Posted inଗଜପତି

୧୬ କୋଟି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଆର.ଉଦୟଗିରି,୯ା୧୧(ଡି.ଏନ.ଏ.)-ଆର.ଉଦୟଗିରି ଥାନା କାଲିପଙ୍କ ଏବଂ ପାଇକରାୟ ଜଙ୍ଗଲରୁ ଅବକାରୀ, ପୋଲିସ, ବନ ବିଭାଗ ଏବଂ ରାଜସ୍ବ ବିଭାଗ ଚଢ଼ାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ସଂରକ୍ଷିତ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ୮୨.୫ ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି, ଆର.ଉଦୟଗିରି ଥାନା ଅଧିକାରିଣୀ ମମତା ନାୟକ, ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁ, ଏସ୍‌ଆଇ ଜି. ସୁରିୟା ବାବୁ, ଚିତ୍ତରଞ୍ଜନ ଜେନା, ବନ ବିଭାଗ ଏବଂ ରାଜସ୍ବ ବିଭାଗ ଓ ସ୍ଥାନୀୟ ପୋଲିସ କର୍ମଚାରୀମାନେ ମିଳିତ ଭାବେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟର ମେଶିନ ସାହାଯ୍ୟରେ ଗଞ୍ଜେଇ ଗଛ ନଷ୍ଟ କରିଥିଲେ , ଯାହାର ଆନୁମାନିକ ମୂଲ୍ୟ ୧୬ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଡିପିଓ ମହାନ୍ତି କହିଛନ୍ତି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ୭ ପରିବର୍ତ୍ତେ ୨୧ ଦିନକୁ ବୃଦ୍ଧି କରାଗଲା ସଙ୍ଗରୋଧ ଅବଧି

ଗଜପତି,୨୯।୬(ସ୍ବ.ପ୍ର.): ଗଜପତି ଜିଲାରେ ସଙ୍ଗରୋଧ ଅବଧିକୁ ୭ ଦିନ ବଦଳରେ ୨୧ ଦିନକୁ ବୃଦ୍ଧି କରାଯାଇଛି। ସୋମବାର ଜିଲାରେ ନୂଆ ନିୟମ ଲାଗୁ କରିବାକୁ ଜିଲାପାଳ...

ବିଭିନ୍ନ ହାଟ ବନ୍ଦ, ଯାନବାହନ ଯାଞ୍ଚ

ଆର.ଉଦୟଗିରି,୨୫ା୩(ଡି.ଏନ.ଏ.)- ଆର୍‌.ଉଦୟଗିରି ଓ ସେରଙ୍ଗ ଥାନା ଖଜୁରିପଦା ଫାଣ୍ଡି ପକ୍ଷରୁ ଲକ୍‌ଡାଉନ ଯୋଗୁ ଯାନବାହନ ଯାଞ୍ଚ କଡ଼ାକଡ଼ି କରିବା ସହ ସଚେତନତା ଜାରି ରଖାଯାଇଛି। ସୋମବାର...

ପରଲୋକରେ ପାରଳା ମହାରାଜା

ଭୁବନେଶ୍ୱର/ପାରଳାଖେମୁଣ୍ଡି,୧୦।୧(ବ୍ୟୁରୋ/ସ୍ବ.ପ୍ର.): ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ...

ଗଜପତିରେ ୧୧ କରୋନା ପଜିଟିଭ୍‌: ୭୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ପାରଳାଖେମୁଣ୍ଡି, ୧୦ା୬ (ସ୍ବ.ପ୍ର.) -ଗଜପତି ଜିଲାରୁ ବୁଧବାର ପୁଣି ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି। ସେମାନଙ୍କୁ...

ମକା ବିକ୍ରି ପାଇଁ ମଣ୍ଡି ନାହିଁ, ଚାଷୀ ହତାଶ

ଆର.ଉଦୟଗିରି,୧୪ା୧୨(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ ଓ ମୋହନା ବ୍ଲକ ଅଞ୍ଚଳରେ ବ୍ୟାପକ ମକା ଚାଷ ହେଉଛି। ସରକାର ଚାଷୀମାନଙ୍କଠାରୁ ମକା କ୍ରୟ କରୁ ନ ଥିବାବେଳେ...

ନୂଆଗଡ଼ ବ୍ଲକରେ ଡେଙ୍ଗୁ ଆତଙ୍କ , ଜଣେ ମୃତ, ୩୩ ଆକ୍ରାନ୍ତ

ଆର.ଉଦୟଗିରି,୧୦ା୧୧(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ନୂଆଗଡ ଗ୍ରାମ ନଦୀପାଖ ସାହିର ୩୩ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ଓଡ଼ିଶା ଜାଗାରେ ଆନ୍ଧ୍ରର ଦାଦାଗିରି : ଜାଗା, ଗଛକଟାକୁ ନେଇ ଓଡ଼ିଶାର ଚମ୍ପାପୁର, ଆନ୍ଧ୍ରର ସିଙ୍ଗିପୁର ଗାଁ ମଧ୍ୟରେ ବିବାଦ

ପାରଳାଖେମୁଣ୍ଡି,୨୩ା୯(ସ୍ବ.ପ୍ର.) : ଜମି ଓ ଗଛକଟାକୁ କେନ୍ଦ୍ରକରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଦୁଇ ଗ୍ରାମ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଓଡ଼ିଶା ଜାଗାରେ ପଶି ଆନ୍ଧ୍ରର ଲୋକେ...

ଗୋଆରୁ ଗଜପତି: ଟ୍ରେନ୍‌ ଟ୍ରାକ୍‌,ସାଇକେଲରେ ଆସିଲେ ମହେଶ୍ୱର

ପାରଳାଖେମୁଣ୍ଡି, ୧୧ା୫(ସ୍ବ.ପ୍ର.)-ସୁଦୂର ଗୋଆରୁ ଟ୍ରେନ୍‌ ଟ୍ରାକ୍‌ରେ ଚାଲିଚାଲି ଏବଂ ସାଇକେଲ ଯୋଗେ କେତେଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଗଜପତି ଜିଲାରେ ପହଞ୍ଚତ୍ଛନ୍ତି। ଜିଲାର ମୋହନା ବ୍ଲକ...

Coronavirus Update


Archives

Model This Week

Why Dharitri