୨୭ବର୍ଷ ପରେ ଗାଁକୁ ଫେରିଲେ ଆର୍ତ୍ତତ୍ରାଣ

ବାଲିଅନ୍ତା, ୭ା୧୧(ଡି.ଏନ୍‌.ଏ.) ଗତ ୨୭ବର୍ଷ ପୂର୍ବେ ଘରୁ ଲୁଚିପଳାଇଥିବା ଜଣେ ବ୍ୟକ୍ତି ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗ୍ରାମକୁ ଫେରିଛନ୍ତି। ସେ ହେଲେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଭିଙ୍ଗାରପୁର ଶାସନ ଗ୍ରାମର ଶିବ ମହାନ୍ତି ଓ ସୀତା ମହାନ୍ତିଙ୍କ ଦ୍ୱିତୀୟ ପୁଅ ଆର୍ତ୍ତତ୍ରାଣ ମହାନ୍ତି(୫୬)। ସୁଦୂର ମଥୁରାରେ ଦୀର୍ଘ ବର୍ଷ ଧରି ରହିବା ପରେ ନିଜ ଜନ୍ମମାଟିକୁ ବାହୁଡ଼ିଛନ୍ତି ଆର୍ତ୍ତତଣ। ଏତେ ବର୍ଷ ପରେ ଆର୍ତ୍ତତ୍ରାଣ ଫେରିଥିବାରୁ ବହୁ ବନ୍ଧୁବାନ୍ଧବଙ୍କ ସମେତ ଗଁାଲୋକଙ୍କ ଭିଡ଼ ଜମିଥିବାବେଳେ ପରିବାର ଲୋକଙ୍କୁ ପାଖରେ ଦେଖି ସେ ଆତ୍ମବିଭୋର ହୋଇପଡିଥିଲେ। ଯୁବକ ସମୟରେ ଆର୍ତ୍ତତ୍ରାଣ ସୌଖିନ ଜୀବନ ବିତାଉଥିଲେ। ତେବେ ପରିବାରରେ ଆର୍ଥତ୍କସ୍ଥିତି ଦୁର୍ବଳ ହୋଇପଡିବାରୁ ତାଙ୍କ ମା ବାପା ସବୁବେଳେ ରୋଜଗାର କରିବାକୁ କହୁଥିଲେ। ଫଳରେ ମାଟ୍ରିକ ପାସ ପରେ ଆର୍ତ୍ତତ୍ରାଣ କିଛିଦିନ ଛୋଟ ପିଲାଙ୍କୁ ପାଠ ପଢ଼ାଉଥିଲେ। ତଥାପି ମା’ଙ୍କ ସବୁଦିନିଆ ଗାଳି ଓ ଆକଟ ଶୁଣିବାକୁ ପଡୁଥିଲା। ଶେଷରେ ସେ ରାଗିଯାଇ ୧୯୯୩ରେ କାହାକୁ କିଛି ନ କହି ଘରୁ ପଳାଇଥିଲେ। କିଛିଦିନ କେନ୍ଦ୍ରାପଡ଼ାରେ ରହିବା ପରେ ଶେଷରେ ମଥୁରା ସହରକୁ ପଳାଇଥିଲେ। ସେଠାକୁ ଯାଇ ଷ୍ଟେଶନରେ ସେଭଳି କିଛିଦିନ କଟାଇଥିଲେ। ପରେ ଜଣେ ସହୃଦୟ ବ୍ୟକ୍ତି ଏକ ଫଳଦୋକାନରେ ମଜୁରିଆ ଭାବେ ରଖିଥିଲେ। ଅପରପକ୍ଷେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ପାଇପାରି ନ ଥିଲେ। ଶେଷରେ ମାବାପା, ଭାଇମାନେ ସେ ବଞ୍ଚତ୍ଥିବା ଆଶାଛାଡ଼ି ଦେଇଥିଲେ। ନିଖୋଜ ପୁଅକୁ ଝୁରି ଝୁରି ଶେଷରେ ମାବାପା ଦେହତ୍ୟାଗ କରିଥିଲେ। ଗତ ୩ଦିନ ତଳେ ଆର୍ତ୍ତତ୍ରାଣ ମଥୁରାରୁ ଟ୍ରେନ ଯୋଗେ ଆସି ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ପ୍ରାୟ ଦୁଇ ଦିନ ପରେ ଭିଙ୍ଗାରପୁର ଆସୁଥିବା ଏକ ଗାଡ଼ିରେ ବସି ଘରକୁ ଫେରିଥିଲେ। ଗଁାରେ ପହଞ୍ଚତ୍ବାବେଳେ ତାଙ୍କର ଅଧିକ ଦାଢ଼ି, ମଇଳା ପ୍ୟାଣ୍ଟ ଶାର୍ଟ ପିନ୍ଧିଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଗ୍ରାମବାସୀ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଭାବିଥିଲେ। ଗ୍ରାମର କେତେଜଣ ଲୋକଙ୍କୁ ଚିହ୍ନିବା ସହ ଜଣେ ମହିଳାଙ୍କୁ ଜାଣିପାରି ତାଙ୍କ ନାମ ଆରତି ବୋଲି ଡାକିଥିଲେ। ମହିଳା ଜଣଙ୍କ ମଧ୍ୟ ତାଙ୍କୁ ଆର୍ତ୍ତତାଣ ବୋଲି ଜାଣି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହି କଥା ଗ୍ରାମରେ ପ୍ରଚାର ହେବା ପରେ ତାଙ୍କୁ ଦେଖିବା ପାଇଁ ଭିଡ ଜମିଥିଲା। ଏ ନେଇ ଆର୍ତ୍ତତ୍ରାଣଙ୍କୁ ଭେଟିବାରୁ କୁହନ୍ତି, ଗାଳି ଦେବାରୁ ଘରୁ ପଳାଇଯାଇଥିଲି। ପରେ ପରିବାର ଓ ଗାଁ କଥା ବାରମ୍ବାର ମନେ ପଡୁଥିଲା। ଏହି କଥା ମାଲିକଙ୍କୁ ଜଣାଇବାରୁ ସେ ୧୫୦୦ଟଙ୍କା ଦେଇ ଟ୍ରେନରେ ବସାଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାବିଷୁବ ସଂକ୍ରାନ୍ତି, ପଣା ପିଇ ନବବର୍ଷ ପାଳିବେ ଓଡ଼ିଆ

ଭୁବନେଶ୍ବର,୧୪।୪; ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ଆଜିର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିଲ୍‌ ବାକିଥିଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବନି

ଭୁବନେଶ୍ୱର,୧୪।୪(ସୁନିତ୍‌ ମିଶ୍ର): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୋମବାର ନିର୍ଦ୍ଦେଶ ଦେଇଛନ୍ତି, ୨୦୨୬ର ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍‌ ବିଲ୍‌ ଥିଲେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ୪୧ ଡିଗ୍ରୀ ଟପିଲା ତାତି, ୧୮ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୩ା୪(ବନ୍ଦନା ସେଠୀ): ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହରରେ ପରିଣତ…

ଆଜି ଭୁବନେଶ୍ୱର ପାଳୁଛି ପ୍ରତିଷ୍ଠା ଦିବସ, ଏହି ଦିନରେ…

ଭୁବନେଶ୍ୱର,୧୩ା୪: ଆଜି ଅର୍ଥାତ୍‌ ସୋମବାର ୭୯ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ଆଜି ରାଜଧାନୀ ୭୮ ତମ ପ୍ରତିଷ୍ଠା ଦିବସ ପାଳି ୭୯ ବର୍ଷକୁ ଅଗ୍ରସର…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri