୨୦୭୭୧.୬୪ କୋଟି ସୁପାରିସ କଲେ ପଞ୍ଚମ ଅର୍ଥ କମିଶନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପଞ୍ଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ବ୍ୟୟବରାଦ କରିଛନ୍ତି। ଏହି ସମୟରେ ଉକ୍ତ ସଂସ୍ଥାଗୁଡିକ ପାଇଁ ୫୦୨୮୨.୫୦ କୋଟି ଟଙ୍କା ଆକଳନ କରିଛନ୍ତି। ଏଥିମଧ୍ୟରୁ ୨୦୭୭୧.୬୪ କୋଟି ଟଙ୍କା ରାଜ୍ୟରେ ଏକତ୍ରିତ ପାଣ୍ଠିରୁ ପ୍ରଦାନ କରିବାକୁ କମିଶନ ସୁପାରିସ କରିଛନ୍ତି। ବାକି ୨୯୫୧୦.୮୬ କୋଟି ଟଙ୍କା ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ପୌରସଂସ୍ଥାଗୁଡିକୁ ପ୍ରଦାନ କରାଯିବ ବୋଲି ସୋମବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଞ୍ଚମ ଅର୍ଥ କମିଶନ ରିପୋର୍ଟ ଉପସ୍ଥାପନ ଅବସରରେ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ଅବଧିକୁ ଏକବର୍ଷ ବୃଦ୍ଧି କରିଛନ୍ତି। କମିଶନଙ୍କୁ ଦୁଇଟି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ପ୍ରଥମ ରିପୋର୍ଟ ୨୦୨୦-୨୧ ପାଇଁ ଏବଂ ଦ୍ୱିତୀୟ ରିପୋର୍ଟ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଉଦ୍ଦିଷ୍ଟ। ଅର୍ଥାତ୍‌ ପଞ୍ଚଦଶ ଅର୍ଥ କମିଶନ ୬ ବର୍ଷ ପାଇଁ ତାଙ୍କର ସୁପାରିସ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ୨୦୨୦-୨୫ ପାଇଁ ବ୍ୟୟବରାଦ ସୁପାରିସ କରିଛନ୍ତି। ଉତ୍ତରାଧିକାରୀ ସୂତ୍ରେ ପ୍ରବର୍ତ୍ତନ ପାଣ୍ଠିରୁ ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥା ପାଇଁ ୨୦୨୦-୨୧ ନିମନ୍ତେ ୧୨୨୦.୧୪ କୋଟି ରାଜ୍ୟ ଦ୍ରବ୍ୟ ଓ ସେବା କର ଏବଂ ମୋଟରଯାନ ଟିକସକୁ ହସ୍ତାନ୍ତର ବାବଦରେ ୧୪୨୪.୪୪ ଏବଂ ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥା ପାଇଁ ଅନୁଦାନ ବାବଦରେ ୩୯୭୨.୩୮ କୋଟି ଟଙ୍କା ସୁପାରିସ କରିଛନ୍ତି। ସେହିପରି ୨୦୨୦-୨୧ ପାଇଁ ୩୯୭୨.୩୮ କୋଟି ଟଙ୍କା ସୁପାରିସ କରିଥିବାବେଳେ ୨୦୨୧-୨୨ ପାଇଁ ୪୧୧୩.୫୬, ୨୦୨୨-୨୩ ପାଇଁ ୪୧୨୨.୭୧, ୨୦୨୩-୨୪ ପାଇଁ ୪୨୨୫.୮୬, ୨୦୨୪-୨୫ ପାଇଁ ୪୩୩୭.୧୩ କୋଟି ଟଙ୍କା ସୁପାରିସ କରିଛନ୍ତି। ୨୦୨୦-୨୫ ମଧ୍ୟରେ ସର୍ବମୋଟ ୨୦୭୭୧.୬୪ କୋଟି ଟଙ୍କା ପଞ୍ଚମ ଅର୍ଥ କମିଶନ ସୁପାରିସ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ତ୍ରୟୋଦଶ ଅର୍ଥ କମିଶନବେଳେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ପୌରସଂସ୍ଥାଗୁଡିକ ପାଇଁ ୫୦୪୮.୧୦ କୋଟି ସୁପାରିସ କରିଥିବାବେଳେ ଚତୁର୍ଥ ଅର୍ଥ କମିଶନରେ ୧୨୭୪୦.୦୮ କୋଟି ସୁପାରିସ କରିଥିଲେ। ପଞ୍ଚମ ଅର୍ଥ କମିଶନରେ ୨୦୨୦-୨୬ ପାଇଁ ୨୩୮୪୮.୧୨ କୋଟି ସୁପାରିସ କରିଛନ୍ତି। ଏହି ସୁପାରିସର ଅଭିବୃଦ୍ଧି ହାର ୮୭.୧୯ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ଚୁକ୍ତି

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଜାତିସଂଘ ପୁଞ୍ଜି ବିକାଶ ପାଣ୍ଠି (ୟୁଏନ୍‌ସିଡିଏଫ୍‌) ମଧ୍ୟରେ ସୋମବାର ଏକ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି।...

ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଚଳିତ ରାଜ୍ୟ ସଭା ପାଇଁ ବିଜେଡିର ୪ ପ୍ରାର୍ଥୀ ବୁଧବାର ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଉ କେହି ପ୍ରାର୍ଥତ୍ପତ୍ର ଦାଖଲ କରି...

ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୪।୧: ଚଳିତ ଖରିଫ ଋତୁରେ ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍‌ ଟନ୍‌ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି...

ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା

ଭୁବନେଶ୍ୱର,୧୯।୪ (ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ଜଣେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଯୁବତୀ ଜଣକ ହଠାତ୍‌ ଖଣ୍ଡଗିରି ଥାନାରେ ପହଞ୍ଚତ୍ ଆତ୍ମହତ୍ୟା ଧମକ ଦେଇଥିଲେ। ୧୦ଟି ନିଦ...

ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ହେବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ବାତ୍ୟା ୟାସ୍‌ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର...

୧୩ ଶ୍ରମିକ ଉଦ୍ଧାର : କେନ୍ଦ୍ରାପଡ଼ାରୁ ଯାଉଥିଲେ ଛତିଶଗଡ଼

ଢେଙ୍କାନାଳ ଅଫିସ, ୧୪।୪ କେନ୍ଦ୍ରାପଡ଼ାରୁ ଛତିଶଗଡ଼ ଚାଲି ଚାଲି ଯାଉଥିବା ୧୩ଜଣ ଶ୍ରମିକଙ୍କୁ ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ରୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି।...

୧୫ରୁ ବୈଶାଖୀ ବାଣିଜ୍ୟ ମେଳା: ସ୍ଥାନ ପାଇବ ୪୯୦ ଷ୍ଟଲ

କଟକ ଅଫିସ,୯।୩,: କଟକ ଉପର ବାଲିଯାତ୍ରା ପଡିଆରେ ଆସନ୍ତା ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ବୈଶାଖୀ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ। ଏହାକୁ ମିନି ବାଲିଯାତ୍ରା...

ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୬୬, ମୟୂରଭଞ୍ଜରୁ...

Advertisement
Archives

Model This Week