‘୨୫ ଦିନରେ ଶୁଟିଂ ସରିଥିଲା’

ସାମୁଦ୍ରିକ ଜାହାଜର କ୍ୟାପଟେନ୍‌ ଓ ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଡେପୁଟି ଆଡ୍‌ଭାଇଜର ସହ ଇଣ୍ଟରନ୍ୟାଶନାଲ ମାରିଟାଇମ୍‌ ଅର୍ଗାନାଇଜେଶନ୍‌(ଆଇଏମ୍‌ଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି ଅଶୋକ ମହାପାତ୍ର। ଚଳଚ୍ଚିତ୍ର ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ମହାପାତ୍ର ଅବସର ପରେ ନିଜକୁ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ସାମିଲ କରିଛନ୍ତି। କେବଳ ପ୍ରଯୋଜନା ନୁହେଁ, ଚଳଚ୍ଚିତ୍ର କାହାଣୀ ଲେଖନାରେ ମଧ୍ୟ ମନୋନିବେଶ କରିଛନ୍ତି। ସ୍ବର୍ଗତ ପିତା ଉମାକାନ୍ତ ମହାପାତ୍ର ଲେଖିଯାଇଥିବା କିଛି ପୁସ୍ତକକୁ ନେଇ ଏବେ ଚଳଚ୍ଚିତ୍ର ନିର୍ମାଣ କରୁଥିବାବେଳେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଜୋସେଫ୍‌ (ବର୍ନ ଇନ୍‌ ଗ୍ରେସ୍‌)’ ବିଶ୍ୱର ସର୍ବବୃହତ୍ତ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ଦୌଡ଼ରେ ସାମିଲ ହୋଇଛି। ଏହି ଅବସରରେ ଧରିତ୍ରୀ ପକ୍ଷରୁ ଅଶୋକଙ୍କ ସହ ସ୍ବତନ୍ତ୍ର ଆଳାପ।
‘ଜୋସେଫ୍‌’ ଚଳଚ୍ଚିତ୍ରର ବିଷୟବସ୍ତୁ ଓ ସ୍ବତନ୍ତ୍ରତା କ’ଣ?
– ଚଳଚ୍ଚିତ୍ରର ବିଷୟବସ୍ତୁ ଏକ ଅନାଥ ଶିଶୁ ଜୋସେଫ୍‌ ଏବଂ ମିଶନାରୀ ଡକ୍ଟର ଫାଦର ଓ’ହାରାଙ୍କ ଉପରେ ଆଧାରିତ। ଜୋସେଫ୍‌ କିଭଳି ଫାଦର ଓ’ହାରା ଏବଂ କେୟାରଟେକର ମୌଲାରାମଙ୍କ ଦ୍ୱାରା ବଡ଼ ହେଉଛି ଓ ପରବର୍ତ୍ତୀ ସମୟରେ ଏକ ଖରାପ ବାଟକୁ ଚାଲିଯାଉଛି, ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ହେଲେ ଶେଷରେ ସେ ନିଜ ଭୁଲ ବୁଝିପାରି ଭଲବାଟକୁ ଫେରିଆସୁଛି। ତାହାକୁ ଏକ ଭିନ୍ନଶୈଳୀରେ ଫିଲ୍ମରେ ଦର୍ଶାଯାଇଛି।
ଭାବିଥିଲେ କି ପ୍ରଥମ ଚଳଚ୍ଚିତ୍ର ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେବ?
– ସବୁ ନିର୍ଦ୍ଦେଶକ ଓ ପ୍ରଯୋଜକ ଚାହଁାନ୍ତି ତାଙ୍କ ଚଳଚ୍ଚିତ୍ର ଓସ୍କାର ଦୌଡ଼ରେ ସାମିଲ ହେଉ। ହେଲେ ସମସ୍ତଙ୍କୁ ସେହି ସୁଯୋଗ ମିଳେନି। ସତ କଥା କହିବାକୁ ଗଲେ, ମୁଁ ଆଶା କରିଥିଲି ଏହା ପୁରସ୍କୃତ ହେବ। ହେଲେ ଓସ୍କାର ଦୌଡ଼ରେ ରହିବ ବୋଲି କେବେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି।
ଚଳଚ୍ଚିତ୍ରର ବିଷୟବସ୍ତୁ କେଉଁଠାରୁ ଆଣିଥିଲେ ?
– ଚଳଚ୍ଚିତ୍ରର ବିଷୟବସ୍ତୁ ମୋ ବାପା ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲେଖାଯାଇଛି। ଏହି ଚଳଚ୍ଚିତ୍ରଟି ମୁଁ ତାଙ୍କ ପାଇଁ ତିଆରି କରିଛି। ଏହା ମୋ ବାପାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ସେ ଚାକିରିରୁ ଅବସର ନେବା ପରେ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ଅନେକ ଲେଖା ମଧ୍ୟରୁ ଏହା ଅନ୍ୟତମ।
ଚଳଚ୍ଚିତ୍ରର ବଜେଟ କେତେ ଥିଲା ଓ ନିର୍ମାଣରେ କିଛି ସମସ୍ୟା ହୋଇଥିଲା କି?
– ଅନ୍ୟ ଚଳଚ୍ଚିତ୍ରଗୁଡ଼ିକୁ ଦେଖିବାକୁ ଗଲେ ଜୋସେଫ୍‌ର ବଜେଟ ବହୁତ୍‌ କମ୍‌। ବଜେଟ୍‌ କଥା କହି କିଛି ଲାଭ ନାହିଁ। ଏହାବ୍ୟତୀତ ଚଳଚ୍ଚିତ୍ରର କାଷ୍ଟିଂ ଗ୍ରୁପ୍‌ ବି ଏତେ ବଡ଼ ନ ଥିଲା। ତେଣୁ ବଜେଟ୍‌କୁ ନେଇ କିଛି ସମସ୍ୟା ହେଲାନାହିଁ। ହେଲେ ଉତ୍ତରାଖଣ୍ଡର ହିମାଳୟ ପାହାଡ଼ ଉପରେ ଶୁଟିଂ କରିବା ସମୟରେ ସେଠାକୁ ଖାଇବା, ରହିବା ଓ ଉପକରଣ ନେଇଯିବାରେ ବହୁ ସମସ୍ୟା ହୋଇଥିଲା।
ହିମାଳୟ ପାହାଡ଼ ଓ ରାଣିଖେଟ୍‌ରେ ଚଳଚ୍ଚିତ୍ରର ଅଧିକାଂଶ ଭାଗ ଶୁଟ୍‌ ହୋଇଛି। ଶୁଟିଂ ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ କ’ଣ ଥିଲା?
– ଶୁଟିଂ ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା କାମ କରୁଥିବା ସମସ୍ତ କର୍ମଚାରୀଙ୍କ ଧ୍ୟାନ ରଖିବା। କିଛି ବି ଭୁଲ ହୋଇଯାଉଥିଲା ଯଦି ସେସବୁକୁ ପୁଣି ଠିକ୍‌ କରିବାକୁ ବହୁତ୍‌ ସମୟ ଲାଗୁଥିଲା। ଶୁଟିଂସ୍ଥଳରୁ ବଜାର ୨ ଘଣ୍ଟାର ବାଟଥିଲା। ସେଥିପାଇଁ ଆମକୁ ସବୁ ଭାବିଚିନ୍ତି କରିବାକୁ ପଡ଼ୁଥିଲା। ସବୁଠୁ ବଡ଼ କଥାହେଲା ସମସ୍ତ କଳାକାର ଓ କର୍ମଚାରୀମାନେ ଏସବୁ ଦିଗ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇଥିଲେ।
ଓଡ଼ିଶା ଛାଡ଼ି ବାହାରେ ଶୁଟିଂ କରିବାର କିଛି ସ୍ବତନ୍ତ୍ର କାରଣ ଥିଲା କି?
– ଓଡ଼ିଶାରେ ସମସ୍ତ ସୁବିଧା ଉପଲବ୍ଧ ହୋଇପାରି ନ ଥାନ୍ତା। ଚଳଚ୍ଚିତ୍ରଟି ନିର୍ମାଣ ହେବାକୁ ବର୍ଷେ ଲାଗୁଛି। କିନ୍ତୁ ଦେଖିବାକୁ ଗଲେ ଆମେ ମାତ୍ର ୨୫ଦିନରେ ଶୁଟିଂ କରିଛୁ। ତେଣୁ ଶୁଟିଂ ପାଇଁ ସ୍ଥାନ ଓ ତା’ ସହ ସମସ୍ତ ସୁବିଧା ଓଡ଼ିଶା ବାହାରେ ଉପଲବ୍ଧ ଥିଲା। ଯେଉଁଥିପାଇଁ ଅନିଚ୍ଛାସତ୍ତ୍ୱେ ମଧ୍ୟ ରାଜ୍ୟ ବାହାରେ ଶୁଟିଂ କରିଥିଲୁ।
ଚଳଚ୍ଚିତ୍ର ନିର୍ମାଣ ହେବାଠାରୁ ପରଦାକୁ ଆସିବା ଯାଏ ଆପଣଙ୍କ ଅନୁଭୂତି କେମିତି ଥିଲା?
– ଅନୁଭୂତି ସବୁ ଭଲ ହିଁ ରହିଛି। ଚାକିରିରୁ ଅବସର ନେବା ପରେ ବାପାଙ୍କ ଲିଖିତ ପୁସ୍ତକକୁ ଜୀବଦାନ ଦେବା ପାଇଁ ମୁଁ ଚଳଚ୍ଚିତ୍ର ନିର୍ମାଣ କଥା ଭାବିଥିଲି। ଆଉ ସବୁସ୍ତରରେ ମତେ ଭଲ ଅନୁଭୂତି ମିଳିଛି। ଚଳଚ୍ଚିତ୍ରର କଳାକାରଙ୍କ ସହିତ ମୁଁ ସବୁବେଳେ ଯୋଡ଼ି ହୋଇ ରହୁଥିଲି। ଏହା ମୋ ପାଇଁ ଏକ ନୂଆ ଅନୁଭୂତି ଥିଲା।
ଜାତୀୟସ୍ତରରେ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ଚିହ୍ନଟ ହୋଇପାରୁନି। ସେନେଇ କ’ଣ କହିବେ?
– ଜାତୀୟସ୍ତରରେ ଆଗେଇପାରୁନି ବୋଲି କହିବିନି। ବରଂ ମୁଁ କହିବି ଯେ, ଯିଏ ବି ଚଳଚ୍ଚିତ୍ର ନିର୍ମାଣ କରିବା କଥା ଭାବୁଛନ୍ତି, ଗୋଟିଏ ଭଲ ବିଷୟବସ୍ତୁ ଓ ଭଲ ଲକ୍ଷ୍ୟ ନେଇ ଚଳଚ୍ଚିତ୍ର ନିର୍ମାଣ କରନ୍ତୁ। ଚଳଚ୍ଚିତ୍ରଟି ନିଶ୍ଚୟ ଆପଣଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ଓ ପରିଚୟ ପାଇବ।
ଆଗକୁ କ’ଣ ଯୋଜନା ଅଛି?
-ଏହା ପରେ ସେଭଳି କିଛି ଯୋଜନା ନାହିଁ। ତଥାପି କିଛି ନୂଆ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା କଥା ମନରେ ଅଛି। ଦେଖାଯାଉ କ’ଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?