୧୯ ବର୍ଷରେ ବେଷ୍ଟ୍‌ ସେଲିଂ ଲେଖକ: ଇଞ୍ଜିନିୟର ଟର୍ନଡ୍‌ ରାଇଟର୍‌ ‘ପୀୟୂଷ’

ଭୁବନେଶ୍ୱର,୪ା୩(ବ୍ୟୁରୋ): ପ୍ୟାଶନ ଆଗରେ ହାର୍‌ ମାନିଛି ବୟସ। ଲେଖିବାର ମନିଶା ୧୯ ବର୍ଷୀୟ ପୀୟୂଷ ଗୁପ୍ତାଙ୍କୁ ଦେଇଛି ନୂଆ ପରିଚୟ। ବି.ଟେକ୍‌ ଦ୍ୱିତୀୟ ବର୍ଷରେ ପଢୁଥିବା ଏହି ଯୁବ ଲେଖକ ଆମାଜନ୍‌ରେ ବେଷ୍ଟ୍‌ ସେଲିଂ ଲେଖକ ହେବାର ଗୌରବ ଅର୍ଜନ କରିଛନ୍ତି। ପୀୟୂଷଙ୍କ ଦ୍ୱାରା ଲିଖିତ ଇଂଲିଶ ଉପନ୍ୟାସ ‘ଦି ଷ୍ଟୋରି ଦ୍ୟାଟ୍‌ ନେଭର୍‌ ଷ୍ଟାର୍ଟେଡ୍‌’ ଗତ ଫେବୃୟାରୀ ମାସରେ ଇ-କମର୍ସ ଓ୍ବେବ୍‌ସାଇଟ୍‌ ଆମାଜନ୍‌ରେ ସର୍ବାଧିକ ବିକ୍ରି ହୋଇଛି। ପ୍ରଥମଥର ପାଇଁ ଓଡ଼ିଶାର ଜଣେ ଯୁବ ଲେଖକଙ୍କୁ ଏଭଳି ସଫଳତା ମିଳିଛି।
ଇଞ୍ଜିନିୟର ଟର୍ନଡ୍‌ ରାଇଟର୍‌। ଭୁବନେଶ୍ୱରର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି)ରେ ଇଞ୍ଜିନିୟରିଂ ପଢୁଥିବା ପୀୟୂଷ ଏବେ ପାଲଟିଛନ୍ତି ଜଣେ ଜଣାଶୁଣା ଲେଖକ। ଗତବର୍ଷ ତାଙ୍କ ଦ୍ୱାରା ଲିଖିତ ପ୍ରଥମ ପୁସ୍ତକ ‘ଟେକ୍ନିକାଲି, ଆଇ ଲଭ୍‌ ୟୁ’ ଲୋକାର୍ପିତ ହେବା ପରେ ଏହା ପାଠକଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା। ପ୍ରେମ ଓ ରୋମାନ୍ସ ଉପରେ ଆଧାରିତ ଏହି ଉପନ୍ୟାସ ପୁସ୍ତକ ଅଥର୍‌ ପେଜ୍‌ ପକ୍ଷରୁ ‘ବେଷ୍ଟ୍‌ ଡେବ୍ୟୁ ନୋବେଲ୍‌’ ଆଓ୍ବାର୍ଡ ପାଇଥିଲା। ପ୍ରଥମ ପୁସ୍ତକର ଲୋକପ୍ରିୟତା ପରେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଦ୍ୱିତୀୟ ପୁସ୍ତକ ‘ଦି ଷ୍ଟୋରି ଦ୍ୟାଟ୍‌ ନେଭର୍‌ ଷ୍ଟାର୍ଟେଡ୍‌’ ଲେଖା ଆରମ୍ଭ କରିଥିଲେ। ନିକଟରେ ଏହା ଲୋକାର୍ପିତ ହୋଇଥିବାବେଳେ ଆମାଜନ୍‌ରେ ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା। ମାତ୍ର କିଛିଦିନ ମଧ୍ୟରେ ଏହା କ୍ରାଇମ୍‌, ଥ୍ରିଲର୍‌ ଓ ମିଷ୍ଟ୍ରି ସେକ୍ସନରେ ଶ୍ରେଷ୍ଠ ପୁସ୍ତକଭାବେ ବିବେଚିତ ହୋଇଥିଲା। ବାସ୍ତବ ଘଟଣାରୁ ଅନୁପ୍ରାଣିତ ହୋଇ ଏହି ପୁସ୍ତକ ସେ ଲେଖିଥିବାବେଳେ ଏଥିରେ କ୍ରାଇମ୍‌, ସସ୍‌ପେନ୍ସ ଓ ରୋମାନ୍ସର ରୋମାଞ୍ଚକର କାହାଣୀ ରହିଛି। ବିଶେଷକରି ବର୍ତ୍ତମାନ ସମୟରେ ମହିଳାଙ୍କ ସପକ୍ଷରେ ଥିବା ଆଇନର ଫାଇଦା ଉଠାଇ କେତେକ ମହିଳା ମିଥ୍ୟା ବଳାତ୍କାର ମାମଲାରେ କିଭଳି ନିର୍ଦ୍ଦୋଷଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି ତାହାକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି। ଆମ ଚାରିପାଖେ ଘଟୁଥିବା ବାସ୍ତବ ଘଟଣାର ନିଚ୍ଛକ ପ୍ରତିଛବି ଏଥିରେ ପ୍ରତିଫଳିତ ହୋଇଛି ବୋଲି ପୀୟୂଷ କହିଛନ୍ତି।
ନିଜର ଏହି ସଫଳତା ସମ୍ପର୍କରେ ପୀୟୁଷ କୁହନ୍ତି, କଲେଜ ଜୀବନର ପ୍ରଥମବର୍ଷରୁ ଲେଖାଲେଖି ଆରମ୍ଭ କରିଥିଲି। ପ୍ରଥମେ ରୋମାନ୍ସ ଉପରେ ଲେଖିବା ପରେ ଏଥର କିଛି ଭିନ୍ନ ଲେଖିବାକୁ ଚାହିଁଲି। ମୁଁ ବହୁତ ଖବରକାଗଜ ପଢ଼େ। ଅନେକ ସମୟରେ ନିର୍ଦ୍ଦୋଷଙ୍କୁ ମିଥ୍ୟା ବଳାତ୍କାର ମାମଲାରେ ଫସାଇ ଦିଆଯାଇଥିବା ମୋ ନଜରକୁ ଆସେ। ସେହିଠାରୁ ହିଁ ଏହି ଉପନ୍ୟାସର କାହାଣୀ ମୋ ଭାବନାକୁ ଆସିଥିଲା। ଗତବର୍ଷ ଜାନୁୟାରୀରୁ ଲେଖିବା ଆରମ୍ଭ କରିଥିଲି। ଆଗକୁ ଆହୁରି ବହି ଲେଖିବି ବୋଲି ଭାବୁଛି। ବହି ପଢୁ ପଢୁ ମୁଁ ଦିନେ ହଠାତ୍‌ ଲେଖିବା ପାଇଁ ଚିନ୍ତା କରିଥିଲି ଓ ତା’ ପରଠାରୁ ଲେଖୁଛି। ଏହା ଏବେ ମୋର ଅଭ୍ୟାସ ହୋଇଗଲାଣି। ଜାତୀୟସ୍ତରରେ ଓଡ଼ିଆ ଲେଖକଙ୍କୁ କିଭଳି ସ୍ବତନ୍ତ୍ର ପରିଚୟ ମିଳିବ ତାହା ମୋର ଲକ୍ଷ୍ୟ। ଯେଉଁମାନେ ଲେଖିବା ପାଇଁ ଭାବୁଛନ୍ତି, ହେଲେ କେଉଁଠାରୁ ଆରମ୍ଭ କରିବେ ଜାଣି ପାରୁନାହାନ୍ତି, ସେମାନଙ୍କୁ ମୁଁ ଏତିକି କହିବି ଯେ, ଯେତେ ପାରୁଛ ସେତେ ପଢ। ବଡ଼ ବଡ଼ ଲେଖକ କ’ଣ ଲେଖୁଛନ୍ତି ଓ କେମିତି ଲେଖୁଛନ୍ତି ତାହା ଜାଣ। ଯାହାର ଏଥିପ୍ରତି ଦୁର୍ବଳତା ଥିବ ସେ ନିଶ୍ଚୟ ଦିନେ ନା ଦିନେ ସଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୪.୬୨ ଲକ୍ଷ ଟଙ୍କା ଠକେଇ, ଫାଇନାନ୍ସ କମ୍ପାନୀର କର୍ମଚାରୀ କହୁଥିବା ଯୁବକ ଗିରଫ

