି ଏବଂ ଏହା ଦ୍ୱାରା ଜିଲାର ଆର୍ଥିକ ପ୍ରଗତି ହୋଇପାରିବ ବୋଲି ମନ୍ତ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଥିଲେ। କର୍ମଶାଳା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ମନ୍ତ୍ରୀ ଜୋର୍‌ ଦେଇଥିଲେ। କର୍ମଶାଳାରେ ଚାଷୀଙ୍କ ପଞ୍ଜୀକରଣ, ଅତିଥିଙ୍କ ଅଭ୍ୟର୍ଥନା ଓ ରହିବା ବ୍ୟବସ୍ଥା, ମଞ୍ଚ ପରିଚାଳନା, ଷ୍ଟଲ ପ୍ରସ୍ତୁତି, ସଫଳ ଚାଷୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବା, ଚାଷୀମାନଙ୍କ ପାଇଁ ଋଣ ଓ ବଜାର ସୁଯୋଗର ସୃଷ୍ଟି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ସାଗର ମେହେରା, ଏସ୍‌ଟିଏ ଗୁଣମୟ ପାତ୍ର, ଏନଏଫଡ଼ିବି ହାଇଦ୍ରାବାଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବି ପ୍ରକାଶ, ବରିଷ୍ଠ ଅଧିକାରୀ ମାନସ କୁମାର ସିହ୍ନା, ରାଜ୍ୟ ସରକାରଙ୍କ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ଉମେଶ ମହାନ୍ତି, ଡିଡିଏଫ ରବିନାରାୟଣ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରା : ପାଳିଲେ ‘ବିଶ୍ୱ ମହିଳା ଦିବସ’

ସିମୁଳିଆ, ୮।୩(ଡି.ଏନ.ଏ.)-ନାରୀମାନଙ୍କୁ ସମ୍ମାନ ଓ ସଶକ୍ତୀକରଣର ବାର୍ତ୍ତା ଦେଇ ରବିବାର ପୂର୍ବାହ୍ନରେ ‘ବିଶ୍ୱ ମହିଳା ଦିବସ’ ପାଳିତ ଅବସରରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ପ୍ରୟାସ ଅନୁଷ୍ଠାନର...

ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ଖଇରା, ୩୦।୭(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ଆମ୍ବହତା କେନାଲରେ ବୁଡି ପ୍ରାଣ ହରାଇଥିବା ରଟିଣା ନୋଡାଲ ନୋଡାଲ ହାଇସ୍କୁର ଦୁଇ ଛାତ୍ରଙ୍କୁ ପରିବାରକୁ ପର୍ଯ୍ୟଟନ ଓ ସଂସ୍କୃତି...

‘ଶିଳ୍ପ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥାର ନିୟମିତ ଯାଞ୍ଚ ହେଉ’: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୧୯।୧୧-ରାଜ୍ୟର ଶିଳ୍ପସଂସ୍ଥାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇ ଚାଲିଛି। ଏହାର ପ୍ରତିରୋଧ କରିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ,...

ପୂର୍ବତନ ପ୍ରଶାସକଙ୍କ ଦେହାନ୍ତ

ଧାମନଗର,୩୦ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ବଙ୍କିମ ଚନ୍ଦ୍ର ରାଉତଙ୍କର ୮୪ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଗୁରୁବାର...

ଜନନୀ ଏକ୍ସପ୍ରେସ ଡ୍ରାଇଭରଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା: ଘରୋଇ ଭ୍ୟାନ୍‌ରେ ଗଲେ ଆସନ୍ନ ପ୍ରସବା

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ଜଣେ ଆସନ୍ନ ପ୍ରସବାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଆସିଥିବା...

ଡମ୍ପର ଧକ୍କାରେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ଜୀବନଗଲା

ବନ୍ତ,୨୯ା୫(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଆଗରପଡ଼ା-କୁପାରୀ ରାସ୍ତାର କାଣ୍ଡବା ପୋଲ ନିକଟସ୍ଥ ପେଟ୍ରୋଲ ଟାଙ୍କି ଛକ ନିକଟରେ ବୁଧବାର ସକାଳ ସାଢ଼େ...

ବେଆଇନ ବାଣ କାରଖାନା ଠାବ : ୧୦ହଜାର ଟଙ୍କାର ସାମଗ୍ରୀ ଜବତ, ଜେଲ୍‌ ଗଲେ ଅଭିଯୁକ୍ତ

ରୂପ୍‌ସା,୧୩।୧୦(ଡି.ଏନ.ଏ.)-ବେଆଇନ ଭାବେ ବାଣ ନିର୍ମାଣ ଓ ବିକ୍ରି ଉପରେ କଟକଣା ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଜିଲାର ବିଭିନ୍ନ ସ୍ଥାନରେ...

ମୃତ୍ୟୁର ୧୫ ବର୍ଷ ପରେ ବି ମିଳିଲାନି ନ୍ୟାୟ: ଟାଟା ସ୍ପଞ୍ଜ କାରଖାନା ଆଗରେ ଧାରଣା

ଯୋଡ଼ା, ୧୭।୫ (ଢି.ଏନ.ଏ.) – କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ୧୫ ବର୍ଷରୁ...

Coronavirus Update


Archives

Model This Week

Why Dharitri