Posted inଖେଳ

୧୪ ଭାରତୀୟ ଖେଳାଳିଙ୍କୁ କୋଚିଂ ଦେବେ କ୍ରାମ୍‌ନିକ୍‌

ଚେନ୍ନାଇ, ୩୦ା୧୨ (ପି.ଟି.): ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏବଂ ଆର. ପ୍ରଗ୍ନାନନ୍ଧାଙ୍କ ସମେତ ୧୪ଜଣ ଯୁବ ଭାରତୀୟ ଚେସ୍‌ ଖେଳାଳିଙ୍କୁ କୋଚିଂ ଦେବେ ପୂର୍ବତନ ବିଶ୍ୱଚାମ୍ପିୟନ ଭ୍ଲାଡିମିର କ୍ରାମ୍‌ନିକ। ଏଥିଲାଗି ଚେନ୍ନାଇରେ ଜାନୁୟାରୀ ୮ରୁ ଏକ ୧୦ ଦିନିଆ କ୍ୟାମ୍ପର ଆୟୋଜନ କରାଯାଇଛି। ମାଇକ୍ରୋସେନ୍ସ ପକ୍ଷରୁ ଏଭଳି କ୍ୟାମ୍ପ ଦ୍ୱିତୀୟ ଥର ପାଇଁ ଆୟୋଜନ କରାଯାଇଛି। ପୂର୍ବତନ ବିଶ୍ୱ ଟାଇଟଲ ଚ୍ୟାଲେଞ୍ଜର ବୋରିସ୍‌ ଗେଲ୍‌ଫାଣ୍ଡ ମଧ୍ୟ ଏହି କ୍ୟାମ୍ପରେ ଭାରତୀୟ ଖେଳାଳିଙ୍କୁ ଟ୍ରେନିଂ ଦେବେ। କ୍ରାମନିକ ଅଗଷ୍ଟରେ ଫ୍ରାନ୍ସରେ ଏକ କ୍ୟାମ୍ପ ପରିଚାଳନା କରିଥିଲେ। ଏଥିରେ ସେ ୮ଜଣ ଖେଳାଳିଙ୍କୁ ତାଲିମ ଦେଇଥିଲେ। ଚେନ୍ନାଇରେ ଆୟୋଜିତ ରେସିଡେନ୍‌ସିଆଲ କ୍ୟାମ୍ପରେ ୮ଜଣ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିବେ। ଅବଶିଷ୍ଟ ସମସ୍ତେ ହେଉଛନ୍ତି ଇଣ୍ଟରନ୍ୟାଶନାଲ ମାଷ୍ଟର। ଏଥିରେ ଦୁଇ ଜଣ ବାଳିକା ଖେଳାଳି ମଧ୍ୟ ରହିଛନ୍ତି। ଭାରତୀୟ ଖେଳାଳିଙ୍କୁ ପୁଣି ତାଲିମ ଦେବାର ସୁଯୋଗ ପାଇଥିବାରୁ ମୁଁ ଖୁସି ବୋଲି କ୍ରାମ୍‌ନିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିକେଏଲ: ଆଟ୍ରାଚାଲିଙ୍କୁ ୟୁ ମୁମ୍ବା ନେତୃତ୍ୱ

ମୁମ୍ବାଇ,୧୭।୭(ପିଟି)- ଆସନ୍ତା ୨୦ ତାରିଖରୁ ହାଇଦ୍ରାବାଦଠାରେ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ (ପିକେଏଲ)ର ୭ମ ସଂସ୍କରଣ। ଏଥିଲାଗି ୟୁ ମୁମ୍ବା ଫ୍ରାଞ୍ଚାଇଜ ବୁଧବାର...

ଏକଦା ଧୋନୀଙ୍କୁ ନେଇ ଅବାନ୍ତର ପ୍ରଶ୍ନ ପଚାରିଥିଲେ ମୁସାରଫ୍‌: ଏଭଳି ଜବାବ ଦେଇ ଚୁପ୍‌ କରାଇ ଦେଇଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୮।୭: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେଲେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଯାଏ। ସେଭଳି ଜଣେ ହେଲେ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ ମୁସାରଫ। ଭାରତୀୟ କ୍ରିକେଟ...

ଶ୍ରୀକାନ୍ତ, ଅଞ୍ଜୁମ ପାଇବେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ, ୨୮ା୧୨(ପି.ଟି.)-ଭାରତର ପୂର୍ବତନ ଅଧିନାୟକ ତଥା ୧୯୮୩ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଚଳିତବର୍ଷ ସମ୍ମାନଜନକ ସିକେ ନାୟୁଡୁ ଲାଇଫ୍‌...

ଟି୨୦ ବିଶ୍ୱକପ ବଦଳରେ ଆଇପିଏଲ ଆୟୋଜନ ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ: ଇଞ୍ଜାମାମ୍‌

କରାଚୀ,୬।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଯଦି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ବାତିଲ ହୁଏ ଓ ଏହା ସ୍ଥାନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌...

ପାରା ଅଲିମ୍ପିକ୍ସ ପାଇଁ ଜୟନ୍ତୀଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି) – କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡାଜଗତ ଆତଙ୍କିତ ଅବସ୍ଥାରେ ଥିବାବେଳେ ଗୁରୁବାର ଓଡ଼ିଶା କ୍ରୀଡ଼ାକୁ ମିଳିଛି ଏକ ଖୁସି ଖବର।...

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ୧୦ ବର୍ଷ ପରେ ବିବାହ ବନ୍ଧନରେ ଏହି ବ୍ୟାଡ୍‌ମିଣ୍ଟନ ତାରକା, ତାମିଲ ଅଭିନେତାଙ୍କ…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତର ଜଣେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ୱାଲା ଗୁଟ୍ଟା। ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ପଦକ...

ମିଳିଲା ସର୍ଫରାଜଙ୍କ ଅଳସୁଆମିର କାରଣ

ମାଞ୍ଚେଷ୍ଟର,୧୭।୬(ଏଏଫ୍‌ପି)- ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ରେ ପାକିସ୍ତାନ...

Advertisement
Archives

Model This Week