୨୧ଜଣଙ୍କୁ ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ବ୍ରାଇଟ୍‌ ଓଡ଼ିଆ ଫାଉଣ୍ଡେଶନ ପକ୍ଷରୁ ସୂଚନାଭବନରେ ଓଡ଼ିଶା ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୧ଜଣ ଶ୍ରେଷ୍ଠ ମହିଳା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ହାଉସିଂ ବୋର୍ଡର ଚେୟାରମ୍ୟାନ୍‌ ପ୍ରିୟଦର୍ଶୀ ମିଶ୍ର, ମୋ କଲେଜର ଚେୟାରମ୍ୟାନ୍‌ ଆକାଶ ଦାସ ନାୟକ, ଶିକ୍ଷାବିତ୍‌ ବଦ୍ରିନାଥ ପଟ୍ଟନାୟକ ଏବଂ ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ପାରମିତା ପଣ୍ଡାଙ୍କୁ ‘ଏକ୍ସଲେନ୍ସି ଇନ୍‌ ବିଜ୍‌ନେସ୍‌’, ଇତି ସାମନ୍ତଙ୍କୁ ‘ଏକ୍ସଲେନ୍ସି ଇନ୍‌ ଲିଟ୍‌ରେଚର୍‌’, ଶିଳ୍ପୀ ସାହୁଙ୍କୁ ‘ଏକ୍ସଲେନ୍ସି ଇନ୍‌ ଏଜୁକେଶନ୍‌’, ତନୟା ପଟ୍ଟନାୟକଙ୍କୁ ‘ଏକ୍ସିଲେନ୍ସି ଇନ୍‌ ମିଡ଼ିଆ’, ସ୍ମୃତିରେଖା ତାରେଣିଆଙ୍କୁ ‘ଏକ୍ସିଲେନ୍ସି ଇନ୍‌ ଜର୍ନାଲିଜିମ୍‌’ ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ରୋଜାଲିନ୍‌ ପାଟଶାଣୀ, ନମ୍ରତା ଚଢ଼ା ଓ ସଞ୍ଜୟ ମହାକୁଡ ଉପସ୍ଥିତ ଥିଲେ। ଏହି ଅବସରରେ ଲୁବୁନ୍‌-ଟୁବୁନ୍‌ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଅଙ୍କିତା ଭୌମିକ ଓ ସୁନିତା ମଣ୍ଡଳ ନୃତ୍ୟ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲକ୍‌ ଡାଉନ୍‌ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି

ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର...

ନିଜ ସ୍କୁଲରେ ହେବ ପରୀକ୍ଷା

କଟକ ଅଫିସ,୨୧।୧୦: ଚଳିତ ବର୍ଷ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରୀଛାତ୍ର। ନଭେମ୍ବର ୨୨ରୁ ନବମ ଶ୍ରେଣୀର ସମେଟିଭ୍‌-୧ ପରୀକ୍ଷା ଆରମ୍ଭ ହେବ।...

୫ରୁ ଯୁକ୍ତ୨ ଅପ୍ସନାଲ ପରୀକ୍ଷା

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଯୁକ୍ତ୨ ଅପ୍ସନାଲ ପରୀକ୍ଷା ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷାର ଯେଉଁ...

୪୭,୫୪୧ କୋଟିର ଟିକସ ପାଇବେ ରାଜ୍ୟ

ଭୁବନେଶ୍ୱର,୨୨।୧: କେନ୍ଦ୍ର ସରକାର କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଦେବାକୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ କେନ୍ଦ୍ର ସରକାର...

୭ ଜିଲାରେ ଝଡ଼ବର୍ଷା: ୧୬ରୁ ବଢ଼ିପାରେ ତାତି

ଭୁବନେଶ୍ୱର,୧ ୨।୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ନାହିଁ। ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଏପରି କି କେତେକ ସ୍ଥାନରେ...

ମା’ବାପା, ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ୱର,୧।୮ (ବ୍ୟୁରୋ) : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲାକୁ ଗୁରୁତ୍ୱର ସହ ନେଇଛି କ୍ରାଇମବ୍ରାଞ୍ଚ। ଜିଆର୍‌ପିଠାରୁ ସମସ୍ତ ଦସ୍ତାବିଜ ନେବା ସହ ତଦନ୍ତକୁ...

କଟକରେ କାୟା ମେଲାଉଛି କରୋନା: ଆଜି ୧୪୩ ଆକ୍ରାନ୍ତ ଚିହ୍ନଟ

କଟକ,୫।୮(ବ୍ୟୁରୋ)-କଟକରେ କାୟା ମେଲାଉଛି କରୋନା। ସହରରେ ବୁଧବାର ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ କେବଳ...

ଛାତ୍ରୀଛାତ୍ରଙ୍କ ମନରେ ଉତ୍କଣ୍ଠା

ଆରଡ଼ି, ୨୯ ।୪ (ଡି.ଏନ.ଏ.) ଶୁକ୍ରବାରଠାରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ଏଥର ନିଜ ବିଦ୍ୟାଳୟ କିମ୍ବା ପାଖ ସ୍କୁଲରେ ଛାତ୍ରୀଛାତ୍ର ପରୀକ୍ଷା ଦେବେ। କରୋନାରେ...

Advertisement
Archives

Model This Week