Posted inରାଜ୍ୟ

୧୪ରୁ ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ଦୁଇଦିନ ହେବ ପାରଦ ଉପର ମୁହାଁ ହୋଇଛି। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠି ଯାଇଛି। ୧୦ ତାରିଖରୁ ୧୩ ତାରିଖ ଯାଏ ତାତି ସାମାନ୍ୟ ହ୍ରାସ ପାଇବ। ୧୪ରୁ   ପୁଣି ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ । ପାରଦ ୪୩ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠିଯିବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଗ ଅନୁକୂଳ ହେଉ ନ ଥିବାରୁ ତାହା ଲଘୁଚାପରେ ପରିଣତ ହୋଇ ପାରୁ ନାହିଁ। ତେବେ ଏହାର ପ୍ରଭାବରେ ଆସନ୍ତା ୧୪ ତାରିଖରୁ ରାଜ୍ୟରେ ତାତି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ତାତି ବଢ଼ିଲେ ଘୂର୍ଣ୍ଣି ବଳୟ ଆସନ୍ତା ୧୪ କିମ୍ବା ୧୫ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ ବୋଲି ଅନୁମାନ କରାଯାଇଛି। ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ତାହା ଆଉ ୪ ଦିନ ପରେ ଜଣାପଡ଼ିବ ବୋଲି ଅବସରପ୍ରାପ୍ତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ, ଉତ୍ତର ଓଡ଼ିଶା, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  ତେବେ ଏହି ସମୟରେ ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ଦେବଗଡ଼, କୋରାପୁଟ ଏବଂ ରାୟଗଡ଼ା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଝଡ଼ର ବେଗ ଘଣ୍ଟାକୁ ୩୦ରୁ ୪୦ କି.ମି. ରହିବ ବୋଲି ଅନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ ଆସନ୍ତା ୧୧ରୁ ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଶପଥ କରାଇ ଭୋଟ ମାଗିଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୮ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ବଶବର୍ତ୍ତୀ ନ ହୋଇ ନିଜ...

ପ୍ରତି ସପ୍ତାହରେ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କର

ଭୁବନେଶ୍ୱର,୬ା୧(ବ୍ୟୁରୋ): କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟିଭିତ୍ତିକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାପାଳମାନଙ୍କୁ...

ଗ୍ରାମର ୨୮ ଧନୀ ବ୍ୟକ୍ତିଙ୍କୁ ହତ୍ୟା ଧମକ

ଗୁଣପୁର, ୮ା୩: ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅଧୀନ କତୁରୁ ଗ୍ରାମରେ ଦେଖିବାକୁ ମିଳିଛି ଧମକପୂର୍ଣ୍ଣ ପୋଷ୍ଟର। ୧୭ ନମ୍ବର ଓ୍ବାର୍ଡ କତୁରୁଠାରେ ତେଲୁଗୁ...

ଆଜି ବସିବ ଛତିଶା ନିଯୋଗ ବୈଠକ, ରବିବାର ଜଗା ଦର୍ଶନ ଉପରେ ହୋଇପାରେ ଆଲୋଚନା

ପୁରୀ ଅଫିସ,୧୨।୩: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ର୍ନିଘଣ୍ଟ ଉପରେ...

ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ  ୯୧ତମ ଜନ୍ମ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ...

ବର୍ଷା ପରେ ଥରାଇବ ଶୀତ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଗତ ୩ଦିନ ଧରି ବର୍ଷା ଲାଗିରହିଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ...

କରୋନା ଆଣିଲା ବ୍ୟତିକ୍ରମ

ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ମହାମାରୀରେ ପରିଣତ ହୋଇଛି। ଏହି ସ୍ବାସ୍ଥ୍ୟ ବିପର୍ଯ୍ୟୟ ଦ୍ୱାରା ସାଧାରଣ ଜନତାର ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ଅର୍ଥନୈତିକ ସ୍ଥିତି ଘୋର ପ୍ରଭାବିତ...

ପ୍ରଶାନ୍ତଙ୍କୁ ମିଳିଲାନି ଆଗୁଆ ଜାମିନ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ଆଗୁଆ ଜାମିନ ଦେଲେନାହିଁ। ଏହାଛଡ଼ା ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ...

Advertisement
Archives

Model This Week