Posted inଜାତୀୟ

୨୧ ବର୍ଷର ରେକର୍ଡ: ଯେଉଁ ଦଳ ଦିଲ୍ଲୀ ଜିତିଛି ସେହି ଦଳ କେନ୍ଦ୍ରରେ ଗଢ଼ିଛି ସରକାର !

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ୭ ଲୋକ ସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଗତ ୨୧ ବର୍ଷ ଧରି ଏସବୁ ଆସନ ନେଇ ଏକ ରେକର୍ଡ ରହିଛି। ଏସବୁ ଆସନରୁ ଅଧିକ ଆସନରେ ବିଜୟ ହୋଇଥିବା ଦଳ କେନ୍ଦ୍ରରେ ସରକାର ଗଢ଼ିବାକୁ ସକ୍ଷମ ହୋଇଛି। ଦିଲ୍ଲୀରେ ୧୯୯୮ଠାରୁ ଏହି ଧାରା ଜାରି ରହିଛି। ୧୯୯୮ରେ ଭାଜପା ଏଠାକାର ୭ ଆସନରୁ ୬ରେ ବିଜୟ ଲାଭ କରିଥିଲା। ଏବଂ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇଥିଲା। ପରେ ୧୯୯୯ର ୧୩ତମ ଲୋକ ସଭା ନିର୍ବାଚନରେ ଭାଜପା ଏଠାରେ ସମସ୍ତ ଆସନରେ ବିଜୟ ହୋଇଥିଲା। କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଗଠନ ହୋଇଥିଲା। ଏହାପରେ ୨୦୦୪ରେ କଂଗ୍ରେସ ଏଠାରେ ୬ ଆସନରେ ବିଜୟ ହୋଇଥିବାବେଳେ କେନ୍ଦ୍ରରେ ମନମୋହନ ସିଂଙ୍କ ସରକାର ଗଠନ ହୋଇଥିଲା। ୨୦୦୯ରେ କଂଗ୍ରେସ ଏଠାକାର ସମସ୍ତ ଆସନରେ ବିଜୟ ହୋଇଥିଲା। ଫଳରେ ୟୁପିଏ ସରକାରଙ୍କ ଦ୍ୱିତୀୟ ଇନିଂସ୍‌ ଆରମ୍ଭ ହୋଇଥିଲା। ତେବେ ୨୦୧୪ରେ ଭାଜପା ଏଠାରେ ସମସ୍ତ ଆସନରେ ବିଜୟ ହୋଇଥିଲା ଏବଂ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହୋଇଥିଲା। ତେବେ ଚଳିତ ୨୦୧୯ ଲୋକ ସଭା ନିର୍ବାଚନରେ ଏଠାରେ ମଇଦାନରେ ରହିଛନ୍ତି ୩୪୯ ପ୍ରାର୍ଥୀ। ମାତ୍ର ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଭାଜପା, କଂଗ୍ରେସ ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୧୯୫୧ରେ ଦେଶର ପ୍ରଥମ ଲୋକ ସଭା ନିର୍ବାଚନ ସମୟରେ ଦିଲ୍ଲୀରେ ୪ଟି ଆସନ ଥିଲା। ପରେ ୧୯୬୭ରେ ଏହାକୁ ୭କୁ ବୃଦ୍ଧି କରାଯାଇଥିଲା। ସେହି ଆସନଗୁଡିକ ହେଉଛି ନୂଆଦିଲ୍ଲୀ, ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ଚାନ୍ଦିନୀ ଚୌକ, ପଶ୍ଚିମ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀ ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ତିନି ରାଜ୍ୟରେ ଭାଜପା ଅଗ୍ରଣୀ, ତେଲଙ୍ଗାନାରେ ବିଜୟ ମୁହାଁ କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ମତଦାନ ଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରି ଅନ୍ୟ ମାନଙ୍କ ଠାରୁ ଆଗରେ...

ଛତିଶଗଡ଼ରେ ଭାଜପା ଆଗୁଆ: ଟପିଲା ମ୍ୟାଜିକ ନମ୍ବର…

ରାୟପୁର,୩।୧୨: ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ...

ଅପରାଧର ଏକ ମିନିଟ ପୂର୍ବରୁ ମଧ୍ୟ ଉଦ୍ଦେଶ୍ୟ ନିଶ୍ଚିତ କରିଥାଇପାରନ୍ତି ଅପରାଧୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧୨ : ସୁପ୍ରିମକୋର୍ଟ କହିଛନ୍ତି ଅପରାଧର ଏକ ମିନିଟ ପୂର୍ବରୁ ମଧ୍ୟ ଅପରାଧୀ ନିଜର ଉଦ୍ଦେଶ୍ୟ ନିଶ୍ଚିତ କରିଥାଇ ପାରନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି...

ସଞ୍ଜୟ ସିଂଙ୍କ ନାଁରେ ଇଡି ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ରାଜ୍ୟ ସଭା ସଦସ୍ୟ...

ଉବର ବୁକ୍‌ କରିବାରେ ସହାୟତା କରିବାକୁ କହି ଦମ୍ପତିଙ୍କୁ ମାଡ଼

ନୂଆଦିଲ୍ଲୀ,୩।୧୨: ଦକ୍ଷିଣପୂର୍ବ ଦିଲ୍ଲୀର ସନ୍‌ଲାଇଟ କଲୋନି ଅଞ୍ଚଳରେ ମଣିପୁରର ଏକ ଜଣେ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ଭଉଣୀଙ୍କୁ କେତେଜଣ ଲୋକ ମାଡ଼ ମାରିଥିବା ଅଭିଯୋଗ...

ମହିଳାଙ୍କୁ ‘ଡିଜିଟାଲି ଗିରଫ’ କରାଇ ୧୧ ଲକ୍ଷ ଠକିନେଲେ

ନୋଏଡ଼ା,୩।୧୨: ନୋଏଡ଼ାରେ ଏକ ନୂଆ ସାଇବର ଠକେଇ ଦେଖିବାକୁ ମିଳିଛି। ସେଠାରେ ରହୁଥିବା ଜଣେ ମହିଳାଙ୍କୁ ଗୋଟିଏ ଦିନ ଡିଜିଟାଲ ଗିରଫ ରଖାଯାଇ ତାଙ୍କଠାରୁ ୧୧...

ଏସ୍‌ପି ସବୁଠୁ ଧନୀ ଆଞ୍ଚଳିକ ଦଳ

ନୂଆଦିଲ୍ଲୀ,୩।୧୨: ସମାଜବାଦୀ ପାର୍ଟି (ଏସ୍‌ପି) ଦେଶର ସବୁଠୁ ଧନୀ ଆଞ୍ଚଳିକ ଦଳ ହୋଇଥିବାବେଳେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଦ୍ୱିତୀୟ ସ୍ଥାନରେ ରହିଛି। ଆସୋସିଏଶନ ଫର୍‌...

ରାଜ୍ୟବାସୀଙ୍କ ଆଶୀର୍ବାଦ ଯୋଗୁ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ଯାଉଛି ଭାଜପା: ଶିବରାଜ

ଭୋପାଳ,୩।୧୨: ରବିବାର ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବ। ଏହାକୁ ନେଇ ଭୋଟଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନା ଅନୁଯାୟୀ ମଧ୍ୟପ୍ରଦେଶରେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri