Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୧୩।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣଜନିତ ସ୍ଥିତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ବ୍ୟୁରୋ ଅଫ୍‌ ଫିଫା କାଉନ୍‌ସିଲ ପକ୍ଷରୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ନୂଆ ତାରିଖ ଘୋଷଣା ହୋଇଛି। ଭାରତର ୫ଟି ସ୍ଥାନରେ ହେବାକୁଥିବା ଏହି ପ୍ରତିଯୋଗିତା ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ମଧ୍ୟରେ ଅନୁଷ୍ଠିତ ହେବ। ଫିଫା କନ୍‌ଫେଡେରେଶନର କୋଭିଡ-୧୯ ୱାର୍କିିଂ ଗ୍ରୁପ୍‌ ଏହାକୁ ଅନୁମୋଦନ କରିଛି। ତେବେ ସମୟକ୍ରମେ ସ୍ଥିତିର ସମୀକ୍ଷା କରାଯିବ ବୋଲି ପ୍ରକାଶ କରାଯାଇଛି। ୨୦୦୩ ଜାନୁୟାରୀ ୧ରୁ ୨୦୦୫ ଡିସେମ୍ବର ୩୧ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାମାନେ ଏଥିରେ ଭାଗ ନେଇପାରିବେ।
ୟୁଫା, କନକାଫ୍‌, କାଫ୍‌, ଓଏଫସି ଓ କନ୍‌ମେବୋଲ କ୍ବାଲିଫିକେଶନ ଟୁର୍ନାମେଣ୍ଟର ଟାଇମିଂକୁ ଦୃଷ୍ଟିରେ ରଖି ଫିିଫା ପକ୍ଷରୁ ଏହି ତାରିଖ ଧାର୍ଯ୍ୟ କରାଯାଇଛି। ସେ ସମୟରେ ଭାରତୀୟ ପରିବେଶକୁ ମଧ୍ୟ ଦୃଷ୍ଟିରେ ରଖା ଯାଇଛି। ”ଆମେ ଭାରତରେ ଏକ ସ୍ମରଣୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ଆଶା ରଖିଛୁ। ଦେଶରେ ମହିଳା ଫୁଟବଲର ବିକାଶ ପାଇଁ ଏହା ଉପଯୁକ୍ତ ପ୍ଲାଟ୍‌ଫର୍ମ“ ବୋଲି ସ୍ଥାନୀୟ ଆୟୋଜକ କମିିଟି ପକ୍ଷରୁ ପ୍ରକାଶ କରାଯାଇଛି। ଆୟୋଜନ ଅଧିକାର ପାଇଥିବା ସହରଗୁଡ଼ିକ ଟୁର୍ନାମେଣ୍ଟକୁ ସଫଳ କରିବା ଲାଗି ପ୍ରତିଶ୍ରୁତିବଦ୍ଧ। ନୂଆ ତାରିଖକୁ ଦୃଷ୍ଟିରେ ରଖି ସମସ୍ତେ ଆଗକୁ ବଢ଼ିବା ଆଶା ରହିଛି। ପ୍ରତି ଦଳର ସଦସ୍ୟ, ସପୋର୍ଟ ଷ୍ଟାଫ୍‌ ଏବଂ ଦର୍ଶକଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖା ଯାଇଛି। ସ୍ଥାନୀୟ ଆୟୋଜକ କମିଟି(ଏଲଓସି) ଫିଫା ସହିତ ମିଶି କାର୍ଯ୍ୟ ଆଗକୁ ବଢ଼ାଇବ ଏବଂ ଏକ ସ୍ମରଣୀୟ ଏବଂ ସଫଳ ଟୁର୍ନାମେଣ୍ଟ ଭେଟିଦେବା ପାଇଁ ଦୃଢ଼ ପରିକର ବୋଲି ପ୍ରକାଶ କରାଯାଇଛିି। ପ୍ରକାଶ ଯୋଗ୍ୟ ଯେ, ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରକୃତରେ ୨୦୨୦ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ହେବାର ଥିଲା। ମାତ୍ର କୋଭିଡ୍‌-୧୯ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପ୍ରତିଯୋଗିତା ଭୁବନେଶ୍ୱର ସମେତ କୋଲକାତା, ଗୁଆହାଟୀ, ଅହମ୍ମଦାବାଦ ଓ ନଭିମୁମ୍ବାଇରେ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri