୧୪ ଦିନ କ୍ୱାରାଣ୍ଟାଇନରେ ୨୧ ପୋଲିସ କର୍ମଚାରୀ

କଣାସ,୧୮ା୬(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅଞ୍ଚଳରେ ୨ଜଣ ଅଭିଯୁକ୍ତ ବୁଧବାର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା କଣାସ ଥାନାର ୧୦ଜଣ ଓ ଗଡ଼ିଶାଗୋଦା ଥାନାର ୧୧ଜଣ ପୋଲିସ କର୍ମଚାରୀଙ୍କୁ ୧୪ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଠାଇ ଦିଆଯାଇଛି। ସୂଚନା ମୁତାବକ, କଣାସ ଥାନା ଅଞ୍ଚଳରେ ବାଇକ୍‌ ଚୋରି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ ପାଇଁ ନେବାବେଳେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ବୁଧବାର ରିପୋର୍ଟରେ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ଜଣ କର୍ମଚାରୀଙ୍କୁ ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁରୀ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯାଇଥିବା କଣାସ ଆଇଆଇସି ତପନ ରାଉତ କହିଛନ୍ତି। ସେହିପରି ଗଡ଼ିଶାଗୋଦା ଥାନା ପୋଲିସ ଅନ୍ୟ ଏକ କେସ୍‌ରେ ଭୁବନେଶ୍ୱରର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲେ। ତାଙ୍କର ମଧ୍ୟ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ବୁଧବାର ରିପୋର୍ଟରେ ପଜିଟିଭ ଆସିଥିଲା। ଏହି ଅଭିଯୁକ୍ତଙ୍କ ସଂସ୍ପର୍ଶରେ ୧୧ଜଣ ପୋଲିସ କର୍ମଚାରୀ ଥିଲେ। ଏହି କର୍ମଚାରୀମାନଙ୍କୁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ୧୪ଦିନ ହୋମ କ୍ୱାରାଣ୍ଟାଇନରେ ରହିବାକୁ ଗୋଡ଼ିଶଗୋଦା ଥାନା ଆଇଆଇସି ଦେବାଶିଷ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଭାଇଙ୍କ ତୀରମାଡ଼ରେ ବଡ଼ଭାଇ ଗୁରୁତର

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପିପିଳିଆ ଥାନା ପିପିଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ସାନଭାଇଙ୍କ ତୀରମାଡ଼ରେ ବଡ଼ଭାଇ...

୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ: ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ହେବେ ସମ୍ମାନିତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ପଲ୍ଲୀବାଣୀ ମିଶନ ପକ୍ଷରୁ ଅଗଷ୍ଟ ୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁଶନ କ୍ଲବର ସ୍ପିକର ହଲ୍‌ରେ ହେବାକୁ ଥିବା ଏହି...

୧୭୪ ସ୍କୁଲରେ ଝୁଲିବ ତାଲା

ଅନୁଗୋଳ ଅଫିସ, ୧୯ା୧୦:  ଅନୁଗୋଳ ଜିଲାର ଆଉ ୧୭୪ ବିଦ୍ୟାଳୟରେ ତାଲା ଝୁଲାଇବେ ସରକାର। ବନ୍ଦ ହେବାକୁ ଥିବା ଏହି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକୁ...

କରମଳା ବଜାରରେ ବୋମାମାଡ଼

କଣାସ,୨୨।୮(ଡି.ଏନ.ଏ): ଗଡ଼ିଶାଗୋଦା ଥାନା ଅଧୀନ କରମଳା ଗ୍ରାମର ବଜାରରେ ଗୁରୁବାର ରାତିରେ ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଛି। ଖବରପାଇ ପୋଲିସ ପହଞ୍ଚି ୨ଟି ବୋମା ଓ...

ଟ୍ରଲରକୁ ଧକ୍କା ଦେଲା କଣ୍ଟେନର, ୨ ଜଣଙ୍କ ଜୀବନ ଗଲା

ଛତିଆ/ଚଣ୍ଡିଖୋଲ,୧ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ବନ୍ଦାଳ ହାଟ କରନ୍ଦା ଛକ ନିକଟରେ ସୋମବାର ଭୋରରୁ ରଡ୍‌ ବୋଝେଇ ଟ୍ରଲର ପଛପଟେ ଏକ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ...

୨ ନାବାଳିକାଙ୍କୁ ବଳାତ୍କାର

ଉମରକୋଟ, ୫।୬: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ...

ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କ ଘର ଉପରେ ଚଢ଼ାଉ: ଦୁଇଟି ଦାମୀ ଗାଡ଼ି, ୬୦ ହଜାର ଟଙ୍କା ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୩।୯-ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କୁ ଏସ୍‌ଟିଏଫ୍‌ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ବହୁ ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି।...

Advertisement
Archives

Model This Week