Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୧୩।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣଜନିତ ସ୍ଥିତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ବ୍ୟୁରୋ ଅଫ୍‌ ଫିଫା କାଉନ୍‌ସିଲ ପକ୍ଷରୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ନୂଆ ତାରିଖ ଘୋଷଣା ହୋଇଛି। ଭାରତର ୫ଟି ସ୍ଥାନରେ ହେବାକୁଥିବା ଏହି ପ୍ରତିଯୋଗିତା ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ମଧ୍ୟରେ ଅନୁଷ୍ଠିତ ହେବ। ଫିଫା କନ୍‌ଫେଡେରେଶନର କୋଭିଡ-୧୯ ୱାର୍କିିଂ ଗ୍ରୁପ୍‌ ଏହାକୁ ଅନୁମୋଦନ କରିଛି। ତେବେ ସମୟକ୍ରମେ ସ୍ଥିତିର ସମୀକ୍ଷା କରାଯିବ ବୋଲି ପ୍ରକାଶ କରାଯାଇଛି। ୨୦୦୩ ଜାନୁୟାରୀ ୧ରୁ ୨୦୦୫ ଡିସେମ୍ବର ୩୧ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାମାନେ ଏଥିରେ ଭାଗ ନେଇପାରିବେ।
ୟୁଫା, କନକାଫ୍‌, କାଫ୍‌, ଓଏଫସି ଓ କନ୍‌ମେବୋଲ କ୍ବାଲିଫିକେଶନ ଟୁର୍ନାମେଣ୍ଟର ଟାଇମିଂକୁ ଦୃଷ୍ଟିରେ ରଖି ଫିିଫା ପକ୍ଷରୁ ଏହି ତାରିଖ ଧାର୍ଯ୍ୟ କରାଯାଇଛି। ସେ ସମୟରେ ଭାରତୀୟ ପରିବେଶକୁ ମଧ୍ୟ ଦୃଷ୍ଟିରେ ରଖା ଯାଇଛି। ”ଆମେ ଭାରତରେ ଏକ ସ୍ମରଣୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ଆଶା ରଖିଛୁ। ଦେଶରେ ମହିଳା ଫୁଟବଲର ବିକାଶ ପାଇଁ ଏହା ଉପଯୁକ୍ତ ପ୍ଲାଟ୍‌ଫର୍ମ“ ବୋଲି ସ୍ଥାନୀୟ ଆୟୋଜକ କମିିଟି ପକ୍ଷରୁ ପ୍ରକାଶ କରାଯାଇଛି। ଆୟୋଜନ ଅଧିକାର ପାଇଥିବା ସହରଗୁଡ଼ିକ ଟୁର୍ନାମେଣ୍ଟକୁ ସଫଳ କରିବା ଲାଗି ପ୍ରତିଶ୍ରୁତିବଦ୍ଧ। ନୂଆ ତାରିଖକୁ ଦୃଷ୍ଟିରେ ରଖି ସମସ୍ତେ ଆଗକୁ ବଢ଼ିବା ଆଶା ରହିଛି। ପ୍ରତି ଦଳର ସଦସ୍ୟ, ସପୋର୍ଟ ଷ୍ଟାଫ୍‌ ଏବଂ ଦର୍ଶକଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖା ଯାଇଛି। ସ୍ଥାନୀୟ ଆୟୋଜକ କମିଟି(ଏଲଓସି) ଫିଫା ସହିତ ମିଶି କାର୍ଯ୍ୟ ଆଗକୁ ବଢ଼ାଇବ ଏବଂ ଏକ ସ୍ମରଣୀୟ ଏବଂ ସଫଳ ଟୁର୍ନାମେଣ୍ଟ ଭେଟିଦେବା ପାଇଁ ଦୃଢ଼ ପରିକର ବୋଲି ପ୍ରକାଶ କରାଯାଇଛିି। ପ୍ରକାଶ ଯୋଗ୍ୟ ଯେ, ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରକୃତରେ ୨୦୨୦ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ହେବାର ଥିଲା। ମାତ୍ର କୋଭିଡ୍‌-୧୯ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପ୍ରତିଯୋଗିତା ଭୁବନେଶ୍ୱର ସମେତ କୋଲକାତା, ଗୁଆହାଟୀ, ଅହମ୍ମଦାବାଦ ଓ ନଭିମୁମ୍ବାଇରେ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri