୨ଶହ ଗରିବଙ୍କୁ ରନ୍ଧାଖାଦ୍ୟ ଦେଲେ ସ୍ବେଚ୍ଛାସେବୀ

ଖୋର୍ଦ୍ଧା ଅଫିସ,୨୯ା୩ : କରୋନା ଭୂତାଣୁ ସଂକ୍ରମଣ ଲାଗି ସାରା ଲକ୍‌ଡାଉନ ହୋଇଛିି। ଏହାର ପ୍ରଭାବରେ ଅସହାୟ, ଗରିବ, ଖଟିଖିଆ, ବୃଦ୍ଧାବୃଦ୍ଧା ବିଶେଷ ପ୍ରଭାବିତ ହୋଇଛନ୍ତି। ଭୋକ ଉପାସରେ ଦିନ କାଟୁଥିବାରୁ ଏମାନଙ୍କ ଲାଗି ଆଗେଇ ଆସିଛନ୍ତି ଖୋର୍ଦ୍ଧା ବିକାଶ ପରିଷଦ, ପୌର ପ୍ରଶାସନ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ। ରବିବାର ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ପ୍ରାୟ ୨ଶହ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରଥମ ଦିନରେ ପରିଷଦର କର୍ମକର୍ତ୍ତାମାନେ ଡମ ସାହି, ଭାଲିଆବାଡି, ଟାଉନ ହଲ ସମେତ ବସ୍ତି ଅଞ୍ଚଳ ବୁଲି ରନ୍ଧା ଖାଦ୍ୟ ପ୍ରଦାନ କରୁଛନ୍ତି। ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ, ଏସଡିପିଓ ସୁଶୀଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି ଅଭିଯାର ଶୁଭାରମ୍ଭ କରିଥିଲେ। ସେହିପରି ପୌର ପ୍ରଶାସନ ପକ୍ଷରୁ ମଧ୍ୟ ସହରରେ ଚିହ୍ନଟ କରାଯାଇଥିବା ବୃଦ୍ଧାବୃଦ୍ଧଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି। ସେହିପରି ପରିବେଶପ୍ରେମୀ ଧନେଶ୍ୱର ବହିଦାର ରାସ୍ତାକଡ଼ରେ ବୁଲା ଗୋରୁ, କୁକୁରଙ୍କୁ ଶୁଖିଲା ଖାଦ୍ୟ, ପାଣି ପ୍ରଦାନ କରୁଛନ୍ତି। ପରିଷଦ ପକ୍ଷରୁ ଏହି ଅଭିଯାନରେ ସାମାଜିକ କର୍ମୀ ଶକ୍ତିଶଙ୍କର ମିଶ୍ର, ଦୟାନିଧି ରାଉତ, ନିକୁଞ୍ଜ ପଟ୍ଟନାୟକ, ମିହିର ବିଧାର, ମନ୍ମଥ ମିଶ୍ର ପ୍ରମୁଖ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଜମୁଛି ଡ୍ରେନ୍‌ପାଣି, ଲୋକେ ହଇରାଣ

ଖୋର୍ଦ୍ଧା ଅଫିସ,୩ା୬: ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ପୁରୁଣା ଦମକଳ ଛକଠାରେ ଡ୍ରେନ କାମ ଚାଲିଛି। ଫଳରେ ଏହି ଡ୍ରେନକୁ ସଂଯୋଗ କରୁଥିବା ଅନ୍ୟ ସାହିର ଡ୍ରେନ...

ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ, ରୋଗୀ ହଇରାଣ

ନିରାକାରପୁର,୧୧ା୭(ଡି.ଏନ୍‌.ଏ.): ଶ୍ରୀକ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଶ୍ରଦ୍ଧାଳୁମାନେ ନୂଆ ଜଗନ୍ନାଥ...

ସୌରଶକ୍ତିଚାଳିତ ବ୍ୟାଟେରି ସାଇକେଲ ନିର୍ମାଣ

ଜଟଣୀ,୩।୩(ଡି.ଏନ.ଏ.): ଇଚ୍ଛାଶକ୍ତି ଥିଲେ ନିଶ୍ଚିତ କାର୍ଯ୍ୟ ସଫଳତା ହୋଇଥାଏ। ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଛାତ୍ରମାନେ।...

ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

ଯାଁଳା,୧୭ା୧୦(ଡି.ଏନ୍‌.ଏ.): ସରକାର ଶିକ୍ଷାର ବିକାଶ ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବାରେ ଲାଗିପଡିଛନ୍ତି। ବିଦ୍ୟାଳୟକୁ ସ୍ମାର୍ଟରେ ରୂପାନ୍ତରଣ କରି ପିଲାଙ୍କ ପାଠପଢା ସ୍ମାର୍ଟ କରାଉଛନ୍ତି। ହେଲେ...

ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା

ବୋଲଗଡ,୧୩ା୨(ଡି.ଏନ.ଏ.): ଚାଷୀମାନଙ୍କ ନ୍ୟାଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଚଳାଇଥିବା ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା ବୁଧବାର ବୋଲଗଡ଼ ବ୍ଲକ ସାଗରଗଁା ପଞ୍ଚାୟତରେ ପହଞ୍ଚତ୍ଥିଲା।...

ବର୍ଷାରେ ଧୋଇଗଲା ରାସ୍ତା: ପାଣ୍ଡିଆବିଲି, ବୁଢ଼ାଙ୍ଗରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା ଅଫିସ/ଜଟଣୀ/ବାଣପୁର, ୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଦୟାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବର୍ଷାରେ ଜଟଣୀ ବ୍ଲକର ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗ୍ରାମକୁ ସଂଯୋଗ କରୁଥିବା...

ଟୋକନ୍‌-ଟାର୍ଗେଟ ମଧ୍ୟରେ ପେଷି ହେଉଛି ଚାଷୀ

ଖୋର୍ଦ୍ଧା ଅଫିସ,୧୯ା୨:ଖୋର୍ଦ୍ଧା ଜିଲାରେ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିିଛି। ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀ ଟୋକନ ପାଇ ସୁଦ୍ଧା ଧାନ...

ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୨କି.ମି.

ଖୋର୍ଦ୍ଧା ଅଫିସ,୭ା୧୦:ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନ ଥାଏ। ଆବଶ୍ୟକ ଥାଏ ଉଦାର ହୃଦୟ ଓ ମନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା...

Advertisement
Archives

Model This Week