
ସେଣ୍ଟ ପିଟର୍ସବର୍ଗ,୨୦।୨: ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ଙ୍କୁ ଜଣେ ମହିଳା କରିଥିବା ପ୍ରଶ୍ନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ପୁଟିନ୍ ପୂର୍ବରୁ ବାସ କରୁଥିବା ସହର ସେଣ୍ଟ ପିଟର୍ସବର୍ଗ ଗସ୍ତ କରିଥିଲେ। ଏହି ଅବସରରେ ଜଣେ ମହିଳା ପ୍ରଶ୍ନ କରିଛନ୍ତି ଯେ, ୧୨ ହଜାର ଟଙ୍କା(୧୦୮୦୦ ରୁବେଲ)ରେ ଆପଣ ଚଳିପାରିବେ। ମହିଳାଙ୍କ ଏଭଳି ପ୍ରଶ୍ନରେ ପୁଟିନ୍ଙ୍କ ସହିତ ଥିବା ସଦସ୍ୟମାନେ ବେଶ୍ ହଡ଼ବଡ଼େଇ ଯାଇଥିଲେ। ଉତ୍ତରରେ ପୁଟିନ୍ କହିଥିଲେ ୧୨ ହଜାର ଟଙ୍କାରେ ଚଳିବା ନେଇ କିଛି କହି ହେବନି। ଏହା ସହିତ ମହିଳା ଜଣଙ୍କ ପୁଟିନ୍ଙ୍କ ଆୟ ୮ ଲକ୍ଷ ରୁବେଲ ବୋଲି ପଚାରିଥିଲେ। ପୁଟିନ୍ କହିଥିଲେ ଦେଶରେ ବହୁ ଲୋକ ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ଅଧିକ ଆୟ କରୁଛନ୍ତି। ଦେଶରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କାହିଁକି ସରକାର କରୁ ନାହାଁନ୍ତି ବୋଲି ମହିଳା ଜଣକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପୁଟିନ୍ କହିଥିଲେ ଯେ, ସରକାର ଏନେଇ ଉଦ୍ୟମ କରୁଛନ୍ତି। ଏଭଳି ପ୍ରଶ୍ନରେ ଖୁସି ହୋଇ ପୁଟିନ୍ ମହିଳାଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ।