୨୬ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୫ା୧୧: ପୁରୀ ସହରରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏବେ ଏଥିରେ ମହିଳା ମାନଙ୍କୁ ବ୍ୟବହାର କରାଯାଉଛି। ଫଳରେ କଲେଜ ବିଦ୍ୟାର୍ଥୀ, ଯୁବପିଢି ବର୍ତ୍ତମାନ ନିଶା ସେବନ କରି ବିପଥଗାମୀ ହେଉଛନ୍ତି। ସହର ଗଳିକନ୍ଦିରେ ଏହି ବେପାର ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ଚୋର କଳିକତା ଏବଂ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଶୁକ୍ରବାର ପୁରୀ ଅବକାରୀ ପୋଲିସ ବଳିଆପଣ୍ଡା ବିନାୟକ ବସ୍ତିରୁ ୨୬ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୁକୁ ମଣ୍ଡଳ(୪୫)ଙ୍କୁ ଗିରଫ କରିଛି। ଖୁକୁ ଓ ତାଙ୍କ ସ୍ବାମୀ ଗୋଲଖ ମୂଳତଃ ବଙ୍ଗଳାଦେଶ ବାସିନ୍ଦା ହୋଇଥିବାବେଳେ ଏହି ବସ୍ତିରେ ରହି ବ୍ରାଉନସୁଗାର ସହ ନିଶା କାରବାର କରୁଥିବା ଅବକାରୀ ପୋଲିସ ସୂଚନା ଦେଇଛି। ଜବତ ବ୍ରାଉନସୁଗାରର ହାରାହାରି ମୂଲ୍ୟ ୩ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ଅବକାରୀ ଆଇଆଇସି ବିକାଶ କୁମାର ନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ପ୍ରକାଶ କୁମାର ସାହୁ, ସନ୍ତୋଷ କୁମାର ନାୟକଙ୍କୁ ନେଇ ଗଠିତ ଏକ ଟିମ୍‌ ଗ୍ରାହକ ସାଜି ଉକ୍ତ ଅଞ୍ଚଳରେ ଚଢାଉ କରିଥିଲେ। ଖୁକୁ ଏକ ପୁଡ଼ିଆ ପ୍ୟାକେଟ ଧରି ଛକରେ ବିକ୍ରି କରୁଥିଲେ। ଏହି ସମୟରେ ବ୍ରାଉନସୁଗାର କିଣବା ବାହାନରେ ତାଙ୍କୁ ଧରିଥିଲେ।
ସେହିପରି ବେଆଇନ ମଦ ବିକ୍ରି ଅଭିଯୋଗରେ ଅବକାରୀ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଜବତ ୨୧ଶହ ଲିଟର ଗୁଡପୋଚ ଓ ୨ଶହ ଲିଟର ରନ୍ଧା ମଦ ନଷ୍ଟ କରାଯାଇଛି। ଗିରଫ ମାନେ ସୁରେନ୍ଦ୍ର ବେହେରା(୪୨), ରବି ନାୟକ(୪୫), ରବିନ୍ଦ୍ର ପ୍ରଧାନ(୪୦)। ଶୁକ୍ରବାର ପୁରୀ ଅବକାରୀ ପୋଲିସ ଚନ୍ଦନପୁର, ବୀରନରସିଂହପୁର, ବାଲି ନୋଲିଆ ସାହି ପ୍ରଭୃତି ସ୍ଥାନରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri