Posted inଫୁରସତ

୧୨ ଘଣ୍ଟାରେ ୩୫୦ ମିଲିୟନ ବୃକ୍ଷରୋପଣ କଲେ ଇଥିଓପିଆବାସୀ

ଜଙ୍ଗଲ ଅବକ୍ଷୟ ଯୋଗୁ ବିଗୁଡୁଛି ପରିବେଶ ସନ୍ତୁଳନ। ଏହାକୁ ଠିକ୍‌ ସମୟରେ ରୋକା ନ ଗଲେ ସମସ୍ତଙ୍କ ଜୀବନ ହୋଇଯିବ ଦୁର୍ବିଷହ। ଏକଥାର ମର୍ମ ଭଲଭାବେ ବୁଝିପାରିଛନ୍ତି ଇଥିଓପିଆର ସରକାର ଓ ଜନତା। କାରଣ ଏଠାକାର ଜଙ୍ଗଲ ଅବକ୍ଷୟ ଘଟି ମାତ୍ର୪% ରହିଥିଲା। ସେଇଥିପାଇଁ ଯେବେ ଏଠାକାର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ବୃକ୍ଷରୋପଣ କଥା ଚିନ୍ତା କଲେ ସାରା ଇଥିଓପିଆବାସୀ ଆଗେଇ ଆସିଲେ ତାଙ୍କ ସହ ହାତ ମିଳାଇବାକୁ। ଆଉ ଇଥିଓପିଆବାସୀ ୧୦୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ଏକସମୟରେ ବୃକ୍ଷରୋପଣ ଆରମ୍ଭ କଲେ। ଲକ୍ଷ୍ୟ ଥିଲା ୧୨ ଘଣ୍ଟାରେ ୨୦୦ମିଲିୟନ ଚାରା ଲଗାଇବା। ହେଲେ ସମୟ ସରିବା ବେଳକୁ ସରକାରୀ ଅଧିକାରୀମାନେ ପ୍ରକାଶ କଲେ ଯେ, ରେକର୍ଡ ସ୍ତରର ୩୫୦ ମିଲିୟନରୁ ଊର୍ଦ୍ଧ୍ୱ (୩୫୩,୬୩୩,୬୬୦) ଚାରାରୋପଣ ହୋଇଛି। ଖାସ୍‌ ବୃକ୍ଷରୋପଣ ପାଇଁ ଅନେକ ସ୍କୁଲ, ସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇଥିଲା। ଯେମିତିକି ଅଧିକରୁ ଅଧିକ ଲୋକ ଏଥିରେ ଯୋଗ ଦେଇପାରିବେ। ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଆହୁରି ମଧ୍ୟ ଲକ୍ଷ୍ୟ ରଖିଛନ୍ତି ଆଗାମୀ ଦିନରେ ୪ ବିଲିୟନ ବୃକ୍ଷରୋପଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri