୨୧ରୁ ରମାଦେବୀରେ ଅନ୍ତର୍ଜାତୀୟ ସମ୍ମିଳନୀ: ଯୋଗଦେବେ ୯ ଦେଶରୁ ୨ଶହ ବିଶେଷଜ୍ଞ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ) – ଓଡ଼ିଶାର ବିକାଶ ପାଇଁ କୃତ୍ରିମ ମେଧା ତଥା ବୁଦ୍ଧିର ଆବଶ୍ୟକତା ରହିଛି। ବିଶେଷକରି ଯୁବବର୍ଗଙ୍କ ମନରେ ବିକାଶର ଧାରାକୁ ପ୍ରବାହିତ କରିବା ଏବେ ଏକ ଚ୍ୟାଲେଞ୍ଜ ହୋଇ ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୧ରୁ ୨୩ ତାରିଖ ଯାଏ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଚତୁର୍ଥ ଅନ୍ତର୍ଜାତୀୟ କୃତ୍ରିମ ମେଧା ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ଗବେଷଣା ବିଭାଗର କୁଳପତି ପ୍ରଫେଶର ପ୍ରଶାନ୍ତ ମହାପାତ୍ର, ମେଲବର୍ନ ବିଶ୍ୱବିଦ୍ୟାଳୟ କ୍ଲାଉଡ୍‌ସ ଲ୍ୟାବର ନିର୍ଦ୍ଦେଶକ ପ୍ରଫେସର ରାଜକୁମାର ବୁଇୟା, ତାଇବାନ୍‌ ଜାତୀୟ ଡଙ୍ଗ୍‌ ଏଚ୍‌ଡବ୍ଲୁଏ ବିଶ୍ୱବିଦ୍ୟାଳୟ ପ୍ରଫେସର ସେଙ୍ଗ୍‌-ଲୁଙ୍ଗ୍‌ ପେଙ୍ଗ, କାନାଡାର କେୟାରଟନ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ଶିଖରେଶ ମଜୁମ୍‌ଦାର, ଆଇଆଇଟି ଖଡଗପୁରରୁ ପ୍ରଫେସର ସୁଦୀପ ମିଶ୍ର, ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଚନ୍ଦନ ବି. ସାମନ୍ତରାୟ, ଆଲାସ୍କା ଫେଆର୍‌ବ୍ୟାଙ୍କ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଦେବେନ୍ଦ୍ର କୁମାର ଦାସ, ଆଇଆଇଟି କାନପୁରରୁ ପ୍ରଫେସର ସୁବାସଚନ୍ଦ୍ର ମିଶ୍ରଙ୍କ ସମେତ ୯ଦେଶରୁ ପାଖାପାଖି ୨୦୦ଜଣ ବିଶେଷଜ୍ଞ ଯୋଗଦେବେ। ଖବରଦାତା ସମ୍ମିଳନୀରେ ଅଧ୍ୟାପକ ଡ. ମାନସ ବେହେରା, ସରିତା ସୁପକାର ଓ ବିଭୂଦେନ୍ଦୁ ପତି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri