୨୦୨୦ ମସିହାକୁ ଡିଲିଟ୍‌ କରିବାକୁ ଚାହୁଁଛନ୍ତି ଅମିତାଭ !

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଏବେ କରୋନା ଭାଇରସକୁ ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ସମୟରେ କିଛି ନା କିଛି ପୋଷ୍ଟ କରୁଥିବା ଦେଖାଯାଇଛି। ଅତିତରେ ସେ କିଛି କବିତା ଶେୟାର କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଏହି ମହାନାୟକ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି, ଆମେ ୨୦୨୦ ମସିହାକୁ ଡିଲିଟ୍‌ କରି ପୁଣିଥରେ ରି ଇନଷ୍ଟଲ କରିପାରିବା କି? କାରଣ ଏଥିରେ ଭାଇରସ ଅଛି। ଅମିତାଭଙ୍କ ଏହି ପୋଷ୍ଟକୁ ନେଇ ଭିନ୍ନ ଭିନ୍ନ କମଣ୍ଟେ ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି ଯଦି ଏହା ଆମ ହାତରେ ଥାଆନ୍ତା, ତେବେ ସମ୍ଭବ ହୋଇ ଥାଆନ୍ତା, ହେଲେ ଭଲ ସମୟ ନିଶ୍ଚୟ ଆସୁଛି, ଯଦି ଏହି ଭାଇରସଠାରୁ ଲୋକେ କିଛି ଶିକ୍ଷା କରୁଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ହଁ ଆମେ ୨୦୨୦କୁ ଡିଲିଟ୍‌ କରିପାରିବା ଯଦି ଆମେ ଘରେ ରହିବା। ଆଉଜଣେ ୟୁଜର ଲେଖିଛନ୍ତି ୨୦୨୦କୁ ଭାଇରସ ପାଇଁ ଡିଲିଟ କରିବାର ଆବଶ୍ୟକତା ନାହିଁ କାରଣ ଏଥିପାଇଁ ଆଣ୍ଟି ଭାଇରସ ଖୋଜା ଚାଲିଛି। ସେ ଯାହା ବି ହେଉ ନା କାହିଁକି ଏବେ କରୋନା ଭାଇରସକୁ ଦୂରେଇ ଦେବାକୁ ସମସ୍ତଙ୍କର ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ସହ ଛୁଟି କାଟିବାକୁ ବାହାରିଲେ ରଣବୀର, ୟୁଜର୍ସ କହିଲେ ଲୋକ ଏପଟେ ମରୁଛନ୍ତି ଆଉ ତୁମେ…

ମହାରାଷ୍ଟ୍ରରେ କରୋନାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ, ଏଭଳି ପରିସ୍ଥିତିରେ ସରକାର ଫିଲ୍ମ ଏବଂ ସିରିୟଲ ଶୁଟିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କାମ ବନ୍ଦ ହେବା ମାତ୍ରେ...

‘ଲଭ୍‌ ଆଜକଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍‌ ବର୍ତ୍ତମାନ ଇମ୍‌ତିଆଜ୍‌ ଅଲିଙ୍କ ‘ଲଭ୍‌ ଆଜ୍‌କଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି। ସେ ଏଥିରେ କାର୍ତ୍ତିକ...

ଦିଲ୍ଲୀ ପରେ ମୁମ୍ବାଇରେ ମୋଦି ବିରୋଧୀ ପୋଷ୍ଟର…

ମୁମ୍ବାଇ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ବିବାଦୀୟ ପୋଷ୍ଟର ଲଗାଯାଇଥିଲା।...

ଖୋଲା ରହିପାରିବ ପଶୁଖାଦ୍ୟ ଦୋକାନ, ତେଜରାତି ଦୋକାନୀ ବି ରଖିପାରିବେ: ବାଗ୍‌ଚୀ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୪ ନଂ. ଜାରି କରାଯାଇଛି। ତେବେ ରବିବାର ଏହି ନମ୍ବର ବନ୍ଦ ରହିବ। ଏହାର...

ଏନ୍‌ଟିଆରଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ଅମୀର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଖୁବ୍‌ଶୀଘ୍ର ପ୍ରଶାନ୍ତ ନୀଲଙ୍କ ସହ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ରରେ କାମ କରିବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ଫିଲ୍ମର...

ନିଶାରେ ରାତି ସାରା ଫିଲ୍ମ ନିର୍ମାତାଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ‘ହି ମ୍ୟାନ’ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଅଭିନୟ ଜଗତରେ ଚମତ୍କାର ଇନିଂସ ଖେଳିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ଧର୍ମେନ୍ଦ୍ର ତାଙ୍କ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୬୬ ଜୀବନ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଗୁରୁବାର ରାଜ୍ୟରେ କରୋନାଜନିତ ୬୬ଜଣଙ୍କର ମୃତ୍ୟୁ...

୭ ଦିନରେ ୩୦୦ ଛୋଟ ପିଲା କରୋନାରେ ଆକ୍ରାନ୍ତ, ଚିନ୍ତାରେ ସରକାର…

ବେଙ୍ଗାଲୁରୁ,୧୨।୮: ଆମେରିକା ସମେତ ପୃଥିବୀର ବହୁ ଦେଶରେ କରୋନା ସଂକ୍ରମଣ ପୁଣିଥରେ ବିପଦ ସୃଷ୍ଟି କରିଛି। ବିଶେଷଜ୍ଞମାନେ ଏହାକୁ ତୃତୀୟ ଲହର ଭାବରେ ବିଚାର କରୁଛନ୍ତି।...

Advertisement
Archives

Model This Week