Posted inଗଜପତି

୨୦ ଫୁଟ ତଳକୁ ଖସିଲା ବସ୍‌, ୧୨ ଆହତ

ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.)-ନୂଆଗଡ଼ ବ୍ଲକର ତିତିସିଂ ନିକଟସ୍ଥ ତଳସୁରଙ୍ଗିଠାରେ ଏକ ଘରୋଇ ବସ୍‌ ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି। ସେମାନେ ହେଲେ ଗାଡ଼ି ଚାଳକ ପରମାଣ ପରମାଣିକ (୪୫), ଟିନା ଦିଗାଲ (୧୫), ଦମୟନ୍ତି ଶବର (୬୫), ଅଜିତ କୁମାର ସାହୁ (୩୪), ବୀର ଲିମା (୪୫) ଓ ସୁଶୀଳ ଶବର (୫୦)। ଅନ୍ୟ ଆହତଙ୍କ ପରିଚୟ ମିଳିନାହିଁ। ପ୍ରକାଶ ଯେ, ବସଟି ଭୁବେନଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ସମୟରେ ତିତିସିଂ ନିକଟସ୍ଥ ତଳସୁରଙ୍ଗି ବୁଲାଣି ରାସ୍ତାରେ ୨୦ ଫୁଟ ତଳକୁ ଖସି ଯାଇଥିଲା। ଖଜୁରିପଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଆହତମାନଙ୍କୁ ଉଦ୍ଧାର କରି ଖଜୁରିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଥିରୁ ୭ ଜଣ ଗୁରୁତରଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟକୁ ପଠାଯାଉଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ଗାଡିର ଅନ୍ୟ ଜଣ ଡ୍ରାଇଭର ଫେରାର ଥିବା ଫାଣ୍ଡି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାରରେ ଝୁଲୁଛି ଜୀବନ ଡୋରୀ

ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ...

ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆର. ଉଦୟଗିରି...

କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ...

ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ଏତଲା ଦେଲେ ତହସିଲଦାର

ଚନ୍ଦ୍ରଗିରି,୨୨ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ ଯୋଜନା କରିବା ଜଣେ ଦୈନିକ ଖବରକାଗଜର ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା...

ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ, ଭାଣିଜୀ ମୃତ

ମୋହନା,୨ା୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ ଓ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅଡବା ଥାନା ପାଣିଗଣ୍ଡା...

ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌, ୩ ଦିନ ଲକ୍‌ଡାଉନ ହେବ ଗଜପତି ଜିଲା

ଗଜପତି,୨୮।୭(ଡି.ଏନ୍‌.ଏ.): ଗଜପତି ଜିଲାରେ ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌ ଓ ୩ ଦିନ ଲକ୍‌ଡାଉନ୍‌ ନିୟମ ଲାଗୁ ହେବ। ମଙ୍ଗଳବାର ଜିଲାରେ ସପ୍ତାହକୁ ୪ ଦିନ...

କରୋନା କଟକଣାକୁ ଫୁ: ହାଟରେ ରହୁନି ସାମାଜିକ ଦୂରତା

ଆର୍‌.ଉଦୟଗିରି,୨୫ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରିରହିଛି। ଏପଟେ ସରକାର ଚାଷୀ ଓ ସାଧାରଣ ଲୋକଙ୍କ ଅସୁବିଧାକୁ ନଜର ରଖି ସାପ୍ତାହିକ ହାଟରେ ପନିପରିବା...

ଦିଗପହଣ୍ଡିରୁ ୮ ଶିଶୁ ଶ୍ରମିକ ଉଦ୍ଧାର

ଦିଗପହଣ୍ଡି,୨୩ା୮(ଡି.ଏନ.ଏ.)- ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ଟିମ ଶୁକ୍ରବାର ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମର ହୋଟେଲ, ମୋଟର ଗ୍ୟାରେଜ, ଢ଼ାବା, ଫାଷ୍ଟଫୁଡ ଦୋକାନ ସମେତ ବିଭିନ୍ନ...


Coronavirus Update

Archives

Model This Week

Why Dharitri