୧୮ ସପ୍ତାହରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ଟପିଲା

ନୂଆଦିଲ୍ଲୀ,୧।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଗତ ୧୮ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ୬୨୨ରେ ପହଞ୍ଚିଛି। ଏହା କରୋନା ଓ୍ବାଲର୍‌ଡ ମିଟର ଡାଟାବେସ୍‌ରୁ ଦର୍ଶାଯାଇଛିି। ସେହିପରି ମୃତକଙ୍କ ସଂଖ୍ୟା ୫ ହଜାର ୪୦୮ ଛୁଇଁଛି। ଅପରପକ୍ଷରେ ୯୧ ହଜାର ୮୫୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭାରତରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଜାନୁୟାରୀ ୩୦ରେ ଚିହ୍ନଟ କରାଯାଇଥିଲା। ୩୧ ମେ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ଟପିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ୮ ହଜାରରୁ ଅଧିକ ହେବାରେ ଲାଗିଛି। ଏପରି ଜାରି ରହିଲେ ଆଉ ଗୋଟିଏ ଦିନ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବାର ଆଶଙ୍କା ରହିଛି। ତେବେ ଭାରତରେ କରୋନା ସଂକ୍ରମଣ ହାର ଆମେରିକା ଏବଂ ଅନ୍ୟ ବିକଶିତ ଦେଶ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ୧୮ ସପ୍ତାହ ମଧ୍ୟରେ ଆମେରିକାରେ ସଂକ୍ରମିତ ସଂଖ୍ୟା ୧୪ ଲକ୍ଷ ୭୭ ହଜାର ଟପିଥିଲା। ଭାରତରେ ୧୦୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୬୪ ହଜାର ଥିବାବେଳେ ଆମେରିକାରେ ଏହା ୬୭ ଏବଂ ଚାଇନା ଏହି ସଂଖ୍ୟା ୨୮ ଦିନରେ ଛୁଇଁଥିଲା। ସେହିପରି ଭାରତରେ ୧୧୪ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୨୮ ହଜାର ଛୁଇଁଥିବାବେଳେ ଆମେରିକାରେ ୭୩ ଦିନରେ ଏହା ଘଟିଥିଲା। ଭାରତରେ ଲକ୍‌ଡାଉନ୍‌ ଯୋଗୁ ସ୍ଥିତି ନିୟନ୍ତ୍ରଣରେ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କହର: ଟଲିଉଡ୍‌ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୭।୪: ଦେଶରେ କରୋନା ସ୍ଥିତି ପୁଣି ଥରେ ସଙ୍ଗୀନ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବା ସହ ପ୍ରତିଦିନ ପ୍ରାୟ ଏକ...

ଆକାଉଣ୍ଟସକୁ ନେଇ ଯୁକ୍ତିତର୍କ ପରେ ପୁଅକୁ ଜାଳି ଦେଲେ

ବେଙ୍ଗାଲୁରୁ,୮।୪: ଆକାଉଣ୍ଟ ସେଟେଲମେଣ୍ଟକୁ ନେଇ ଯୁକ୍ତିତର୍କ ପରେ ପୁଅକୁ ଜାଳି ଦେଇଛନ୍ତି ଜଣେ ବ୍ୟବସାୟୀ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ...

ସକାଳୁଆ ଅଫିସ ନେଇ ସବୁ ଜିଲାପାଳଙ୍କୁ ଚିଠ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ପ୍ରତିବର୍ଷ ଭଳି ଖରା ଯୋଗୁ ସବୁ ଜିଲାର ସରକାରୀ ଅଫିସ ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ କୋର୍ଟଗୁଡିକ ପ୍ରତିଦିନ ସକାଳ ୭ଟାରୁ ଦିନ ୧ଟା...

ଖତିଜା ପରଓ୍ବିନ୍‌ ଏବଂ ଅମରନାଥଙ୍କୁ ମିଳିଲା ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ,୨୪।୧୨: ଦେଶରେ ସିଏଏକୁ ନେଇ ବିରୋଧ ଏବଂ ହିିଂସା ଜାରି ରହିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ଖତିଜା ପରଓ୍ବିନ୍‌ ଏବଂ ଉତ୍ତରପ୍ରଦେଶରେ ବାସ କରୁଥିବା ଶରଣାର୍ଥୀ ଅମରନାଥଙ୍କୁ...

ନିର୍ବାଚନ ଜିତିଲେ ଯୁବକଙ୍କୁ ମାଗଣା ବାଇକ୍‌, ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା

ପାଟନା,୧୦।୯: ନିର୍ବାଚନ ଜିତିଲେ ଗାଁରେ ସମସ୍ତଙ୍କୁ ଚାକିରି ଦିଆଯିବ। ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଁରେ ବିମାନ ବନ୍ଦର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଅବିବାହିତ ଯୁବକଙ୍କୁ ବାଇକ୍‌...

କରୋନାରେ ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ

ଭୁବନେଶ୍ୱର,୬।୫(ବ୍ୟୁରୋ): ଭୁବନେଶ୍ୱର ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କରୋନାରେ ଗୁରୁବାର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି।...

ଭାରତ-ବାଲାଂଦେଶ ସୀମାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୩।୬:ଭାରତ-ବାଲାଂଦେଶ ସୀମାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ୭.୧୦ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ...

ଉଦ୍ଧବ ଦେଲେ ଶକ୍ତି ପରୀକ୍ଷା: ୧୬୯ ବିଧାୟକଙ୍କ ସମର୍ଥନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ବିଧାନ ଭବନରେ ଶକ୍ତି ପରୀକ୍ଷା ଦେଇଛନ୍ତି। ଶକ୍ତି ପରୀକ୍ଷାରେ ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ୧୬୯...

Advertisement
Archives

Model This Week