୧୪୪ ଧାରା ସତ୍ତ୍ବେ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

ପୁରୁଷୋତ୍ତମପୁର, ୧୮ା୩ (ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମାରାତ୍ମକ କରୋନା ଭାଇରସକୁ ନେଇ ଜିଲାପାଳ ୧୪୪ ଧାରା ଜାରିକରି ପାଞ୍ଚ ଜଣରୁ ଅଧିକା ଲୋକ ଗୋଟିଏ ସ୍ଥାନରେ ଗହଳି କରିବା ନେଇ କଟକଣା ଜାରି କରିଛନ୍ତି। ହେଲେ ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଚାଲିଥିବା କାମରେ ବହୁ ସଂଖ୍ୟାରେ ଶ୍ରମିକ ଏକାଠି ହୋଇ କାମ କରୁଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଉନାହିଁ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଶିକୁଳା ପଞ୍ଚାୟତର ଶିକୁଳା ଗ୍ରାମରେ ଥିବା ଭଗବତ ଗାଡିଆର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବଡ ବରଗାଁ ପଞ୍ଚାୟତର ତେନ୍ତୁଳିଆ ବନ୍ଧ, ନୂଆଗଁା ବନ୍ଧ ଓ ବଡ ବରଗଁାର ଗୁହଁାଳିଆ ହଜ୍‌ର ପୁନରୁଦ୍ଧାର କାମ ଚାଲିଛି। ଏନେଇ ବଡବରଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅରକ୍ଷିତ ଶାସମଲଙ୍କ ସହ ଯୋଗାଯୋଗ କରିବାରୁ ସେ ଏଥିନେଇ କିଛି ନିର୍ଦ୍ଦେଶନାମା ଜିଲା ପ୍ରଶାସନଠାରୁ ଆସି ନ ଥିବା କହିଥିବାବେଳେ ଶିକୁଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ଗୌଡଙ୍କ ସହ ଯୋଗାଯୋଗ କରାଯିବାରୁ ସେ ମଧ୍ୟ ନିର୍ଦ୍ଦେଶ ଆସିଲେ ବନ୍ଦ କରିଦେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଗଞ୍ଜାମ ମହିଳା

ସନ୍ତୋଷ ପାଢୀ ଛତ୍ରପୁର,୨୦ା୩(ଡି.ଏନ୍‌.ଏ.) – ମହିଳା ସବୁ କ୍ଷେତ୍ରରେ ଆଗକୁ ଯାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି।  ଏପରିକି ପୁରୁଷଙ୍କୁ ମଧ୍ୟ କେତେକ...

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଲା

ଗଞ୍ଜାମ,୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସକାଳେ ପୁଣି ୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ୍‌...

ସଂଗୀତ ମାଧ୍ୟମରେ କରୋନା ସଚେତନତା

ଗଞ୍ଜାମ, ୧୨।୫(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ଲକ୍‌ଡାଉନ ଅବଧି ମଧ୍ୟ ବଢ଼ାଇ...

ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାଁରେ ମାମଲା

ଦିଗପହଣ୍ଡି,୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦୈତ କୁମାର ସ୍ବାଇଁ ଏବଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡଙ୍କୁ...

ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ...

ଡ୍ରେନ୍‌ ନାହିଁ, ବର୍ଷା ହେଲେ ଘରେ ପଶୁଛି ପାଣି

ରାଇକିଆ,୩୦।୫(ଡ଼ି.ଏନ.ଏ)- ରାଇକଆ ଷ୍ଟେଟ୍‌ ବ୍ୟାଙ୍କ ରୋଡ଼ରୁ ପଡ଼ିଶିଲା ଯିବା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି ା ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି...

ଏଟିଏମ୍‌ରୁ ଟଙ୍କା ଉଠାଣ, ଗ୍ରାହକ ଭୟଭୀତ: ଛାତ୍ରଙ୍କ ଆକାଉଣ୍ଟରୁ ୧ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୦ା୧୧- ଗ୍ରାହକଙ୍କ ପାଖରେ ଅଛି ଏଟିଏମ୍‌ କାର୍ଡ। ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍‌ ନମ୍ବର ମଧ୍ୟ କେହି ଜାଣିନାହାନ୍ତି। କିନ୍ତୁ ଅପଣାଛାଏ ଉଠୁଛି...

ଆସିକା ଲୋକ ସଭା ଆସନ :ଭୋଟ ଗଣତି ପାଇଁ ପ୍ରାର୍ଥୀ ପ୍ରତିନିଧିଙ୍କୁ ନେଇ ବୈଠକ

ଛତ୍ରପୁର,୧୮ା୫(ଡି.ଏନ୍‌.ଏ.) -ଆସିକା ଲୋକସଭା ପାଇଁ ହୋଇଥିବା ଭୋଟର ଗଣତି ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସିକା ଲୋକ...

Advertisement
Archives

Model This Week