୧୪୭ ଫେରନ୍ତା ଶ୍ରମଜୀବୀ ପଞ୍ଜୀକୃତ

ବଇଣ୍ଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ବାହାରୁ ଫେରିଥିବା ୧୪୭ ଶ୍ରମଜୀବୀ ବୁଧବାର ନାମ ପଞ୍ଜୀକରଣ କରିଛନ୍ତି। ସେମାନେ ସମସ୍ତେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବିଡିଓ ଅମୃତା ପ୍ରିୟମ୍ବଦା ସୂଚନା ଦେଇଛନ୍ତି। ସେହିପରି କିଶୋରନଗର, ହଣ୍ଡପା ପୋଲିସ ସହ ବିଡିଓ, ତହସିଲଦାରଙ୍କୁ ନେଇ ଗଠିତ ୪ଟି ଟିମ୍‌ ବିଭିନ୍ନ ଅଞ୍ଚଳ ବୁଲି ଲକ୍‌ଡାଉନ୍‌ ତଦାରଖ କରୁଛନ୍ତି। ତେବେ ପରିବାଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ହଠାତ୍‌ ମୂଲ୍ୟ ବୃଦ୍ଧି ପାଇଥିବାରୁ ଏ ନେଇ ବଇଣ୍ଡା ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି, କଳାବଜାର ଉପରେ ନଜର ରଖାଯାଇଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ମଙ୍ଗଳବାର ସୁଦ୍ଧା ୧୬୩ ଜଣ ବାହାର ରାଜ୍ୟ ଫେରନ୍ତା ଶ୍ରମଜୀବୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବୁଧବାର ଆଉ ୪୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ତହସିଲଦାର ଡାନିଏଲ ଏକ୍କାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଏକ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବିନାଶ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ଯୁବ ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ…

ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବାପରେ ଆସିଲା ଶେଖ ହସିନାଙ୍କ ପ୍ରତିକ୍ରିୟା: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗରେ ବିଜେପିର ନବନିର୍ବାଚିତ ବିଧାୟକ ଦଳର ଏକ ବୈଠକ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ପଦ ପାଇଁ…

ହାତୀଙ୍କୁ ଠେଙ୍ଗାରେ ପିଟିବା ସହ ହାତୀପଲଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା: ବିଳମ୍ବିତ ରାତିରେ ୨ ନାବାଳକ ଗିରଫ

ପାଟଣା, ୯।୫(ବୀର କିଶୋର ଦାଶ): ଗତ ୪/୫ଦିନ ତଳେ ୪ଟି ଦନ୍ତା ହାତୀପାଟଣା ରେଞ୍ଜ ମଲ୍ଲିପଶି ବିଟରେ ଡେରା ପକାଇ ଥିବାବେଳେ ହାତୀଙ୍କୁ ଠେଙ୍ଗାରେ ପିଟିବା, ଲାଞ୍ଜ…

ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା: କାଞ୍ଚନ ବାଗଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ…

ଗଞ୍ଜାମ ପୋଲିସ ପକ୍ଷରୁ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: ଯୋଗ ଦେଲେ ବହୁ ସଂଖ୍ୟକ ଛାତ୍ରୀ

ଗଞ୍ଜାମ,୯।୫(ଅନାଥ ତରାଇ): ଗଞ୍ଜାମ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣ ବିଶେଷକରି କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଲକ୍ଷ୍ୟରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ସଫଳତାର…

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri