୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୁଳ ଗ୍ରାମରେ।
ପ୍ରକାଶ ଯେ, ଗ୍ରାମର ପୂର୍ଣଚନ୍ଦ୍ର ଭୁଜବଳ ଦୀର୍ଘ ୨୨ ହେବ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ତେବେ ମହାମାରୀ କରୋନା ଯୋଗୁ ଗତ କିଛିଦିନ ତଳେ ପୂର୍ଣ୍ଣଚନ୍ଦ୍ର ଗାଁକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏହା ଜଣାପଡ଼ିବା ପରେ ପରିବାର ଲୋକଙ୍କଠାରୁ ଆରମ୍ଭ କରି ସାଙ୍ଗସାଥି, ପରିଜନ ସମସ୍ତେ ତାଙ୍କୁ ଦେଖା କରିବାକୁ ଚାହିଁ ବସିଥିଲେ। କିନ୍ତୁ ପୁଅକୁ ଦେଖିବା ପାଇଁ ସବୁଠାରୁ ବେଶୀ ବ୍ୟାକୁଳ ହୋଇପଡ଼ିଥିଲେ ତାଙ୍କ ମା’ । ଶନିବାର ପୂର୍ଣ୍ଣଚନ୍ଦ୍ରଙ୍କର କ୍ୱାରାଣ୍ଟାଇନ ଅବଧି ଶେଷ ହେବା ପରେ ପରିବାର ସମେତ ସାଙ୍ଗସାଥି ସାମାଜିକ ଦୂରତା ଅବଲମ୍ବନକରି ତାଙ୍କୁ ଘରକୁ ପାଛୋଟି ନେଇଥିଲେ। ପୁଅକୁ ପାଖରେ ପାଇ କିଛି ସମୟ ପାଇଁ ତାଙ୍କ ମା’ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ । ଦୀର୍ଘ ୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ପାଖରେ ପାଇ ମା’ ଏବଂ ପରିବାର ଲୋକେ ଖୁସି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କଲେ କେନ୍ଦ୍ରାପଡ଼ା ଝିଅ: ବିଜୟନଗରରେ ଉତ୍ସବ ମାହୋଲ

ମହାକାଳପଡ଼ା, ୨୭।୫ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ବିଜୟନଗର ଗ୍ରାମର…

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା: ପୂରଣ ହେବ ଏତେ ପଦବୀ

ଭୁବନେଶ୍ୱର, ୨୭।୫: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ OUSSSCକୁ ଚିଠି। ୪୨୧୯ ସିଭିଲ କନେଷ୍ଟବଳ ପଦବୀ , ୨୨୧୨…

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ ସହ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ-୨୦୨୬: ଜିଲା ପ୍ରଶିକ୍ଷଣ ବର୍ଗରେ ଯୋଗଦେଲେ ମନ୍ତ୍ରୀ

ଦାରିଙ୍ଗବାଡି, ୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଣୀଦୁର୍ଗା ରେସିଡେନ୍ସୀ ପରିସର ମଧ୍ୟରେ ଭାଜପା ପକ୍ଷରୁ ୨ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ -୨୦୨୬…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri