୧୯ରେ ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଭଙ୍ଗାଯିବ ବେଆଇନ କୋଠା

ପୁରୀ ଅଫିସ, ୧୪ା୮: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଗୋଇନ୍ଦା ବିଭାଗର ଏହି ରିପୋର୍ଟ ପ୍ରଶାସନ ଆଖିରୁ ନିଦ ହଜାଇ ଦେଇଛି। ଜିଲା ପ୍ରଶାସନ ଓ ପୋଲିସକୁ ଘାରିଛି ବଡ଼ଦେଉଳର ସୁରକ୍ଷା ଚିନ୍ତା। ତେଣୁ ଏ ଦିଗରେ ସଜାଗ ଆଉ ସତର୍କ ହୋଇପଡ଼ିଛି ପ୍ରଶାସନ। ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା ୧୯ତାରିଖରେ ଭଙ୍ଗାଯିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ମୁଖ୍ୟ ମନ୍ଦିର ସହିତ ସମ୍ପର୍କ ନ ଥିବା ସବୁ ନିର୍ମାଣକୁ ଉଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୂର୍ବରୁ ହାଇକୋର୍ଟଙ୍କ କିଛି ନିର୍ଦ୍ଦେଶ ଅଛି। ଏଥିରେ ଏଏସ୍‌ଆଇର ମଧ୍ୟ ସହମତି ରହିଛି। ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖାଯିବ। ମୁଖ୍ୟ ମନ୍ଦିର ସହିତ ସମ୍ପର୍କ ନ ଥିବା ସବୁ ନିର୍ମାଣକୁ ଆସନ୍ତା ୧୯ ତାରିଖରେ ଉଚ୍ଛେଦ କରାଯିବ। ଏଥିରେ କେତେକ ସରକାରୀ ନିର୍ମାଣ ଯଥା ସିଂହଦ୍ୱାର ଫାଣ୍ଡି, ସୂଚନାକେନ୍ଦ୍ର ଏବଂ ଏହା ନିକଟସ୍ଥ ଏକ ନୂଆ କୋଠା ମଧ୍ୟ ରହିଛି। ପଶ୍ଚିମଦ୍ୱାର ନିକଟରେ ସେସୁର ଫ୍ୟୁଜକଲ୍‌ କେନ୍ଦ୍ର, ଦକ୍ଷିଣ ଦ୍ୱାର ପାଖରେ ଶୌଚାଳୟ ସମେତ ମେଘନାଦ ପାଚେରିକୁ ଲାଗି ଜୋତାଷ୍ଟାଣ୍ଡ ଏବଂ କେତେକ ଦୋକାନ ରହିଛି। ଏ ସବୁକୁ ହଟାଇ ଦିଆଯିବ। ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମେଘନାଦ ପାଚେରି କଡ଼ରେ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ରହିବ ନାହିଁ। ବେସରକାରୀ ନିର୍ମାଣକୁ ନେଇ ଯଦି କିଛି କୋର୍ଟ କେସ୍‌ ଥାଏ ତେବେ ତାହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ। ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ସମ୍ପୂର୍ଣ୍ଣ ଭାବେ ଅବରୋଧମୁକ୍ତ କରାଯିବ। ଅନ୍ୟ ପକ୍ଷରେ ସିଂହଦ୍ୱାର ନିକଟସ୍ଥ ୨ଟି ମଠ (ଛାଉଣୀ ଓ ବଡ଼ଛତା) ସମ୍ପର୍କରେ ଜିଲାପାଳ କହିଥିଲେ, ଏହି ମଠ ଦ୍ୱୟ ହେଉଛି ଐତିହ୍ୟର ଅଂଶ। ଶ୍ରୀମନ୍ଦିର ସେବାପୂଜା, ରୀତିନୀତି ସହ ମଠ ଦ୍ୱୟ ସମ୍ପୃକ୍ତ ଥିବାରୁ ସେଗୁଡ଼ିକୁ ସୁରକ୍ଷିତ ରଖାଯିବ। ଆବଶ୍ୟକ ପଡ଼ିଲେ ପ୍ରଶାସନ ତାହାର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ନେବ। ସୂଚନାକେନ୍ଦ୍ର ଉପରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନର ସହ ସ୍ଥାନାନ୍ତର କରାଯିବ। କିନ୍ତୁ ଏ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ମେଘନାଦ ପାଚେରି ଚତୁଃପାର୍ଶ୍ୱରେ କୌଣସି ପ୍ରକାର ନିର୍ମାଣ ରଖାଯିବ ନାହିଁ ବୋଲି ଜିଲାପାଳ ସିଂ କହିଛନ୍ତି।
ଶ୍ରୀମନ୍ଦିର ନିକଟରେ ଜବରଦଖଲ ଓ ବେଆଇନ ନିର୍ମାଣ ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ତାହା ବଡ଼ ଚ୍ୟାଲେଞ୍ଜ ହୋଇଛି। ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଭଳି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା ମାର୍ଗ ନିର୍ମାଣ କରିବାକୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ମନ୍ଦିର ଚତୁଃପାର୍ଶ୍ୱକୁ ‘ନୋ ପାର୍କିଂ ଓ ନୋ ଭେଣ୍ଡିଂ ଜୋନ୍‌’ କରାଯାଇଥିବାବେଳେ ଏକ ବୈଷୟିକ ସଂସ୍ଥା ଦ୍ୱାରା ଡିଜାଇନ ପ୍ରସ୍ତୁତ କରାଯାଉଛି।
ମେଘନାଦ ପାଚେରିକୁ ଲାଗି ବିଭିନ୍ନ ପ୍ରକାର ନିର୍ମାଣ ରହିଥିବାରୁ ବିଗତ ଦିନରେ ଶ୍ରୀମନ୍ଦିର ଭିତରେ ଏକାଧିକ ଲୁଟ୍‌ ହୋଇଛି। ଲୁଟେରା ଏହି ନିର୍ମାଣକୁ ସାହାରା କରି ରାତିରେ ମନ୍ଦିର ଭିତରକୁ ଯାଇ ଲୁଟ୍‌ କରିଥିବା ପୋଲିସ ଆଗରେ ବୟାନ ଦେଇଥିଲେ । ତେଣୁ ମେଘନାଦ ଚତୁଃପାର୍ଶ୍ୱକୁ ଅବରୋଧମୁକ୍ତ କରାଗଲେ ଏହିଭଳି ଘଟଣାର ପୁନରାବୃତ୍ତି ହେବନାହିଁ ବୋଲି ପ୍ରଶାସନ ଚିନ୍ତା କରିଛି। ସେହିପରି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ମେଘନାଦ ପାଚେରିକୁ ଭକ୍ତମାନେ ଅବାଧରେ ମଧ୍ୟ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ଯୁଦ୍ଧଜାହାଜ…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

ଜୟପୁର,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri