Posted inଖେଳ

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌: ବ୍ରାଜିଲ ଚାମ୍ପିୟନ

ବ୍ରାସିଲା,୧୯।୧୧- ବ୍ରାଜିଲ ଚତୁର୍ଥ ଥର ପାଇଁ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଟାଇଟଲ ହାତେଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ବ୍ରାଜିଲ ୨-୧ ଗୋଲରେ ମେକ୍ସିକୋକୁ ହରାଇ ଦେଇଛି। ପ୍ରଥମେ ଗୋଲ ବରଣ କରିବା ପରେ ମଧ୍ୟ ବ୍ରାଜିଲ ମ୍ୟାଚ୍‌କୁ ଫେରିବା ସହ ଘରୋଇ ଫ୍ୟାନଙ୍କ ଆଗରେ ବିଶ୍ୱକପ୍‌ ହାସଲ କରିଛି। ମ୍ୟାଚ୍‌ର ଅନ୍ତିମ ୧୦ ମିନିଟ୍‌ରେ ଘରୋଇ ଦଳ ୨ ଗୋଲ କରିଥିଲା।
ମ୍ୟାଚ୍‌ର ୬୬ତମ ମିନିଟ୍‌ରେ ବର଼୍ୟାନ ଗୋଞ୍ଜାଲେଜଙ୍କ ହେଡର ଜରିଆରେ ମେକ୍ସିକୋ ଖାତା ଖୋଲିଥିଲା। ମ୍ୟାଚ୍‌ର ଅନ୍ତିମ ୬ ମିନିଟ୍‌ ଥିବାବେଳେ ବିବାଦୀୟ ଭିଏଆର ଯୋଗୁ ବ୍ରାଜିଲକୁ ମିଳିଥିଲା ପେନାଲ୍ଟି କିକ୍‌। ଏହାକୁ କାଇଓ ଜୋର୍ଗେ ସ୍କୋର କରି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ। ଅତିରିକ୍ତ ୩ୟ ମିନିଟ୍‌ରେ ସବଷ୍ଟିଚ୍ୟୁଟ ଲାଜାରୋ ଏକ ଫିଲ୍ଡ ଗୋଲ ଦେଇ ବ୍ରାଜିଲ ଦଳର ବିଜୟ ସୁନିଶ୍ଚିତ କରିଥିଲା। ଏଥିସହ ଆରମ୍ଭ ହୋଇଥିବା ଘରୋଇ ଦଳ ଓ ଫ୍ୟାନ ଉତ୍ସବ। ଏହି ମ୍ୟାଚ୍‌ ଭଳି ଲାଜରୋ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ମଧ୍ୟ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ପୂରା ମ୍ୟାଚ୍‌ରେ ଉଭୟ ଦଳ ବହୁ ଗୋଲ ସୁଯୋଗ ହାତଛଡ଼ା କରିଥିଲେ। ୩ୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ନେଦରଲାଣ୍ଡକୁ ୧-୩ ଗୋଲରେ ହରାଇ ଫ୍ରାନ୍ସ ବ୍ରୋଞ୍ଜ ପଦକ ହାତେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri