୧୫ରୁ ମିଳିବ ଗୋରେଖନାଥ ପୀଠରେ ପ୍ରସାଦ

ରଘୁନାଥପୁର,୧୪ା୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ କେରକେରାସ୍ଥିତ ପ୍ରଭୁ ଗୋରେଖନାଥ ପୀଠ ରୋଷଘରେ ତାଲା ପଡିବା ଓ ପ୍ରସାଦ ବ୍ୟବସ୍ଥା ବନ୍ଦ କରାଯିବା ନେଇ ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟିଙ୍କ ମଧ୍ୟରେ ଲାଗିଥିବା ବିବାଦ ସୋମବାର ସମାଧାନ ହୋଇଛି। ଆସନ୍ତା ୧୫ ତାରିଖ ତଥା ମକର ସଂକ୍ରାନ୍ତି ଠାରୁ ପ୍ରସାଦ ପ୍ରସ୍ତୁତ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଟ୍ରଷ୍ଟବୋର୍ଡ ସଭ୍ୟ ଜୀବନ ବଲ୍ଲଭ ମହାନ୍ତି କହିଛନ୍ତି। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଜଗତ୍‌ସିଂପୁରସ୍ଥିତ ସବକଲେକ୍ଟରଙ୍କ କାର୍ଯ୍ୟାଳୟରେ ଗତ ୨ତାରିଖରୁ ଗୋରେଖନାଥ ପୀଠରେ ବନ୍ଦ ଥିବା ପ୍ରସାଦ ବ୍ୟବସ୍ଥାକୁ ନେଇ ଏକ ବୈଠକ ବସିଥିଲା। ଏଥିରେ ପୂଜକ ରମେଶ ଚନ୍ଦ୍ର ପଣ୍ଡା, ଦିଲ୍ଲୀପ ପଣ୍ଡା, ଜ୍ଞାନରଞ୍ଜନ ପଣ୍ଡା, ସୁଦର୍ଶନ ଦାଶ, ବୀରବର ଦାଶ, ଛପଡ଼ା ସରପଞ୍ଚ ବିଜୟ ସ୍ବାଇଁ, ଟ୍ରଷ୍ଟ ବୋର୍ଡ ସଭ୍ୟ ପ୍ରଦୀପ୍ତ ମହାନ୍ତି, କ୍ଷୀରୋଦ ମହାନ୍ତି, ସୁଶାନ୍ତ ଦାଶ, ଆଇନଜୀବୀ ଜୀବନବଲ୍ଳଭ ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପଣ୍ଡା, ମ୍ୟାନେଜିଂ ଟ୍ରଷ୍ଟି ମହେନ୍ଦ୍ର ପ୍ରସାଦ ମହାନ୍ତି, ରେଭିନ୍ୟୁ ଅଫିସର ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଟ୍ରଷ୍ଟବୋର୍ଡ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୩ଲକ୍ଷ ଟଙ୍କା ପରିବର୍ତ୍ତେ ୨ଲକ୍ଷ ୫୦ହଜାର ଟଙ୍କା ଦେୟ ଦେବାକୁ ସ୍ଥିର ହୋଇଥିଲା। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୬୨ହଜାର ଟଙ୍କା ଟ୍ରଷ୍ଟବୋର୍ଡରେ ଜମା କରିବା ପାଇଁ ପୂଜକମାନଙ୍କୁ ନିର୍ଦ୍ଦେଶ ରହିଥିଲା। ମାନସିକ ରୋଷେଇ ବାବଦ ଜଣକ ପିଛା ୧ଟଙ୍କା ଜମା କରିବା ପାଇଁ ସ୍ଥିର ହୋଇଥିଲା। ପୂଜକଙ୍କ ପକ୍ଷରୁ ପ୍ରସ୍ତୁତ ପ୍ରସାଦର ମୂଲ୍ୟ ୬୦ଟଙ୍କା ରଖାଯିବା ପାଇଁ ସ୍ଥିର ହୋଇଛି। ପ୍ରଭୁଙ୍କ ମହିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପୂଜକମାନେ ନିଷ୍ପତ୍ତିକୁ ସ୍ବାଗତ କରିଥିବା ଜଞାନରଞ୍ଜନ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?