୧୪ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉପରେ ଉତ୍ତର ବିହାରରୁ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟିି ହୋଇଛି। ଏଥିସହିତ ତେଲଙ୍ଗାନା ଓ ବିଦର୍ଭ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତ ୩/୪ ଦିନ ହେବ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ବର୍ଷା ଲାଗି ରହିଛିି। ଆସନ୍ତା ୩୦ ତାରିଖ ଯାଏ ପାଗ ଏଭଳି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବାୈଦ୍ଧ, ଭଦ୍ରକ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା ଏବଂ ଝାରସୁଗଡାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ଏସବୁ ଜିଲା ପାଲଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ନିଂ ଜାରି କରିଛି। ଏଥିସହିତ ସୁନ୍ଦରଗଡ, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ସବୁ ଜିଲା ପାଇଁ ଏଲୋୱାର୍ନିିଂ ଜାରି କରାଯାଇଛି।
ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲା କୋଷାଗୁମୁଡାରେ ସର୍ବାଧିକ ୬ ସେଣ୍ଟିିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲା ଗରଦପୁର, ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲଠାରେ ୫, କୁଜଙ୍ଗ ଓ ମାର୍ଶାଘାଇରେ ୪, ଯାଜପୁର, ଭଦ୍ରକ ଜିଲା ଚାନ୍ଦବାଲି, କେନ୍ଦ୍ରାପଡାର ରାଜକନିକା, ବାଲେଶ୍ୱରର ଜଳେଶ୍ୱରରେ ୪ ସେଣ୍ଟିମିଟର ଲେଖାଏ ବର୍ଷା ରେକର୍ଡ କରାଯାଇଛି। ସେହିପରି ଅନ୍ୟାନ୍ୟ ଭାଗରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଝଡବର୍ଷା ଲାଗି ରହୁଥିବାରୁ ରାଜ୍ୟରେ ତାତି ହ୍ରାସ ପାଇଛି। ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତଳେ ରହୁଛି। ଆସନ୍ତା ୩୦ ତାରିଖ ଯାଏ ଉପକୂଳ ଓଡିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ବେଳେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ସେଲସିୟସ୍‌ ଉପରେ ରହିବ ବୋଲି ଅନୁମାନ କରାଯାଇଛି।
ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି। ସନ୍ଧ୍ୟା ୫ଟା ୪୫ ମିନିଟରୁ ୮ଟା ୩୦ ଯାଏ ତୁହାକୁ ତୁହା ବର୍ଷା ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri