Posted inଖେଳ

୨୨ତମ ରାଜ୍ୟ ବଧିର ଚେସ୍‌ ନିପୁନ, ପ୍ରତିମା, ରାଜେଶଙ୍କୁ ଟାଇଟଲ୍‌

କଟକ ଅଫିସ, ୨୪।୧୨- ଜିଲା ବଧିର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସଠାରେ ଚାଲିଥିବା ୨୨ତମ ରାଜ୍ୟ ବଧିର ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୁଷ ବିଭାଗରେ ଏସ୍‌ଆର୍‌ ଚେସ୍‌ ସେଣ୍ଟରର ନିପୁନ ଆଦିତ୍ୟ ମହାନ୍ତି, ମହିଳା ବିଭାଗରେ କଟକର ପ୍ରତିମା ଦଳାଇ, ଜୁନିୟର ବିଭାଗରେ ରାଜେଶ ଲେଙ୍କା ଚାମ୍ପିୟନ ହୋଇଛନ୍ତି। ରାଜ୍ୟ ବଧିର କ୍ରୀଡ଼ା ପରିଷଦ ଦ୍ୱାରା ସ୍ବୀକୃତିପ୍ରାପ୍ତ ଉକ୍ତ ପ୍ରତିଯୋଗିତା ୫ ରାଉଣ୍ଡ ବିଶିଷ୍ଟ ହୋଇଥିଲା। ଏଥିରେ ଖୋର୍ଦ୍ଧାକୁ ଦଳଗତ ଚାମ୍ପିୟନ ଘୋଷଣା କରାଯାଇଛି।
ବର୍ଗରେ ନିପୁନ ଆଦିତ୍ୟ ମହାନ୍ତି ପ୍ରଥମ, ସୁଶାନ୍ତ କୁମାର ସାହୁ ଦ୍ୱିତୀୟ ହୋଇଥିବାବେଳେ ବାବୁଲା କୁମାର ପଟେଲ, ମନୋରଞ୍ଜନ ପାଣିଗ୍ରାହୀ ଓ ସୁଶାନ୍ତ ବେହେରା ୪ ପଏଣ୍ଟ ଲେଖାଏ ପାଇଁ ମିଳିତ ୩ୟ ସ୍ଥାନରେ ରହିଥିଲେ। ମହିଳା ବର୍ଗରେ ପ୍ରଥମ ହୋଇଥିଲେ ପ୍ରତିମା ଦଳାଇ। ମାଳତୀ ସିଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଜୁନିୟର ବର୍ଗରେ ରାଜେଶ ଲେଙ୍କା ଓ ରିଙ୍କୁ ସାହୁ ପ୍ରଥମ ଦୁଇଟି ସ୍ଥାନରେ ରହିଥିଲେ। ଉପରୋକ୍ତ ପ୍ରତିଯୋଗୀ ଆସନ୍ତା ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ କର୍ନାଟକର ମହିଶୂରଠାରେ ହେବାକୁ ଥିବା ୨୨ତମ ଜାତୀୟ ବଧିର ଚେସ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଜ୍ୟ ବଧିର କ୍ରୀଡ଼ା ପରିଷଦର ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନ ଉତ୍ସବରେ ମୋନାଲିସା ପାଲେସର ମୁଖ୍ୟ ସନ୍ତୋଷ ସାହୁ ଯୋଗ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଏନ୍‌.କେ. ମହାନ୍ତି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଏସ୍‌.ଆର୍‌. ଚେସ୍‌ ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ବଧିର ସଂଘ ସଭାପତି ଅସିତ ମିଶ୍ର, ସାଙ୍ଗଠନିକ ସମ୍ପାଦକ ଜିତେନ୍ଦ୍ର ନନ୍ଦ, ଉପସଭାପତି ଏସ୍‌.ଏନ୍‌. ବହିଦାର, ସମୀର ନାୟକ, ପି.କେ. ମହାପାତ୍ର, ଏମ୍‌.ଆର୍‌. ସାମଲ ଓ ଚେସ୍‌ କୋଚ ଅବିନାଶ ଦାସ ଯୋଗଦେଇଥିଲେ। ପ୍ରତିଯୋଗିତାକୁ ଏସ୍‌.ଆର୍‌. ଚେସ ସେଣ୍ଟର ପକ୍ଷରୁ ସହଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର,୨୭।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ପୁଲ୍‌ ‘ବି’ର ଶନିବାର ଅନୁଷ୍ଠିତ...

ସେଦିନ ଭାରତୀୟ କ୍ରିକେଟରଙ୍କ ଆଖିରେ ଥିଲା ଲୁହ

ଏପ୍ରିଲ ୨, ୨୦୧୧ ଭାରତୀୟ କ୍ରିକେଟ୍‌ ଇତିହାସରେ ଏକ ସ୍ମରଣୀୟ ଦିନ। ଏହି ଦିନ ଭାରତ ଦ୍ୱିତୀୟଥର ବିଶ୍ୱବିଜୟୀ ହେବାରେ ସୌଭାଗ୍ୟ ହାସଲ କରିଥିଲା। ମୁମ୍ବାଇର...

ଆଇଏସ୍‌ଏଲ୍‌ କାର୍ଯ୍ୟସୂଚୀ ଘୋଷଣା

ମାର୍ଗାଓ, ୩୧।୧୦: ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌) ୭ମ ସଂସ୍କରଣର ପ୍ରଥମ ଚରଣ ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଏହି...

ପାକିସ୍ତାନ କ୍ରିକେଟ ବିଶେଷଜ୍ଞଙ୍କ ଅଭିଯୋଗ:ମହମ୍ମଦ ସାମି ମୁସଲମାନ ହୋଇଥିବାରୁ ଶେଷ ମ୍ୟାଚରେ ତାଙ୍କୁ ବସାଇଦିଆଗଲା

ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ...

ସାମ୍‌ସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ; ଚେନ୍ନାଇ ସାମ୍ନାରେ ୨୧୭ ଟାର୍ଗେଟ୍‌ ରଖିଲା ରାଜସ୍ଥାନ

ଶାରଜା, ୨୨।୯: ଆଇପିଏଲ୍‌-୧୩ର ୪ର୍ଥ ମୁକାବିଲାରେ ମଙ୍ଗଳାବର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ଏଥିରେ...

ରୁଟ୍‌-ହାସନ-ମେଣ୍ଡିସ୍‌ ଭଳି ଖେଳାଳିଙ୍କୁ ମିଳିଲେନି କ୍ରେତା, ଜାଣନ୍ତୁ ଆଉ କିଏ ରହିଲେ ‘ଅନ୍‌ସୋଲ୍ଡ’

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୩ ର ମିନି ଅକ୍ସନ(ନିଲାମି) ଜାରି ରହିଛି। କେରଳର କୋଚିରେ ଚାଲିଥିବା ଏହି ମିନି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ମୂଲ୍ୟ...

ପାକିସ୍ତାନର ପରାଜୟ ପରେ ଅଖତରଙ୍କୁ କଡ଼ା ଜବାବ ଦେଲେ ଶାମି

ନୂଆଦିଲ୍ଲୀ,୧୩।୧୧: ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି। ଭାରତ ସେମିଫାଇନାଲରୁ ବାଦ୍‌ ପଡିବା ପରେ ପାକିସ୍ତାନର ପୂର୍ବତନ...

‘ହିଟ୍‌ମ୍ୟାନ୍‌ଙ୍କୁ ଯୋଗୁ ଫର୍ମକୁ ଫେରିଲି’

ଲକ୍ଷ୍ନୌ,୨୫।୨: ଗତ ଶୃଙ୍ଖଳାରେ ନିରାଶ କରିବା ପରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ରେ ଫର୍ମକୁ ଫେରିଛନ୍ତି ଓପନର୍‌ ଇଶାନ କିଶନ। ସେ ୫୬ ବଲ୍‌ରେ...

Advertisement
Archives

Model This Week