୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର ହେଲା ସେ ମାନ୍‌ସିକ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ବାପା ଝି’ର ଚିକିସତ୍ା କରେଇ ନାଇଁପାରି କରି ଭଗବାନ ଭରସାରେ ରହିଛନ୍‌।
ସୂଚନା ହିସାବେ ସିନାପାଲି ବ୍ଲକ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ପରିବାର କହେଲେ ମାଏକିନା ଜେମଣୀ ହରିଜନ, ଦୁଇ ପୁଓ ଆର ୨ ଝି’କୁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ନୀଳକଣ୍ଠ ପରହର ଗୁତି କରି, ଦାଦନ୍‌ ଖଟି କୁଟୁମ ପୁଷୁଛନ୍‌। ଆଏଜ୍‌କେ ପାଖାପାଖି ୨୦ ବଛର ତଲେ ସେ ମଝିଅଁା ଝି’ ସୁଭଦ୍ରାକେ ବ୍ଲକର ବ୍ରାହ୍ମଣୀଗୁଡ଼ା ଗଁାରେ ବିହା କରେଇଥିଲେ। ବିହାଘର ଉତାରୁ ବନେ ବଛରକେତେ ତାକର ଘର ସଁସାର ହଁସ୍‌ଖୁସିରେ ଚାଲ୍‌ଲା, ଝି’ପୁଓ ଦୁଇଟା ବି ହେଲେ। ପଛେ ସୁଭଦ୍ରା କେହେନ୍‌ସି କାରନ୍‌ରୁ ମାନସିକ ରୋଗ୍‌ର ଶିକାର ହେଲେ। ଶାଶ୍‌ ଘର ଲୋକ୍‌ ତାକର ଚିକିସତ୍ା କରେଇ ନିରାଶ ହେଲେ। ସେଦିନ୍‌ଠାନୁ ଆଏଜ୍‌କେ ୧୫ ବଛର ହେଲା ସୁଭଦ୍ରା ବାପ୍‌ ଘରେ ଆଶ୍‌ରେ ନେଇଛନ୍‌। ଏନ୍‌ତାଥି ବାପ୍‌ ବି ଯାହା ପାରଲେ ଝି’ର ଚିକିସତ୍ା କରେଇ ନିରାଶ ହେଲେ। ଏହେଦେ ନୀଳକଣ୍ଠ ବି ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଏନ୍‌ତା ପରିସ୍ଥିତିରେ ସେ ଘରନୁ ଖଁଡ଼େ ଦୂରେ ସୁଭଦ୍ରାର ଲାଗି ଗୁଟେ ଝାଟିମାଟିର କୁରିଆ ବନେଇ ଦେଇଛନ୍‌। ହେଲେ ସେ କୁରିଆରେ ସୁଭଦ୍ରା ସବୁବେଲେ ବିପଦ୍‌ ଅବସ୍‌ତାରେ ରହିଛନ୍‌, କାରନ୍‌ ଗଁାର ଚାରହିକୁତି ଝାରଜଂଗଲ ରହିଛେ। ସବୁବେଲେ ସଁାପ୍‌, କଁଟିଆ, ଜଂଗଲି ଜୀବ୍‌ଜଁତୁକର ଆକ୍‌ରମନ୍‌ ଭଏ ରହୁଛେ। ଇଆଡ଼େ ଘରର ଲୋକ୍‌ ଫିଦିନ ସୁଭଦ୍ରାକେ ଦୁଇବେଲି ଦୁଇମୁଠା ଖାଏବାକେ ଦେଉଛନ୍‌। ସରକାରୀ ଯୋଜନାରେ ସୁଭଦ୍ରା ୫ଶହ ଟଁକା ଭତା ପାଉଛନ୍‌ ସତ୍‌, ହେଲେ କିଛି ଲାଭ ନାଇଁ। ଇଆଡ଼େ ସରକାର ନିସାହା ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକର ଲାଗି ଯୋଜନା ଉପରେ ଯୋଜନା କରୁଥିଲାବେଲେ ଇ ସବୁରୁ ସୁଭଦ୍ରା ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ବାପ୍‌ଘର ବି ନିହାତି ଗରିବ୍‌ ହେଇଥିଲାବେଲେ ଅନେକ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ସୁଭଦ୍ରାକଁର ମା’ର କହେବାର ହେଲା, ଆମେ ଝି’ର ଲାଗି ଯାହା ପାରଲୁଁ କଲୁଁ, ଆମରନେ ପଏସା କଉଡ଼ ନାଇଁ ବଲି ଝି’କେ ଭଲ କରି ନାଇଁ ପରବାର। ଯଦି ତାର ଚିକିସତ୍ା ଲାଗି ସରକାରୀ ସାହାଯ୍‌ ମିଲତା ମୋର ଝି’ ଫେନ୍‌ଘାଏ ତାର ସୁନାର ସଁସାରକେ ଫିରିପାରତା ବଲି କହିଛନ୍‌। ଇ ବାବ୍‌ଦେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ସୁକାନ୍ତି ପଣ୍ଡାକୁଁ ପଚରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଯେତେ ଜଲଦି ହେବା ଗୁଟେ ଡାକ୍‌ତରି ଦଲ ପଠେଇ ସୁଭଦ୍ରାର ଚିକିସତ୍ା ବେବସ୍‌ତା କରାଯିବା। ଦରକାର ପଡ଼ଲେ ଉଚ ଚିକିସତ୍ା ଲାଗି ବାହାରକେ ପଠାବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଘଟନା ବାବ୍‌ଦେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ତାହାକୁ ପକାଘର ଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦ୍ୱାର ଖୋଲାଯିବା ପରେ କ’ଣ ସବୁ ବ୍ୟବସ୍ଥା ରହିବ ଜାଣନ୍ତୁ…

ପୁରୀ,୧୨ା୬: ବୁଧବାର ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ କିଛି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ହେଲା...

ମୋହନ ମାଝୀଙ୍କ ମନ୍ତ୍ରୀମାନେ କେତେ ପାଠ ପଢିଛନ୍ତି?

ଭୁବନେଶ୍ୱର,୧୨।୬: ରାଜ୍ୟରେ ଆଜିଠୁ ଭାଜପା ସରକାରଙ୍କ ଯୁଗ ଆରମ୍ଭ ହୋଇଛି । ଜନତା ମଇଦାନରେ ଆୟୋଜିତ ଶପଥ ସମାରୋହରେ ଭାଜପା ବିଧାୟକ ଦଳ ନେତା ମୋହନ...

ପ୍ରଥମ କ୍ୟାବିନେଟରେ ମୋହନ ସରକାରଙ୍କ ବଡ଼ ନିଷ୍ପତି, ୪ଟି ପ୍ରସ୍ତାବ ଉପରେ ମୋହର

ପୁରୀ,୧୨ା୬: ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ...

ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କଲେ ତିନି ରାଇଜ ମୁଖ୍ୟ

ପୁରୀ,୧୨ା୬: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଆସିଥିବା ଭାଜପା ଶାସିତ ମୁଖ୍ୟମନ୍ତ୍ରୀମାନେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ...

ଓଡ଼ିଶାରେ ମୋହନ ସରକାର: ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କେତେ ଦରମା? ମିଳିବ ଏତେସବୁ ସୁବିଧା

ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଛି ଭାଜପା ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ...

ନୂଆ ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ସନାତନ ମୁହାକୁଡ଼ଙ୍କ ଫଟୋକୁ ନେଇ ଚର୍ଚ୍ଚା

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତୃତ୍ୱ ରାଜ୍ୟରେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ପହଞ୍ଚିଛି। ଏପରିକି ରାତି ତମାମ...

ଶପଥ ଗ୍ରହଣ ପରେ ପ୍ରଥମ କ୍ୟାବିନେଟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୧୨ା୬: ଶପଥ ଗ୍ରହଣ ପରେ ବୁଧବାର ଲୋକସେବା ଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏହାସହିତ ମନ୍ତ୍ରିମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକର ମଧ୍ୟ ଅଧ୍ୟକ୍ଷତା କରିଛନ୍ତି।...

୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ କଲେ ସାମ୍ବାଦିକ

ଭୁବନେଶ୍ୱର,୧୨ା୬: ଦିର୍ଘ ଚାରି ବର୍ଷର ବ୍ୟବଧାନ ପରେ ଓଡ଼ିଶା ସଚିବାଳୟ ବା ଲୋକସେବା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି। କରୋନା ମହାମାରୀ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri