୧୭୮ବର୍ଷର ଚିତ୍ତଲପୁର ରାମଲୀଳା: ଭାଇଚାରା ବଞ୍ଚାଇଛି ପରମ୍ପରା

(ସୁଶାନ୍ତ କୁମାର ପତି)

ସାତମାଇଲ, ୧।୫- ଆଧୁନିକତାର ମାୟାଜାଲରେ ମଳିନ ପଡ଼ିଲାଣି ପୁରାତନ ସଂସ୍କୃତି। ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବାକୁ ଆଉ ଆଗଭର ହେଉନାହାନ୍ତି ଯୁବପିଢ଼ି। ତଥାପି ରାଜ୍ୟର ଏମିତି କେତେକ ସ୍ଥାନ ଅଛି, ଯେଉଁଠାରେ ଆଧୁନିକତା ସହ ସମତାଳରେ ଆଗକୁ ବଢୁଛି ଓଡ଼ିଆ ଜାତିର ମହନୀୟ ବିଭବ ଓ ଗାଥା।  ୧୭୮ ବର୍ଷ ପୁରାତନ ଚିତ୍ତଲପୁର ରାମଲୀଳା ଏହାର ଏକ ଉଦାହରଣ।

ପୁରୁଣା ଶ୍ରୀକ୍ଷେତ୍ର ନାମରେ ପରିଚିତ ଚିତ୍ତଲପୁର ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡର ଏକ ବୃହତ୍‌ ଗ୍ରାମପୁଞ୍ଜ। ବହୁ ମଠ, ମନ୍ଦିରକୁ ନେଇ ସମୃଦ୍ଧ ଏହି ଗ୍ରାମରେ ୧୨ ମାସରେ ତେର ପର୍ବ ପାଳିତ ହେଉଥିଲେ ମଧ୍ୟ ୧୭୮ ବର୍ଷର ରାମଲୀଳା ପାଇଁ ଏହା ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ବହୁ ବାଧାବିଘ୍ନ ମଧ୍ୟରେ ଭାଇଚାର ହିଁ ଏପରି ମହାନ୍‌ ପରମ୍ପରାକୁ ବଞ୍ଚାଇ ରଖିପାରିଛି ବୋଲି ଅଞ୍ଚଳ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କହିଛନ୍ତି।

୧୮୪୦ରେ ଗ୍ରାମବାସୀଙ୍କ  ଉଦ୍ୟମରେ ପ୍ରଥମେ ଆରମ୍ଭ ହୋଇଥିଲା ରାମଲୀଳା। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସ୍ତମ୍ଭେଶ୍ୱରୀ ଠାକୁରାଣୀଙ୍କ ପୀଠ ପରିସରରେ ପ୍ରତିବର୍ଷ ନିରବଚ୍ଛିନ୍ନ ଭାବେ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଦିନକୁ ଦିନ ନାଟକର କଳେବର ବୃଦ୍ଧି ପାଉଛି। ଏଥିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଗ୍ରାମର ପ୍ରତିଟି ପରିବାର ଏଥିରେ ସହଯୋଗ କରୁଛନ୍ତି। ଦୀର୍ଘବର୍ଷ ହେଲା ରାମଲୀଳା କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି। ଗୋଷ୍ଠୀବାଦଠାରୁ ଦୂରରେ ରହି ଆଗକୁ ମଧ୍ୟ ଏହା ଜାରି ରଖିବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ହରମୋହନ ପାଣିଗ୍ରାହୀ, ଶରତ ମହାପାତ୍ର, ମାୟାଧର ମହାପାତ୍ର ପ୍ରମୁଖ କହିଛନ୍ତି।

ଚଳିତବର୍ଷ ପବିତ୍ର ରାମ ନବମୀଠାରୁ ଆରମ୍ଭ ହୋଇଥିବା ଯାତ୍ରା ୧୩ଦିନ ଧରି ପାଳିତ

ଭାଇଚାରାରେ ପଶିନି ଗୋଷ୍ଠୀବାଦ

ବାପାଜେଜେ ଅମଳରୁ ପ୍ରଚଳିତ ହୋଇ ଆସୁଥିବା ରାମଲୀଳା ଐତିହ୍ୟ ପରମ୍ପରାର ସନ୍ତକ। ଏହା ଗ୍ରାମର ଭାଇଚାରାକୁ ଦୃଢ଼ୀଭୂତ କରୁଛି। ଏଥିରେ ଆଜିଯାଏ ଗୋଷ୍ଠୀବାଦ ପଶିନି। ସମସ୍ତେ ଗୋଟିଏ ମନରେ ଯାତ୍ରାରେ ଭାଗ ନେଉ। ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇପାରୁଛି।

-ଦିବାକର ପାଣିଗ୍ରାହୀ, ଗ୍ରାମ ସଭାପତି

ମହୁରି ବଜାଇଲେ ଦେହ ଶହରିତ ହୁଏ

ବୟସ ୭୨ ଡେଇଁଲାଣି। ୧୯୭୨ରୁ ଚିତ୍ତଲପୁର ରାମଲୀଳା ସହିତ ଜଡ଼ିତ। ଠାକୁରଙ୍କ ଆଶୀର୍ବାଦରୁ ବିଭିନ୍ନ ବାଜା ବଜାଇ ପାରୁଛି। ନାଟକ ସ୍ଥଳରେ ତୁରି, ମହୁରି ବଜାଇଲେ ଦେହ ଶିହରିତ ହୋଇଉଠେ। ଏଭଳି ପରମ୍ପରାରେ ସାମିଲ ହୋଇପାରିଥିବାରୁ ଗର୍ବିତ।

-ରବିନାରାୟଣ ପାଣିଗ୍ରାହୀ, ମହୁରି ବାଦକ

ଶ୍ରୀରାମ ନବମୀ ଆସିଲେ ଆଖିରୁ ନିଦ ହଜିଯାଏ

୮୫ବର୍ଷ ବୟସ ହେଲାଣି। କାମ କରିବାକୁ ଆଉ ପ୍ରାୟ ଶକ୍ତି ନାହିଁ। ହେଲେ ଶ୍ରୀରାମ ନବମୀ ଆସିଲେ ଆଖିରୁ ନିଦ ହଜିଯାଏ। କିପରି ପୂଜାସ୍ଥଳକୁ ଯାଇ ପୁରାଣ ପାଠ କରିବି ତାକୁ ନେଇ ମନ ଛଟପଟ ହୁଏ। ଏତେ ଶକ୍ତି କେଉଁଠୁ ଆସେ ଜଣାନାହିଁ। ସବୁ ଠାକୁରଙ୍କ କୃପା।

-ଭାସ୍କର ପତି, ପୁରାଣ ପାଠକ

ଯୁବପିଢ଼ିଙ୍କୁ ପ୍ରେରିତ କରୁଛି

ପିଲାଟି ଦିନରୁ ଗ୍ରାମ୍ୟ ସଂସ୍କୃତି ସହିତ ଜଡ଼ିତ। ରାମାୟଣର ଅନ୍ୟତମ ପ୍ରମୁଖ ଚରିତ୍ର ରାବଣ। ନାଟକରେ ଏହି ଚରିତ୍ର ନିଖୁଣ ଭାବେ କରିବା କଷ୍ଟକର। ନିଜ ଇଚ୍ଛାରେ ଏପରି ଭୂମିକାକୁ ବାଛିଛି। ନାଟକ ପ୍ରତି ଯୁବପିଢ଼ି ଯେପରି ଅଧିକ ଆକୃଷ୍ଟ ହେବେ ସେଥିପ୍ରତି ସମସ୍ତଙ୍କୁ ପ୍ରେରିତ କରୁଛି।

-ସୁଧୀର ପତି, ରାବଣ ବେଶଧାରୀ


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri