Posted inଜାତୀୟ

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ସାମ୍‌ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ଝଡ଼

ନୂଆଦିଲ୍ଲୀ/ଶିମ୍‌ଲା,୧୧ା୫(ପି.ଟି.): ସାଧାରଣ ନିର୍ବାଚନର ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ଥିବାବେଳେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛି ଦଳ। ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାକୁ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଗୁରୁବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ପିଟ୍ରୋଡାଙ୍କ ମନ୍ତବ୍ୟ ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମାମାଗନ୍ତୁ ବୋଲି ଭାଜପା ଅଡ଼ିବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳରୁ ତାଙ୍କ ବହିଷ୍କାର ଦାବି କରିଛନ୍ତି। କଂଗ୍ରେସ ବିବାଦରୁ ଦୂରେଇ ରହିବା ପରେ ଶେଷରେ ପିଟ୍ରୋଡା ନିଜେ କ୍ଷମାମାଗିବା ସହ ସେ ଭଲ ହିନ୍ଦୀ କହିପାରୁ ନ ଥିବାରୁ ତାଙ୍କ କଥାକୁ ଭୁଲ୍‌ ଢଙ୍ଗରେ ଉପସ୍ଥାପନ କରାଯାଇଥିବା କହିଛନ୍ତି।
ରାହୁଲଙ୍କ ଘନିଷ୍ଠ ସହଯୋଗୀ ତଥା ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡା ଗୁରୁବାର ହିମାଚଳ ପ୍ରଦେଶର ଧର୍ମଶାଳାରେ ଶିଖ୍‌ ବିରୋଧୀ ଦଙ୍ଗା ସମ୍ପର୍କରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ, ୧୯୮୪ରେ ଦଙ୍ଗା ହେଲା ତ କ’ଣ ହେଲା। ଏହାକୁ ନେଇ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର କହିଛନ୍ତି, ୧୯୮୪ ଦଙ୍ଗାରେ ୩,୦୦୦ ଶିଖ୍‌ଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କହିଥିଲେ, ଯେତେବେଳେ ବଡ଼ ଗଛ ଟଳିପଡ଼େ ଭୂକମ୍ପ ସୃଷ୍ଟିହୁଏ। ଏବେ ରାଜୀବଙ୍କ ସହଯୋଗୀ ତଥା ରାହୁଲଙ୍କ ପଥପ୍ରଦର୍ଶକ ପିଟ୍ରୋଡା ଶିଖ୍‌ ଗଣହତ୍ୟା ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ଓ ନିନ୍ଦନୀୟ। ଏଥିଲାଗି ସୋନିଆ ଓ ରାହୁଲ କ୍ଷମାମାଗନ୍ତୁ ବୋଲି ଜାଭଡେକର କହିଛନ୍ତି। ସେପଟେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ହିମାଚଳର ମଣ୍ଡିରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛନ୍ତି। ଭାଜପାର ଏକ ସଭାରେ କହିଛନ୍ତି, ଗତକାଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ ‘ହୁଆ ତୋ ହୁଆ’। ରାଜୀବଙ୍କ ଘନିଷ୍ଠ ବନ୍ଧୁ ଓ ରାହୁଲଙ୍କ ଗୁରୁ ଦେଇଥିବା ମନ୍ତବ୍ୟରୁ କଂଗ୍ରେସର ଚରିତ୍ର ଓ ମାନସିକତା ପ୍ରତିଫଳିତ ହେଉଛି। ଏହି ଦଳ ସର୍ବାଧିକ ସମୟ ଧରି ଦେଶକୁ ଶାସନ କରିଛି। ଶିଖ୍‌ ବିରୋଧୀ ଦଙ୍ଗାକୁ ନେଇ ଯାହା କୁହାଯାଇଛି ସେଥିରୁ ଏହାର ଅହଂକାର ଧରାପଡ଼ିଯାଇଛି। ଏଭଳି ନେତାଙ୍କୁ ଦଳରୁ ବହିଷ୍କାର କରାଯିବା ଉଚିତ। ସେପଟେ କଂଗ୍ରେସ ଏହି ବିବାଦରେ ନ ପଡ଼ି ସଫେଇ ଦେବାସହ ପିଟ୍ରୋଡାଙ୍କୁ ଚେତାବନୀ ଦେଇଛି। ଆମ ଦଳର ନେତାମାନେ ସତର୍କ ହୋଇ ମନ୍ତବ୍ୟ ଦିଅନ୍ତୁ। ୧୯୮୪ ଓ ୨୦୦୨ ଦଙ୍ଗା ପାଇଁ ନ୍ୟାୟ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଚାରିଆଡୁ ସମାଲୋଚିତ ହେବା ପରେ ପିଟ୍ରୋଡା ଶୁକ୍ରବାର କ୍ଷମାମାଗିଛନ୍ତି। ପିଟ୍ରୋଡା କହିଛନ୍ତି, ସେ ଭଲ ହିନ୍ଦୀ କହିପାରନ୍ତି ନାହିଁ। ତେଣୁ ଏହାର ଫାଇଦା ନେଇ ତାଙ୍କ ମନ୍ତବ୍ୟକୁ ଭୁଲ୍‌ ଢଙ୍ଗରେ ଉପସ୍ଥାପନ କରି ବିବାଦ ସୃଷ୍ଟି କରାଯାଉଛି। ଏଥିଲାଗି ସେ ଦୁଃଖିତ ଓ କ୍ଷମାପ୍ରାର୍ଥୀ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

ଛାତିଥରା….ଦିଲ୍ଲୀ ଅଗ୍ନିକାଣ୍ଡରେ ୨୧ ମୃତ, ଜୀବନ ବଞ୍ଚାଇବା ପାଇଁ ଛୁଆଙ୍କୁ ଧରି ତୃତୀୟ ମହଲାରୁ ଡ଼େଇଁଲେ ମହିଳା

ନୂଆଦିଲ୍ଲୀ,୩ା୬: ବୁଧବାର ସକାଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଆଁରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ…

ଟିଏମସିରେ ବିଦ୍ରୋହ ଭିତରେ ମମତାଙ୍କ ବଡ଼ ଚାଲ! ଭାଙ୍ଗିଦେଲେ ଦଳର…

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ସୃଷ୍ଟି ହୋଇଥିବା ତୀବ୍ର ବିଦ୍ରୋହକୁ ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ମମତାଙ୍କୁ ଜୋରଦାର ଝଟ୍‌କା, ଋତବ୍ରତ ବାନାର୍ଜୀ ହେଲେ ଟିଏମସିର…

କୋଲକାତା,୩।୬: ବର୍ତ୍ତମାନ, ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ସୃଷ୍ଟି ହେଉଥିବା ଆଭ୍ୟନ୍ତରୀଣ ଅଶାନ୍ତି ପଶ୍ଚିମବଙ୍ଗ ରାଜନୀତିରେ ତୀବ୍ର ଆଲୋଚନାର ବିଷୟ। ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ,…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ୧୦ହଜାର କୋଟି….

ନୂଆଦିଲ୍ଲୀ, ୩।୬: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, କେନ୍ଦ୍ର ସରକାର ବିମାନ ଚଳାଚଳ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସରକାର ୧୦,୦୦୦ କୋଟିର…

ପେଟ୍ରୋଲ ପମ୍ପରେ କେତେ ଭିଡ଼ ଅଛି ଘରେ ବସି ଜାଣନ୍ତୁ, ମୋବାଇଲରେ ସର୍ଚ୍ଚ କରନ୍ତୁ ଏମିତି…

ନୂଆଦିଲ୍‌ଲୀ,୩।୬: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଅନେକ ସମୟରେ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଗଲା…

ମଞ୍ଚ ଉପରେ ଖାଲି ପାଦ…ହାତରେ ସମ୍ବିଧାନର କପି, ଏପରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ,୩ା୬: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବୁଧବାର ଦିନ ସେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri