୨୨ ଦିନର ଶିଶୁକୁ କୋଳରେ ଧରି ଅଫିସ ଆସିଲେ ଆଇଏଏସ୍‌ ଅଫିସର

ବିଶାଖାପଟନମ,୧୨।୪: କରୋନା ସଙ୍କଟ ସମୟରେ ପୋଲିସ, ଡାକ୍ତର ଓ କେତେଜଣ ଅଧିକାରୀଙ୍କ ମାନବିକତାର ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏମାନେ ନିଜ ଘର ପରିବାର ଛାଡି ସମାଜର ଚିନ୍ତା କରୁଛନ୍ତି। ଏମିତି ଜଣେ ମହିଳା ଆଇଏଏସ୍‌ ଅଫିସରଙ୍କ କଥା ସାମ୍ନାକୁ ଆସିଛି। ଶୃଜନା ଗୁମାଲ୍ଲା ନାମକ ଏହି ମହିଳା ଆଇଏଏସ୍‌ ଅଫିସର ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପାଟନମରେ ମ୍ୟୁନିସିପାଲ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ଏବେ ୬ ମାସର ମ୍ୟାଟରନିଟି ଲିଭ୍‌ ଦିଆଯାଇଥିଲା ହେଲେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସେ ତାଙ୍କର ଛୁଟି ବାତିଲ କରିବା ସହ ମାତ୍ର ୨୨ ଦିନର ସନ୍ତାନକୁ ସାଥିରେ ଧରି ଅଫିସ ଆସିଥିବା ଦେଖାଯାଇଛି। କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଯେଉଁ ସବୁ ବିଭାଗ କାମ କରୁଛନ୍ତି ସେମାନେ ପ୍ରାୟ ୨୪ ଘଣ୍ଟା କାମ କରୁଛନ୍ତି କହିଲେ ଚଳେ। ତେଣୁ ଏହି ସମୟରେ ସେ ଜଣେ ଅଧିକାରୀ ଭାବେ ତାଙ୍କର କିଛି କର୍ତ୍ତବ୍ୟ ରହିଥିବା ଭାବି ଆଇଏଏସ୍‌ ଅଫିସର ଶୃଜନା ତାଙ୍କ ଛୁଟି ବାତିଲ କରି କାର୍ଯ୍ୟରେ ଯୋଗ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦୀରେ ମନ୍ତ୍ର ପଢ଼ି ଥକି ଗଲେ ପଣ୍ଡିତ, ଶେଷରେ ବରକନ୍ୟା କଲେ ଏମିତି; ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ବିବାହ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭିଡିଓରେ ବିବାହ ବେଦୀରେ ଅଗ୍ନି ସାମ୍ନାରେ ବସିଛନ୍ତି...

କର୍ତ୍ତବ୍ୟ ଆଗ ବିବାହ ପଛ: ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଉଦାହରଣ ସୃଷ୍ଟି କଲେ ସୁନ୍ଦରଗଡ଼ର ୨ ମହିଳା ପୋଲିସ କର୍ମଚାରୀ

ସୁୁନ୍ଦରଗଡ, ୨୧।୪ (ଡି.ଏନ୍‌.ଏ.): ମହାମାରୀ କରୋନା ସହ ଲଢେଇରେ ସବୁଠୁ ବଡ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଏବଂ ପୋଲିସ। ଏହି ଲଢେଇରେ କର୍ତ୍ତବ୍ୟକୁ ଆଗରେ ରଖି...

ଏସବୁ ରାଜ୍ୟରେ ବିଦ୍ୟାଳୟ ବନ୍ଦ ରହିବାକୁ ଘୋଷଣା

ନୂଆଦିଲ୍ଲୀ,୬ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବୃଦ୍ଧି ପରେ ଦେଶର ଅନେକ ରାଜ୍ୟରେ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା...

ଚାଇନା ଋଣ ଜାଲରେ ମାଳଦ୍ୱୀପ

ନୂଆଦିଲ୍ଲୀ, ୨୧।୧୧: ମାଳଦ୍ୱୀପ ଏବେ ଚାଇନା ଋଣ ଜାଲରେ ଛନ୍ଦି ହୋଇ ପଡ଼ିଛି। ଆମେ ଆମ ଜେଜେମା’ମାନଙ୍କର ଗହଣା ବିକିଲେ ମଧ୍ୟ ତାହାକୁ ପରିଶୋଧ କରିପାରିବା...

ଟିକାକରଣ ପରେ ଆଣ୍ଟିବଡ଼ି ତିଆରି ନ ହେବାରୁ କମ୍ପାନୀ ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ,୩୧।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଟିକା ନେବା ପରେ ବି ତାଙ୍କ ଭିତରେ ଆଣ୍ଟିବଡ଼ି ତିଆରି...

ଦିଲ୍ଲୀ ମୁହାଁ ୧୫ ଶହ ଗାଡ଼ି: ୭ ଜିଲାର ହଜାରେ ଗାଁର ବାସିନ୍ଦା ଏକଜୁଟ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ପଞ୍ଜାବରୁ ଦିଲ୍ଲୀ ମୁହାଁ...

ଦାଢ଼ି କାଟିବାକୁ ସେଲୁନ୍‌ରେ ପହଞ୍ଚିଲା ମାଙ୍କଡ଼, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଅନେକ କୌତୂହଳପୂର୍ଣ୍ଣ ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ। ଏବେ ସେମିତି ଏକ ମାଙ୍କଡ଼ର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ହସି...

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍‌ ୧୯ ଲକ୍ଷ: ୮ ଲକ୍ଷ ଦେବା ପରେ ବି ମୃତଦେହ ମିଳିଲାନି…

ଲକ୍ଷ୍ନୌ,୩୧।୫: ଜଣେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍‌ ୧୯ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ପୈଠ ନ କଲେ ମୃତଦେହ...

Advertisement
Archives

Model This Week