୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୁଳ ଗ୍ରାମରେ।
ପ୍ରକାଶ ଯେ, ଗ୍ରାମର ପୂର୍ଣଚନ୍ଦ୍ର ଭୁଜବଳ ଦୀର୍ଘ ୨୨ ହେବ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ତେବେ ମହାମାରୀ କରୋନା ଯୋଗୁ ଗତ କିଛିଦିନ ତଳେ ପୂର୍ଣ୍ଣଚନ୍ଦ୍ର ଗାଁକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏହା ଜଣାପଡ଼ିବା ପରେ ପରିବାର ଲୋକଙ୍କଠାରୁ ଆରମ୍ଭ କରି ସାଙ୍ଗସାଥି, ପରିଜନ ସମସ୍ତେ ତାଙ୍କୁ ଦେଖା କରିବାକୁ ଚାହିଁ ବସିଥିଲେ। କିନ୍ତୁ ପୁଅକୁ ଦେଖିବା ପାଇଁ ସବୁଠାରୁ ବେଶୀ ବ୍ୟାକୁଳ ହୋଇପଡ଼ିଥିଲେ ତାଙ୍କ ମା’ । ଶନିବାର ପୂର୍ଣ୍ଣଚନ୍ଦ୍ରଙ୍କର କ୍ୱାରାଣ୍ଟାଇନ ଅବଧି ଶେଷ ହେବା ପରେ ପରିବାର ସମେତ ସାଙ୍ଗସାଥି ସାମାଜିକ ଦୂରତା ଅବଲମ୍ବନକରି ତାଙ୍କୁ ଘରକୁ ପାଛୋଟି ନେଇଥିଲେ। ପୁଅକୁ ପାଖରେ ପାଇ କିଛି ସମୟ ପାଇଁ ତାଙ୍କ ମା’ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ । ଦୀର୍ଘ ୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ପାଖରେ ପାଇ ମା’ ଏବଂ ପରିବାର ଲୋକେ ଖୁସି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ୮୦ ହଜାର ଟଙ୍କା ସହ ସୁନାଗହଣା ଲୁଟି ୩ ଗିରଫ

କଣ୍ଟାପଡ଼ା,୨୭ା୧୧(ଡି.ଏନ୍‌.ଏ.): କଟକ ଜିଲା ଅଧିନସ୍ଥ ଅଡ଼ଶପୁର ବଜାରରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ମହିଳାଙ୍କଠାରୁ ସୁନାଗହଣା ଓ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ଓଲଟପୁର...

ବଜ୍ରପାତରେ ଛାତ ଫାଟିଲା

ବୁଗୁଡ଼ା,୧୭ା୬(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ଅନ୍ତର୍ଗତ କୁଆନଳା ଗ୍ରାମରେ ଶନିବାର ମଧ୍ୟରାତିରେ ବଜ୍ରପାତ ହେବାରୁ ରଞ୍ଜନ ବେହେରାଙ୍କ ଘରର ଛାତ, କାନ୍ଥ ଫାଟିବା ସହ ବିଦ୍ୟୁତ୍‌ ତାର...

ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ ନିଲାମ: କିଣିଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ଯେଉଁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ, ତାହା ନିଲାମ ହୋଇଯାଇଛି।...

ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଡାକ୍ତରଖାନାରେ ମୃତ୍ୟୁ

ଯୋଡ଼ା,୧୬।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଅଁଶେଇକଳା ଗ୍ରାମର ଲବ ମହାକୁଡ଼ ବାଇକ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ

ଭୁବନେଶ୍ୱର,୧୨।୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଲୋକସେବା ଭବନରେ ଉଭୟଙ୍କ ସାକ୍ଷାତ୍‌ ହୋଇଛି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ...

୩ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚିଲେ ୬୬୨ ପ୍ରବାସୀ

ବାଲେଶ୍ୱର ଅଫିସ, ୧୮।୫:  ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅହମ୍ମଦାବାଦରୁ ୩ ସ୍ବତନ୍ତ୍ର ଟ୍ରେନ ଯୋଗେ ୬୬୨ ପ୍ରବାସୀ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର...

ବାହାନଗାରେ ମମତା: କଲେ ଦୁର୍ଘଟଣାସ୍ଥଳ ପରିଦର୍ଶନ

ଭୁବନେଶ୍ୱର,୩।୪(ବ୍ୟୁରୋ)/କୋଲକାତା: ବାଲେଶ୍ୱର ଜିଲା ବାହାନଗାଠାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ପହଞ୍ଚିଛନ୍ତି। ସେ ହେଲିକପ୍ଟର ଯୋଗେ ପହଞ୍ଚି ସ୍ଥିତି ଅନୁଧ୍ୟାନ...

ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ ‘ରୁଚି ବୁଦ୍ଧ ସମ୍ମାନ’

ଭୁବନେଶ୍ୱର,(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୧୩।୨ (ଡି.ଏନ୍‌.ଏ.):ଐତିହାସିକ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀ, ଓଡିଶା ସଙ୍ଗୀତ...

Advertisement
Archives

Model This Week