୧୪୭ ଫେରନ୍ତା ଶ୍ରମଜୀବୀ ପଞ୍ଜୀକୃତ

ବଇଣ୍ଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ବାହାରୁ ଫେରିଥିବା ୧୪୭ ଶ୍ରମଜୀବୀ ବୁଧବାର ନାମ ପଞ୍ଜୀକରଣ କରିଛନ୍ତି। ସେମାନେ ସମସ୍ତେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବିଡିଓ ଅମୃତା ପ୍ରିୟମ୍ବଦା ସୂଚନା ଦେଇଛନ୍ତି। ସେହିପରି କିଶୋରନଗର, ହଣ୍ଡପା ପୋଲିସ ସହ ବିଡିଓ, ତହସିଲଦାରଙ୍କୁ ନେଇ ଗଠିତ ୪ଟି ଟିମ୍‌ ବିଭିନ୍ନ ଅଞ୍ଚଳ ବୁଲି ଲକ୍‌ଡାଉନ୍‌ ତଦାରଖ କରୁଛନ୍ତି। ତେବେ ପରିବାଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ହଠାତ୍‌ ମୂଲ୍ୟ ବୃଦ୍ଧି ପାଇଥିବାରୁ ଏ ନେଇ ବଇଣ୍ଡା ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି, କଳାବଜାର ଉପରେ ନଜର ରଖାଯାଇଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ମଙ୍ଗଳବାର ସୁଦ୍ଧା ୧୬୩ ଜଣ ବାହାର ରାଜ୍ୟ ଫେରନ୍ତା ଶ୍ରମଜୀବୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବୁଧବାର ଆଉ ୪୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ତହସିଲଦାର ଡାନିଏଲ ଏକ୍କାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଏକ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହରେ ଛତା ଧରି ବସିଲେ ଛାତ୍ରୀଛାତ୍ର

ଖମାର,୨୪।୭ (ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଶଙ୍ଖମୁରସ୍ଥିତ ଲକ୍ଷ୍ମୀ ନାରାୟଣ ସରକାରୀ ବିଦ୍ୟାଳୟ ଶ୍ରେଣୀଗୃହରେ ମଙ୍ଗଳବାର ଛତା ଧରି ବସିଛନ୍ତି ଛାତ୍ରୀଛାତ୍ର। ଗତବର୍ଷ...

ଶ୍ରମିକଙ୍କ ପେଟରେ ପଶିଗଲା ବାଉଁଶ: ଲଢ଼ୁଛନ୍ତି ଜୀବନ ମରଣସହ

କଣିହାଁ,୨୩ା୭(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଇଏସ୍‌ପି ସାଇଟରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ସାନତ୍ରୀବିଡା ଗ୍ରାମର ଲିପୁନ...

ବଳାତ୍କାର କରି ଭିଡିଓ ଭାଇରାଲ କରିଦେଲେ, ପରେ…

ଛେଣ୍ଡିପଦା,୨୪।୭ (ଅଜିତ ଧଳ): ଅନୁଗୋଳ ଜିଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର ସହ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକ...

ଭିଜିଲାନ୍ସ ଜାଲରେ ସୁସୁବା ସରପଞ୍ଚ, ତାଙ୍କ ସ୍ବାମୀ

କଣିହାଁ, ୨୪ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ବାମୀ ଶିଶିର ସାମଲ ମଙ୍ଗଳବାର...

ନିର୍ମାଣର ୧୦ ଦିନ ପରେ ଫାଟି ଆଁ

ବଇଣ୍ଡା,୧୭।୭(ପରିକ୍ଷିତ ସାହୁ): ଦୀର୍ଘ ୬ବର୍ଷ ହେବ କାମ ଚାଲୁଛି, ହେଲେ ଏହା ସମାପ୍ତ ହୋଇପାରୁନାହଁି। ଗୋଟିଏ ଠିକାସଂସ୍ଥାରୁ ଆଉ ଗୋଟିଏ ଠିଆ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି।...

କଲେଜ ବସ୍‌ରେ ନିଆଁ

ଅନୁଗୋଳ,୪।୭: ଅନୁଗୋଳ ରାଧାରମଣପଡ଼ାଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଛାତ୍ରୀଛାତ୍ରଙ୍କୁ ଧରି ଯାଉଥିବା ଏକ ଘରୋଇ କଲେଜ ବସ୍‌ରେ ନିଆଁ ଲାଗି ବସ୍‌ଟି...

ସାତକୋଶିଆ ଗଣ୍ଡରେ କୁମ୍ଭୀର ଆକ୍ରମଣ : ମୃତ ନାବାଳକଙ୍କ ପରିବାରକୁ ଭେଟିଲା ଭାଜପା ପ୍ରତିନିଧିମଣ୍ଡଳୀ

ଅନୁଗୋଳ,୩।୭ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡାସ୍ଥିତ ସାତକୋଶିଆ ଗଣ୍ଡରେ ଗତ ଶନିବାର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକ ସମୀର ନାଏକ...

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri