ଭୁବନେଶ୍ୱର, ୨୧।୧(ବ୍ୟୁରୋ): କୃଷକଙ୍କୁ ଯଥା ସମୟରେ ଉପଯୁକ୍ତ ଦରରେ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଳଚେରରେ ଏକ ସାର କାରଖାନା ଆରମ୍ଭ ହେବାକୁ ଯାଉଛି। ତାଳଚେର ଫର୍ଟିଲାଇଜର ଲିମିଟେଡ୍ (ଟିଏଫ୍ଏଲ୍)ର କୋଇଲା ଗ୍ୟାସିଫିକେଶନ ଭିତ୍ତିକ ୟୁରିଆ ସାର କାରଖାନା ହେଉଛି ସମଗ୍ର ଦେଶରେ ଏ ଧରଣର ପ୍ରଥମ ପ୍ରକଳ୍ପ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧.୨୭ ମିଲିୟନ ଟନ୍ ନିମ ଆସ୍ତରଣଯୁକ୍ତ ୟୁରିଆ ସାର। ସ୍ଥାନୀୟ କୋଇଲା ଓ ପେଟକୋକର ସୁଷମ ମିଶ୍ରଣ ହିଁ ଏହାର କଞ୍ଚାମାଲ ହେବ। ୨୦୨୩ ସୁଦ୍ଧା ଏହି କାରଖାନାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବ ରହିଛି। ଏହା ଫଳରେ ଓଡ଼ିଶା ସମେତ ଏହାର ସମସ୍ତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ୟୁରିଆ ସାର ଯୋଗାଣ ସୁଗମ ଓ ସହଜଲବ୍ଧ ହେବ ବୋଲି ସାର ବିଭାଗ ସଚିବ ଛବିଳେନ୍ଦ୍ର ରାଉଳ କହିଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ପ୍ରଦାନ କରି କହିଛନ୍ତି, କୋଇଲା ଗ୍ୟାସିଫିକେଶନ ଆଧାରିତ ଯେଉଁ ଆମୋନିଆ-ୟୁରିଆ ପ୍ରକଳ୍ପ ତାଳଚେରଠାରେ ଗଢ଼ି ଉଠୁଛି, ତା’ର ଦୈନିକ ଧାର୍ଯ୍ୟ ଉତ୍ପାଦନ କ୍ଷମତା ହେଉଛି ୨୨୦୦ ମେଟ୍ରିକ୍ ଟନ୍ ଆମୋନିଆ ଏବଂ ୩୮୫୦ ମେଟ୍ରିକ୍ ଟନ୍ର ୟୁରିଆ। ଆମୋନିଆ-ୟୁରିଆ ବ୍ୟତୀତ ଏହି କାରଖାନାରୁ ଦୈନିକ ୧୦୦ ମେଟ୍ରିକ୍ ଟନ୍ ବିକ୍ରିଯୋଗ୍ୟ ସଲ୍ଫର୍ ଏକ ଅତିରିକ୍ତ ଉତ୍ପାଦନ ଭାବରେ ମଧ୍ୟ ଉତ୍ପନ୍ନ ହେବ। ତାଳଚେରଠାରେ ପ୍ରସ୍ତାବିତ କୋଇଲା ଗ୍ୟାସିଫିକେଶନ ପ୍ରଣାଳୀରେ ମାମୁଲି ପରିମାଣର ସଲ୍ଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଅକ୍ସାଇଡ୍ ଓ ମୁକ୍ତ କଣିକା ସମୂହ ନିର୍ଗତ ହେବ, ଯାହା ସିଧାସଳଖ କୋଇଲା ଜ୍ୱଳନ ପ୍ରଣାଳୀ ତୁଳନାରେ ଯଥେଷ୍ଟ କମ୍ ରହିବ। ଏହାଛଡ଼ା କାର୍ବନ ଡାଇଅକ୍ସାଇଡ୍ ଆଂଶିକ ଭାବରେ ମଧ୍ୟ କୋଇଲାରୁ ଉତ୍ପାଦିତ ହେଉଥିବା ଅନ୍ୟ ଏକ ଗ୍ୟାସ। ଏକ ସ୍ବତନ୍ତ୍ର ନିବୁଜ ପ୍ରଣାଳୀରେ ଏହି ଗ୍ୟାସକୁ ସଂଗ୍ରହ କରାଯାଇ ୟୁରିଆ ସାର ଉତ୍ପାଦନରେ ବ୍ୟବହାର ପାଇଁ ରଖାଯିବ।
ଏହି କାରଖାନା ଦୈନିକ ୨.୩୮ ମିଲିୟନ କ୍ୟୁବିକ୍ ମିଟର ପରିମାଣର ପ୍ରାକୃତିକ ଗ୍ୟାସ ଉତ୍ପାଦନ କରିବ, ଯାହାଫଳରେ ଏଲ୍ପିଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିବାରେ ମଧ୍ୟ ସହାୟକ ହେବ। କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳବାସୀଙ୍କ ଜୀବନଶୈଳୀ ସମେତ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡକୁ ବିଶେଷ ଭାବରେ ଉନ୍ନତ କରିବ। କାରଣ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏହି ପ୍ରକଳ୍ପ ଏଠାକାର ଜନସାଧାରଣଙ୍କ ପାଇଁ ନିଯୁକ୍ତିର ଏକ ସୁଯୋଗ ସୃଷ୍ଟି କରିବ। ପ୍ରାୟ ୪ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିିଳିବ ବୋଲି ଛବିଳେନ୍ଦ୍ର ରାଉଳ କହିଛନ୍ତି।
ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…
ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…
ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ
ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…
ରାସ୍ତା ଉପରେ ଆଣ୍ଠୁଏ ପାଣି, ବହୁବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ, ମରାମତି ଦାବି କରି…
କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ଖଜୁରପଡ଼ାଠାରୁ କିକିଆ ୩କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ୧୫…
ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା….
ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…
ସିର୍ଜାପାଲିରେ ଶ୍ରୀ ଜଗନ୍ନାଥଙ୍କ ବରାହ ବେଶ ଦର୍ଶନ
କେସିଙ୍ଗା, ୧୯।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପରିକ ବରାହ ବେଶରେ…
ଖୋଲୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଗ୍ରୋ ମଲ୍ : ନିର୍ମାଣ ଶେଷକୁ ବର୍ଷେ ବିତିଲାଣି,ତଥାପି….
ଦାରିଙ୍ଗବାଡି, ୧୯।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସ୍ଷ୍ଟାଣ୍ଡ ନିକଟରେ ନବନିର୍ମିତ କୃଷି ବଜାର (ଏଗ୍ରୋ ମଲ୍) ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରି…
ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ
ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ…
‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ
ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…
Archives

