୧୫ରେ ରୁଚି ଓଡ଼ିଆ ଫିଲ୍ମ ଫେୟାର୍‌ ଆୱାର୍ଡସ୍‌

ଭୁବନେଶ୍ୱର, ୭ା୩(ବ୍ୟୁରୋ): ହ୍ବାଇଟ୍‌ କାନ୍‌ଭାସ୍‌ ଏବଂ ଓଫା ଫାଉଣ୍ଡେଶନ ମିଳିତ ଆନୁକୂଲ୍ୟରେ ରୁଚି ମସଲା ସହଯୋଗରେ ଆସନ୍ତା ୧୫ ତାରିଖରେ ଜନତା ମଇଦାନରେ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ‘ରୁଚି ୧୦ମ ଓଡ଼ିଆ ଫିଲ୍ମ ଫେୟାର୍‌ ଆୱାର୍ଡସ୍‌’ ଆୟୋଜନ ହେବ। ଏହି ଅବସରରେ ଚଳିତବର୍ଷ ଲାଗି ବରିଷ୍ଠ ଅଭିନେତା ଅଜିତ ଦାଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଫାର ଉପଦେଷ୍ଟା ବାପୁ ଲେଙ୍କା ଏ ନେଇ ସୂଚନା ଦେଇଛନ୍ତି। ଚଳିତବର୍ଷ ୨୬ଟି ଭିନ୍ନ ଭିନ୍ନ ବିଭାଗରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଓଫାର ମିଡିଆ ସଂଯୋଜକ ସ୍ବର୍ଗତ ରବି ସ୍ବାଇଁଙ୍କ ସ୍ମୃତିରେ ରବି ସ୍ବାଇଁ ସ୍ମାରକୀ ଶ୍ରେଷ୍ଠ ସାମ୍ବାଦିକ ପୁରସ୍କାର ପ୍ରଦାନ କରାଯିବ। ଏଥର ଉତ୍ସବରେ ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ ଏବଂ ଜୁନିୟର୍‌ ଅମିତାଭ ବଚ୍ଚନ ଯୋଗଦେବେ ବୋଲି ରୁଚି ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଛନ୍ତି। ଏହାବ୍ୟତୀତ ପ୍ରଥମଥର ପାଇଁ ରୁଚି ପକ୍ଷରୁ ଫିଲ୍ମ ଫେୟାର୍‌ ମଞ୍ଚରେ ଦର୍ଶକମାନଙ୍କ ପାଇଁ ସିଧାସଳଖ ଅର୍ଥରାଶି ପୁରସ୍କାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ କର୍କଟ ପୀଡିତ ଶିଶୁଙ୍କ ସହ ‘ମାଲ୍‌ ମହୁ ଜୀବନ ମାଟି’ ଫିଲ୍ମରେ ଅଂଶଗ୍ରହଣ କରିଥିବା ସୁପର୍‌ ୩୦ ଟିମ୍‌ର ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଚଳିତବର୍ଷ ଓଲିଉଡ୍‌ର କଳାକାରମାନଙ୍କ ସହ ହାସ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଖବରଦାତା ସମ୍ମିଳନୀରେ ଉପସ୍ଥିତ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଓଫାର ନିର୍ଦ୍ଦେଶକ ସୌମ୍ୟଜିତ ପରିଡ଼ା, ଅମୃତ ରଞ୍ଜନ ଦାଶ, ଜ୍ଞାନରଞ୍ଜନ ରାୟ, ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ଅଜୟ ନାୟକ, ଉତ୍କଳକେଶରୀ ସିଂହ ପ୍ରମୁଖ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେନିୟମ ଚାଲାଣ ହେଉଛି କେନ୍ଦୁପତ୍ର: ବିନା ନଥିପତ୍ରରେ ଚାଲିଛି କାରବାର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ...

ବିଧାନସଭା ମୌସୁମୀ ଅଧିବେଶନ: ଅସୁସ୍ଥତା ସତ୍ତ୍ୱେ ଭର୍ଚୁଆଲରେ ଯୋଡ଼ି ହେଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର,୧।୯(ବ୍ୟୁରୋ): ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଗୃହ ପରିଚାଳିତ ହେଉଥିବା ବେଳେ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ବିରୋଧୀ...

ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୬।୪(ବ୍ୟରୋ): ମେ’ରେ ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ହାୱାଡା...

ସ୍କନ୍ଦମାତା ବେଶରେ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୨୬।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ବନଦୁର୍ଗାଙ୍କ ପୀଠରେ ଆୟୋଜିତ ନବଦିନାତ୍ମକ ବାସନ୍ତିକ ଦୁର୍ଗାପୂଜାର ପଞ୍ଚମ ଦିନରେ ମା’ ବନଗୁର୍ଗା ସ୍କନ୍ଦମାତା ବେଶରେ ଭକ୍ତଙ୍କୁ ଦର୍ଶନ...

ପ୍ରଦୂଷଣ ଲୁଚାଇବାକୁ ଫନ୍ଦି

ଯାଜପୁର ଅଫିସ,୨୦।୧୦: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଓଡ଼ିଶାରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।...

ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ବିଜେଡିରୁ ସସ୍‌ପେଣ୍ଡ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ବିଜେଡି...

ଘରୋଇ କଲେଜରୁ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ

ଭବାନୀପାଟଣା,୨୯।୩: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ୩୨ଜଣ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ଝାରସୁଗୁଡ଼ା ଉପନିର୍ବାଚନ: ଆଜି ସରୁଛି ପ୍ରଚାର

ଭୁବନେଶ୍ୱର,୮ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ପ୍ରଚାର ସରୁଥିବା ବେଳେ ହାଇଭୋଲଟେଜ୍‌ ପ୍ରଚାରରେ କମ୍ପୁଛି ଅଞ୍ଚଳ। ହାତରେ ଆଉ ଗୋଟିଏ ଦିନ ଥିବାରୁ ୩ ପ୍ରମୁଖ...

Advertisement
Archives

Model This Week