୨୦ ହଜାର ଟଙ୍କା ଠକେଇ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୨୪ା୭: ନିଜକୁ କାଳିଆ ଏଜେଣ୍ଟ ପରିଚୟ ଦେଇ ଏଟିଏମ୍‌ ବଦଳାଇ ୨୦ ହଜାର ଟଙ୍କା ଜଣେ ଯୁବକ ଲୁଟ୍‌ କରିଛନ୍ତି। ଲୁଟର ଶୀକାର ବ୍ୟକ୍ତି ଘଟଣା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଚିତ୍ରକୁଟ ସାହିର ମନୋଜ ନାୟକ(୩୫)। ଗତ ୧୪ ତାରିଖରେ ମନୋଜ ନିଜକୁ କାଳିଆ ଯୋଜନାର ଏଜେଣ୍ଟ ପରିଚୟ ଦେଇ ସଦର ଥାନା ଗୟଲବାଡ ଗ୍ରାମର ହୃଷିକେଶ ସାହୁଙ୍କୁ ଭେଟିଥିଲେ। ତାଙ୍କ ଆକାଉଣ୍ଟରେ କାଳିଆ ଟଙ୍କା ଆସିଛି ନା ନାହିଁ ଚେକ୍‌ କରିବାକୁ ଏଟିଏମ୍‌ କାର୍ଡ ମାଗିଥିଲେ। ସେ ଏହା ଦେବାରୁ କୌଶଳ କ୍ରମେ ମନୋଜ ଏଟିଏମ କାର୍ଡକୁ ବଦଳାଇ ତାଙ୍କୁ ଆଉ ଏକ କାର୍ଡ ଦେଇ ଦେଇଥିଲେ। ପରେ ସେ ଏଫ୍‌ସିଆଇ ଛକ ଏଟିଏମ୍‌ରୁ ୨୦ ହଜାର ଟଙ୍କା ଉଠାଇ ନେଇ ଯାଇଥିଲେ। ଆକାଉଣ୍ଟରୁ ଟଙ୍କା ଉଠିବା ନେଇ ହୃଷିକେଶଙ୍କ ମୋବାଇଲ ଫୋନକୁ ମେସେଜ ଯାଇଥିଲା। ସେ ଠକାମୀର ଶୀକାର ହୋଇଥିବା ଜାଣି ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୦୦/୧୯ରେ ମାମଲା ରୁଜୁ କରି ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜରୁ ମନୋଜଙ୍କୁ ଚିହ୍ନଟ କରି ତାଙ୍କ ଘରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ବୁଗୁଡ଼ା,୧୭ା୭(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ୫ନଂ. ୱାର୍ଡରେ ଥିବା ତେଲୁଗୁସାହି ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ଗ୍ରାମବାସୀ...

ଗଞ୍ଜାମ ଜିଲାପାଳଙ୍କ ନିଆରା ପଦକ୍ଷେପ: ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ ମା’ଙ୍କୁ ମାଗଣା ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୨।୨(ଡି.ଏନ୍‌.ଏ.): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖଠାରୁ ଆରମ୍ଭ ହେବ। ଶନିବାର ଯାତ୍ରାର ସୁପରିଚାଳନା ଲାଗି ଜିଲାପାଳ...

ହାଇଦ୍ରାବାଦରୁ ଚାଲି ଚାଲି ଫେରିଲେ ୨ ଶ୍ରମିକ

ଦିଗପହଣ୍ଡି/ପାଟପୁର,୪ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ଦୁଇ ଜଣ ଶ୍ରମିକ ଚାଲିଚାଲି ହାଇଦ୍ରାବାଦରୁ ଆସି ସୋମବାର ଗଞ୍ଜାମରେ ପହଞ୍ଚତ୍ଛନ୍ତି। ଏମାନେ ହେଲେ ଏସ୍‌.ଗୋପାଳପୁର ଗଁାର। ହାଇଦ୍ରାବାଦରେ...

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଭାଇଙ୍କୁ ନ ପାଇ ଭଉଣୀଙ୍କୁ ହାଣିଲେ, ୬ ଅଟକ

ବ୍ରହ୍ମପୁର ଅଫିସ,୧୭ା୮: ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଗୋଟିଏ ଗୋଷ୍ଠୀର ମୁଖିଆ ଲବ ସେଠୀଙ୍କୁ ଗୁରୁବାର ରାତିରେ ଅନ୍ୟ ଏକ ଗୋଷ୍ଠୀର କେତେଜଣ ଆକ୍ରମଣ...

ଜମ୍ମୁ-କଶ୍ମୀର, ଲଦାଖର ବିଭିନ୍ନ କଲେଜକୁ ପଠାଗଲା ରାଖୀ

ହିଞ୍ଜିଳିକାଟୁ,୧୪।୮(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦  ଉଚ୍ଛେଦ ପରେ ବିଭିନ୍ନସ୍ତରରେ ଭିନ୍ନଭିନ୍ନ ଆଲୋଚନା କରାଯାଉଛି। ତେବେ ସେଠାକାର କଲେଜ ଛାତ୍ରୀଛାତ୍ରଙ୍କୁ ସ୍ନେହ ଶ୍ରଦ୍ଧା ଜ୍ଞାପନ ପାଇଁ...

ଦ୍ୱିତୀୟ ଲହରରେ ଗଞ୍ଜାମରୁ ୩୯ ଜଣଙ୍କ ମୁଣ୍ଡ ନେଲାଣି କରୋନା

ଛତ୍ରପୁର,୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରୁ ୩୯ ଜଣଙ୍କ ଜୀବନ...

ଜୋର୍‌ ଧରିଲା କେ.ସି. ପବ୍ଲିକ ସ୍କୁଲକୁ ହଟାଇବା ଦାବି

ବ୍ରହ୍ମପୁର ଅଫିସ୍‌,୨୮ା୫-କେ.ସି. ପବ୍ଲିକ ସ୍କୁଲ ବିରୋଧରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ସୋମବାର ୯୦ତମ ଘଣ୍ଟଯାତ୍ରା ଅବସରରେ ଏହି...

ବାଳକରେ ପିଟ୍‌ବୁଲ୍‌ସ, ବାଳିକାରେ ଚ୍ୟାଲେଞ୍ଜର୍ସ ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗତ ୩ ଦିନ ହେଲା ଚାଲିଥିବା ପ୍ରଥମ ବ୍ରହ୍ମପୁର ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ଲିଗ୍‌ ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ବାଳକ...

Advertisement


Archives

Model This Week