୨୦୨୪ ସୁଦ୍ଧା ଗ୍ରାମାଞ୍ଚଳକୁ ସ୍ବଚ୍ଛ ପାଣି

ଢେଙ୍କାନାଳ ଅଫିସ,୧୧ା୨

ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନ ୫ଟାରେ ୧୮ତମ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପ୍ଲାନିଂ କମିଟି ଅଧ୍ୟକ୍ଷ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲାର ସାମଗ୍ରିକ ବିକାଶ ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୩୦୯ କୋଟି ୪୩ଲକ୍ଷ ୭୩ ହଜାର ଟଙ୍କା ଅନୁମୋଦିତ ହୋଇଛି। ୨୦୨୪ ସୁଦ୍ଧା ଜିଲାର ସମସ୍ତ ଗ୍ରାମାଞ୍ଚଳକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ହେବ ବୋଲି ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ପାନୀୟ ଜଳଯୋଗାଣ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସେହିପରି ଅନୁଦାନ ଟଙ୍କାର ସଦ୍‌ବିନିଯୋଗ କରିବା ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଦଳଗତ ଉଦ୍ୟମ କରି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଏସି ଏବଂ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇନାହିଁ। ଏହାକୁ ନେଇ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲାର ୨ ବ୍ଲକରେ ଖୁବ୍‌ଶୀଘ୍ର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ହେବ। ୨-୩ ମାସରେ ଜିଲାର ୭୦% ଅଞ୍ଚଳକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ମନ୍ତ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ।
ଅନୁମୋଦିତ ଟଙ୍କା ମଧ୍ୟରୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଲାଗି ୫୪ କୋଟି ୮୯ଲକ୍ଷ ୯୨ ହଜାର, ଗ୍ରାମ୍ୟ ବିକାଶ ପାଇଁ ୧୯୬ କୋଟି ୬୯ଲକ୍ଷ ୯୦ ହଜାର, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୧୪କୋଟି ୮୮ଲକ୍ଷ ୬ହଜାର, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ନିମନ୍ତେ ୬୩କୋଟି ୩୯ଲକ୍ଷ ୪୫ହଜାର ଟଙ୍କା ବିନିଯୋଗ ହେବ। ବିଦ୍ୟୁତ୍‌ ଯୋଗାଣ ଓ ଉନ୍ନତୀକରଣ ପାଇଁ ୧୨୮ କୋଟି ୧୬ଲକ୍ଷ ୬୨ହଜାର, ଶିଳ୍ପବିକାଶ ଓ ଖଣି ନିମନ୍ତେ ୬କୋଟି ୨୦ଲକ୍ଷ ୬୪ ହଜାର, ରାସ୍ତା ଓ ପୋଲ ନିର୍ମାଣ ନିମନ୍ତେ ୨୫୩କୋଟି ୧୮ଲକ୍ଷ ୮ହଜାର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ପରିବେଶ ବିକାଶ ନିମନ୍ତେ ୧କୋଟି ୩୫ଲକ୍ଷ ୭୪ହଜାର ଟଙ୍କା ଖର୍ଚ୍ଚ ହେବ। ସେହିପରି ସାଧାରଣ ଅର୍ଥନୈତିକ ସେବା ଉଦ୍ଦେଶ୍ୟରେ ୧୪କୋଟି ୧୯ଲକ୍ଷ, ସାଧାରଣ ଶିକ୍ଷା ପାଇଁ ୧୫୮କୋଟି ୨୫ଲକ୍ଷ ୫୫ହଜାର ଟଙ୍କା, କ୍ରୀଡ଼ା ଓ ସଂସ୍କୃତି ପାଇଁ ୪୭ଲକ୍ଷ ୬୦ହଜାର, ପ୍ରାଥମିକ ସ୍ବାସ୍ଥ୍ୟସେବା ନିମନ୍ତେ ୯୭କୋଟି ୫୭ଲକ୍ଷ ୩୨ହଜାର, ବାସଗୃହ ନିର୍ମାଣ ଲାଗି ୧୭୧କୋଟି ୩୭ଲକ୍ଷ ୬୦ହଜାର, ସହରାଞ୍ଚଳ ବିକାଶ ପାଇଁ ୮କୋଟି ୭୨ଲକ୍ଷ ୨ହଜାର, ଏସ୍‌ସିଏସ୍‌ଟି ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ୨କୋଟି ୮ଲକ୍ଷ, ସାମାଜିକ ସୁରକ୍ଷା ଓ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ୧୦୦କୋଟି ୭୦ଲକ୍ଷ ୨୭ହଜାର ଟଙ୍କା ବିନିଯୋଗ ପାଇଁ ଅନୁମୋଦିତ ହୋଇଛି।
ବୈଠକରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ଲାଗି ଯତ୍ନବାନ ହେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏସ୍‌ପି ଅନୁପମା ଜେମ୍‌ସ, ପିଡି ଡିଆରଡିଏ ନରୋତ୍ତମ ବେହେରାଙ୍କ ସମେତ ଜିଲା ଯୋଜନା କମିଟିର ସଭ୍ୟାସଭ୍ୟ, ଉପଜିଲାପାଳ, ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହିଂସା ରୋକିବାକୁ ପଦକ୍ଷେପ

କଟକ ଅଫିସ୍‌,୧୫ା୪ କରୋନା ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଲକ୍‌ଡାଉନ୍‌ ସମୟରେ...

ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତା ସିଲ୍‌

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ରବିବାର ସିଲ୍‌ କରାଯାଇଛି। ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ଲଗାତାର ଆତ୍ମାହୃତି ଉଦ୍ୟମ ହେଉଥିବା ଯୋଗୁ ଉକ୍ତ...

କିଟ୍‌ର ବିଭିନ୍ନ ଷ୍ଟାଡିୟମ ଲୋକାର୍ପିତ

ଭୁବନେଶ୍ୱର,୧୮।୨ (କ୍ରୀଡ଼ା ପ୍ରତିନିଧି): କିସ୍‌ ବିଶ୍ୱବିଦ୍ୟାଳୟ ୨ୟ ଏବଂ କିସ୍‌-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏଥିସହ ଭାରତର ବିଶିଷ୍ଟ...

ସ୍ବାଧୀନତା ଦିବସ ପାଳନ ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗ; ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବିରୋଧୀ ଯାହା କହୁଛନ୍ତି ୧୦ ବର୍ଷ ଧରି ଶୁଣୁଛୁ: ବିଜେଡି

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ୍‌ ବନ୍ଦ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଭାଜପା...

ଗଞ୍ଜାମରେ ପୁଣି କରୋନାର ଆତଙ୍କ

ଛତ୍ରପୁର,୪।୪: ଗଞ୍ଜାମ ଜିଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଲାଣି। କିଛି ଦିନର ବ୍ୟବଧାନ ପରେ ଦୈନିକ ସଂକ୍ରମଣ ଦୁଇ ଅଙ୍କ ଛୁଇଁଲାଣି।...

ଆବାସ ଯୋଜନା ବାଟବନା:ପଲିଥିନ୍‌ ଢପା ଭଂଗା ଘରେ ଗରିବ ପରିବାର

ଖପ୍ରାଖୋଲ, ୨୮ା୬(ଡି.ଏନ.ଏ.): ଗରବ୍‌ ଦୁଖି ପରିବାର ଲାଗି ମୁଡ଼ ଗୁଁଜ୍‌ବାକେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ଇନ୍ଦିରା ଆବାସ, ମୋ କୁଡ଼ିଆ ଲେଖେଁ ଅନେକ ଆବାସ...

ଗ୍ରାମାଞ୍ଚଳ, ଜନଜାତି ଅଞ୍ଚଳରେ ଶିକ୍ଷାର ପାର୍ଥକ୍ୟକୁ ଦୂର କରିବ ନୂଆ ଶିକ୍ଷାନୀତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୯(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଶିକ୍ଷା ନୀତି ୨୦୨୦ ତଥା ଏହାର ଅଧୀନରେ ଗଠିତ ସ୍ବତନ୍ତ୍ର ଶିକ୍ଷା ଜୋନ ଗ୍ରାମାଞ୍ଚଳ ତଥା ଜନଜାତି ଅଞ୍ଚଳରେ...

ନବମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

କୁଆଁରମୁଣ୍ଡା,୧୨।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଘଟଣା ସୋମବାର ଲୋକଲୋଚନକୁ ଆସିଛି।...

Advertisement
Archives

Model This Week