୨୦୨୩ରୁ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଭୁବନେଶ୍ୱର, ୨୧।୧(ବ୍ୟୁରୋ): କୃଷକଙ୍କୁ ଯଥା ସମୟରେ ଉପଯୁକ୍ତ ଦରରେ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଳଚେରରେ ଏକ ସାର କାରଖାନା ଆରମ୍ଭ ହେବାକୁ ଯାଉଛି। ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌)ର କୋଇଲା ଗ୍ୟାସିଫିକେଶନ ଭିତ୍ତିକ ୟୁରିଆ ସାର କାରଖାନା ହେଉଛି ସମଗ୍ର ଦେଶରେ ଏ ଧରଣର ପ୍ରଥମ ପ୍ରକଳ୍ପ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧.୨୭ ମିଲିୟନ ଟନ୍‌ ନିମ ଆସ୍ତରଣଯୁକ୍ତ ୟୁରିଆ ସାର। ସ୍ଥାନୀୟ କୋଇଲା ଓ ପେଟକୋକର ସୁଷମ ମିଶ୍ରଣ ହିଁ ଏହାର କଞ୍ଚାମାଲ ହେବ। ୨୦୨୩ ସୁଦ୍ଧା ଏହି କାରଖାନାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବ ରହିଛି। ଏହା ଫଳରେ ଓଡ଼ିଶା ସମେତ ଏହାର ସମସ୍ତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ୟୁରିଆ ସାର ଯୋଗାଣ ସୁଗମ ଓ ସହଜଲବ୍ଧ ହେବ ବୋଲି ସାର ବିଭାଗ ସଚିବ ଛବିଳେନ୍ଦ୍ର ରାଉଳ କହିଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ପ୍ରଦାନ କରି କହିଛନ୍ତି, କୋଇଲା ଗ୍ୟାସିଫିକେଶନ ଆଧାରିତ ଯେଉଁ ଆମୋନିଆ-ୟୁରିଆ ପ୍ରକଳ୍ପ ତାଳଚେରଠାରେ ଗଢ଼ି ଉଠୁଛି, ତା’ର ଦୈନିକ ଧାର୍ଯ୍ୟ ଉତ୍ପାଦନ କ୍ଷମତା ହେଉଛି ୨୨୦୦ ମେଟ୍ରିକ୍‌ ଟନ୍‌ ଆମୋନିଆ ଏବଂ ୩୮୫୦ ମେଟ୍ରିକ୍‌ ଟନ୍‌ର ୟୁରିଆ। ଆମୋନିଆ-ୟୁରିଆ ବ୍ୟତୀତ ଏହି କାରଖାନାରୁ ଦୈନିକ ୧୦୦ ମେଟ୍ରିକ୍‌ ଟନ୍‌ ବିକ୍ରିଯୋଗ୍ୟ ସଲ୍‌ଫର୍‌ ଏକ ଅତିରିକ୍ତ ଉତ୍ପାଦନ ଭାବରେ ମଧ୍ୟ ଉତ୍ପନ୍ନ ହେବ। ତାଳଚେରଠାରେ ପ୍ରସ୍ତାବିତ କୋଇଲା ଗ୍ୟାସିଫିକେଶନ ପ୍ରଣାଳୀରେ ମାମୁଲି ପରିମାଣର ସଲ୍‌ଫର୍‌ ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ ଅକ୍ସାଇଡ୍‌ ଓ ମୁକ୍ତ କଣିକା ସମୂହ ନିର୍ଗତ ହେବ, ଯାହା ସିଧାସଳଖ କୋଇଲା ଜ୍ୱଳନ ପ୍ରଣାଳୀ ତୁଳନାରେ ଯଥେଷ୍ଟ କମ୍‌ ରହିବ। ଏହାଛଡ଼ା କାର୍ବନ ଡାଇଅକ୍ସାଇଡ୍‌ ଆଂଶିକ ଭାବରେ ମଧ୍ୟ କୋଇଲାରୁ ଉତ୍ପାଦିତ ହେଉଥିବା ଅନ୍ୟ ଏକ ଗ୍ୟାସ। ଏକ ସ୍ବତନ୍ତ୍ର ନିବୁଜ ପ୍ରଣାଳୀରେ ଏହି ଗ୍ୟାସକୁ ସଂଗ୍ରହ କରାଯାଇ ୟୁରିଆ ସାର ଉତ୍ପାଦନରେ ବ୍ୟବହାର ପାଇଁ ରଖାଯିବ।
ଏହି କାରଖାନା ଦୈନିକ ୨.୩୮ ମିଲିୟନ କ୍ୟୁବିକ୍‌ ମିଟର ପରିମାଣର ପ୍ରାକୃତିକ ଗ୍ୟାସ ଉତ୍ପାଦନ କରିବ, ଯାହାଫଳରେ ଏଲ୍‌ପିଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିବାରେ ମଧ୍ୟ ସହାୟକ ହେବ। କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳବାସୀଙ୍କ ଜୀବନଶୈଳୀ ସମେତ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡକୁ ବିଶେଷ ଭାବରେ ଉନ୍ନତ କରିବ। କାରଣ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏହି ପ୍ରକଳ୍ପ ଏଠାକାର ଜନସାଧାରଣଙ୍କ ପାଇଁ ନିଯୁକ୍ତିର ଏକ ସୁଯୋଗ ସୃଷ୍ଟି କରିବ। ପ୍ରାୟ ୪ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିିଳିବ ବୋଲି ଛବିଳେନ୍ଦ୍ର ରାଉଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ ପରିବର୍ତ୍ତନ: କୃଷିକାର୍ଯ୍ୟ ପାଇଁ କୋହଳ, ଭୁବନେଶ୍ୱର ପାଇଁ ପରବର୍ତ୍ତି ସମୟରେ ଆସିବ ସ୍ବତନ୍ତ୍ର ନିୟମ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆସନ୍ତା ୧୫ରୁ ଏପ୍ରିଲ ୩୦ ତାରିଖ ଯାଏ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ପୂର୍ବ ଭଳି ଯାନବାହାନ, ଦୋକାନବଜାର...

CORONAVIRUS UPDATE: ୨୯ ଜିଲାରୁ ୨୨୩୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯ ଜିଲାରୁ ୨୨୩୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩କୁ ବୃଦ୍ଧି...

ବଳକା ରାଜ୍ୟରେ ଉପଭୋକ୍ତା ଶୋଷିତ

ଭୁବନେଶ୍ୱର, ୫ା୨(ବ୍ୟୁରୋ): ଓଡ଼ିଶା ବିଦ୍ୟୁତ୍‌ରେ ବଳକା ରାଜ୍ୟ ବୋଲି ଶକ୍ତିମନ୍ତ୍ରୀ ବିଭିନ୍ନ ସମୟରେ ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ହେଲେ ବଳକା ରାଜ୍ୟ ହୋଇ...

ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍‌ ୯ ଇଞ୍ଚ୍‌ ତଳେ ବନ୍ୟାଜଳ ପ୍ରବାହିତ

ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍‌ ୯ଇଞ୍ଚ୍‌ ତଳେ ପ୍ରବାହିତ ହେଉଛି। ଅର୍ଥାତ୍‌ ସନ୍ଧ୍ୟାରେ ୫୨ ଫୁଟ୍‌ ୩ ଇଞ୍ଚ ରହିଛି। ଏଣୁ...

ଶିଳ୍ପକୁ ଜମି ଦେବାକୁ ତତ୍ପର, ଗରିବଙ୍କୁ ଅବହେଳା

ଯାଜପୁର ଅଫିସ,୧୬।୬: ଯାଜପୁର ଜିଲାରେ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ଚାନ୍ଦମାଠାରେ ୫୦ ଶଯ୍ୟା ବିଶିଷ୍ଟ ଭଡ଼ାଘର କମ୍ପ୍ଲେକ୍ସ(ଆର୍‌ଏଚ୍‌ସି) ନିର୍ମାଣ ପ୍ରସ୍ତାବ ୩ ବର୍ଷ ହେଲା...

ପରଲୋକରେ ଅନୁବାଦକ ଯୁଗଳ କିଶୋର

ଭୁବନେଶ୍ୱର,୨୨।୨(ବ୍ୟୁରୋ) : ବିଶିଷ୍ଟ ଅନୁବାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ଯୁଗଳ କିଶୋର ଦତ୍ତଙ୍କର ଶୁକ୍ରବାର ତାଙ୍କ ବାସଭବନରେ ପରଲୋକ ଘଟିଛି। ୯୨...

ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇ ଲୁଟ୍‌ ଉଦ୍ୟମ

ଟିକିରି,୧୫ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ରବିବାର ଭୋର୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ସୋମବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌କୁ ନେଇ...

Advertisement
Archives

Model This Week