କୋକସରା,୭।୧: କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ରାବଣଗୁଡା ଗ୍ରାମର କିଛି ଲୋକଠାରୁ ୪ ଲକ୍ଷ ୬୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ...

ଓଡ଼ିଶାକୁ ୯.୫୯ ଲକ୍ଷ ଗୃହ ମଞ୍ଜୁର

ଭୁବନେଶ୍ବର,୧୬ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)କୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଦୀର୍ଘଦିନ ହେବ ମୁହଁାମୁହିଁ ସ୍ଥିତି ଲାଗି ରହିଥିଲା। ଏଥିଯୋଗୁ ହିତାଧିକାରୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ...

୨୧ରୁ ଭୋଟର ତାଲିକା ସଂଶୋଧନ ନେଇ ସ୍ବତନ୍ତ୍ର ଡ୍ରାଇଭ୍‌

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲିଛି। ଆସନ୍ତା ୨୧ ତାରିଖରୁ ଏ ନେଇ ସ୍ବତନ୍ତ୍ର ଡ୍ରାଇଭ ମଧ୍ୟ ଆରମ୍ଭ ହେବ।...

ନିଜ ବିକାଶ ନିଷ୍ପତ୍ତି ନେବେ ଆଦିବାସୀ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସେମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ କ୍ଷେତ୍ର ଅକ୍ଷୁଣ୍ଣ ରହିବ। ସବୁକିଛି ନିଷ୍ପତ୍ତି ନେବ ଗ୍ରାମ ପରିଷଦ(କାଉନ୍‌ସିଲ)। ସେମାନଙ୍କ ଜୀବନଜୀବିକା, ପରମ୍ପରା...

ମାଲକାନଗିରି ବନ୍ୟା: ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା,୯।୮(ଡି.ଏନ୍‌.ଏ.): ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା। ଏହାର ପ୍ରଭାବରେ ମାଲକାନଗିରି ଜିଲା କାଙ୍ଗୁରକୋଣ୍ଡା ପୋଲ ଉପରେ ୪ଫୁଟ୍‌ର ବନ୍ୟା ପାଣି ପ୍ରବାହିତ ହେଉଛି l...

ସାଇ ଇଣ୍ଟରନ୍ୟାଶନାଲକୁ ଶ୍ରେଷ୍ଠ ସ୍କୁଲ ମାନ୍ୟତା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଏଜୁକେଶନ୍‌ ୱାଲର୍‌ଡ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗ୍‌ ୨୦୨୦ର ଡେ’ କମ୍‌ ବୋର୍ଡିଂ ବିଭାଗରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍କୁଲ ଏବଂ...

ମନ ଜିଣୁଛି ସୁଦର୍ଶନଙ୍କ ‘ଜୟ ଶ୍ରୀରାମ’ ବାଲୁକାକଳା

ଭୁବନେଶ୍ୱର,୫।୮(ବ୍ୟୁରୋ): ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ଲାଗି ବୁଧବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିଛନ୍ତି। ରାମଲାଲାଙ୍କ ଭବ୍ୟ...

ଘରେ ପଶି ଟଙ୍କା,ସୁନା ଲୁଟିଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୧୬ା୧୦(ଡି.ଏନ.ଏ.): ଖଲ୍ଲିକୋଟ ବ୍ଲକ କନ୍ଦିଗାଁ ଗ୍ରାମରେ ଟୁକୁନା ସ୍ବାଇଁଙ୍କ କବାଟ ଭାଙ୍ଗି ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ସୂଚନା...

Advertisement
Archives

Model This Week