୧୧ ପ୍ରବାସୀଙ୍କୁ ଛତିଶଗଡ଼ ପଠାଇଲେ ସ୍ବେଚ୍ଛାସେବୀ: ଆଉ କେବେ ବାହାରକୁ କାମ ପାଇଁ ଆସିବୁ ନାହିଁ କହିଲେ ଶ୍ରମିକ

ଭଟଲି,୯ା୫(ଡି.ଏନ୍‌.ଏ.): ଦେଶରେ ମହାମାରୀ କରୋନା ଭୂତାଣୁ ଦ୍ରୁତଗତିରେ ମାଡ଼ିଚାଲିଛି। ଏଥିଲାଗି ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ଫେରାଇ ଆଣିବାର ବ୍ୟବସ୍ଥା କରିଥିବାବେଳେ ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟର ଶ୍ରମିକ ଫସି ରହିଛନ୍ତି। ସେମାନେ କାମ ଅଭାବରୁ ଖାଇବାକୁ ନ ପାଇ ନିଜ ରାଜ୍ୟକୁ ଫେରିବାର ଉଦ୍ୟମ କରୁଛନ୍ତି। ତେବେ ସେମାନଙ୍କ ଫେରିବାର କୌଣସି ବ୍ୟବସ୍ଥା ନ ଥିବାବେଳେ ସେମାନେ ବିଭିନ୍ନ ପ୍ରକାର ହଟହଟାର ସମ୍ମୁଖୀନ ହେବା ସହିତ ଚାଲିଚାଲି ନିଜ ରାଜ୍ୟକୁ ଫେରିବାର ଉଦ୍ୟମ କରୁଛନ୍ତି ା ଶନିବାର ସକାଳେ ୧୧ଜଣ ଶ୍ରମିକ ଓ ୨ଜଣ ଛୁଆ ଚାଲି ଚାଲି ଛତିଶଗଡ଼ ରାଜ୍ୟ ଚାମ୍ପା ଜିଲାକୁ ଯାଉଥିବା ଭଟଲିରେ ଦେଖିବାକୁ ମିଳିଥିଲା। ତେବେ ସେମାନେ ବିଗତ ୪ଦିନ ଧରି ଢେଙ୍କାନାଳ ଜିଲାରୁ ଚାଲି ଚାଲି ଆସି ଭଟଲିରେ ପହଞ୍ଚିଥିଲେ। ଏହା ଦେଖି ଭଟଲିର କେତେକ ଯୁବକ ସେମାନଙ୍କୁ ଅଟକାଇ ଜଳଖିଆ ଖାଇବା ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଯିବା ପାଇଁ ଦୁଇଟି ଗାଡ଼ିର ବ୍ୟବସ୍ଥା କରିଥିଲେ। ସାମାଜିକ ଦୂରତା ଅବଳମ୍ବନ କରିବା ପାଇଁ ୧୧ଜଣଙ୍କ ପାଇଁ ଦୁଇଟି ଗାଡ଼ି ବ୍ୟବସ୍ଥା କରାଯାଇଥିବା ସେହି ଯୁବକମାନେ ପ୍ରକାଶ କରିଥିଲେ। ଏହାସହିତ ସେମାନେ ଛତିଶଗଡ଼ ସୀମାରେ ପହଞ୍ଚିବା ପରେ ତାଙ୍କ ନିଜ ଗ୍ରାମରେ ଛାଡ଼ିବା ପାଇଁ ଛତିଶଗଡ଼ ରାଜ୍ୟ ସରିଆଠାରୁ ମଧ୍ୟ ଏକ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା ା ପରେ ସେମାନେ ତରଜୁଙ୍ଗା ପହଞ୍ଚିବା ପରେ ସେମାନଙ୍କକୁ ଭାଜପା ଯୁବ ରାଜ୍ୟ ସମ୍ପାଦକ ଇରାସିସ୍‌ ଆଚାର୍ଯ୍ୟ ଭେଟି ସେମାନଙ୍କୁ ସମସ୍ତଙ୍କୁ ମାସ୍କ ପିନ୍ଧାଇବା ପାଇଁ ଶୁଖିଲା ଖାଦ୍ୟ ପରିବେଷଣ କରିଥିଲେ। ଏହି ଶ୍ରମିକମାନେ ଢେଙ୍କାନାଳ ଜିଲାର ଏକ ଇଟାଭାଟିରେ କାମ କରୁଥିବା ଜଣାପଡ଼ିଥିଲା। ତେବେ ସେହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ ନିଜର ପାଠପଢ଼ା ଖର୍ଚ୍ଚ ପାଇଁ ଶ୍ରମିକ ଭାବେ କାମ କରିବାକୁ ଓଡ଼ିଶା ଆସିଥିବା କହି କାନ୍ଦୁଥିବାବେଳେ ଅନ୍ୟ ଶ୍ରମିକମାନେ ଆଉ କେବେ ମଧ୍ୟ ବାହାରକୁ କାମ କରି ଆସିବୁ ନାହିଁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲଙ୍କଠାରୁ ୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ବୌଦ୍ଧ, ୨୪।୧(ସ୍ବ.ପ୍ର): ବୌଦ୍ଧ ସହରରେ ଲୁଟପାଟ ଏକ ନିତିଦିନିଆ ଘଟଣା ପାଲଟିଛି ା କେତେବେେଳେ ଦୁର୍ବୁତ୍ତ ରାସ୍ତା ଉପରୁ ଲୁଟ କରୁଥିବା ବେଳେ ଆଉ କେତେବେଳେ...

ବିଳମ୍ବିତ ହେଉଛି ବଇଣ୍ଡା ବିକାଶ

ବଇଣ୍ଡା,୮ା୯(ଡି.ଏନ.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଭଙ୍ଗାଗଲା। ଶତାଧିକ ଦୋକାନୀ, ଉଠାଦୋକାନୀଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇ ଦିଆଗଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ...

ଧଳା ଜହର ଜାଲରେ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୧ା୮-ଢେଙ୍କାନାଳ ପାଲଟିଛି ବ୍ରାଉନ୍‌ସୁଗାର କାରବାରର ସେଫ୍‌ଜୋନ୍‌। ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି। ପୋଲିସ ଗୋଇନ୍ଦା ବିଫଳତା କାରଣରୁ ଏହି...

ଧସିଲା ପୁରୁଣା ପୋଲ ଆପ୍ରୋଚ୍‌ ରାସ୍ତା

ରସୁଲପୁର,୧୭ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ର ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଗନ୍ଧଣ ପଞ୍ଚାୟତ ଏକତଳା ଗ୍ରାମ ସହ ମଧୁବନ ଲକ୍ଷ୍ମୀ ବଜାରକୁ...

ରାସ୍ତା ମଝିରେ ଶିଶୁଙ୍କୁ ପାଠ ପଢ଼ାଇଲେ,ଖାଦ୍ୟ ଦେଲେ

ଭୋଗରାଇ,୧୬।୧୧(ଡି.ଏନ.ଏ.): ଅଙ୍ଗନୱାଡିି କର୍ମୀ ଶିଶୁମାନଙ୍କୁ ନେଇ ସ୍କୁଲ ସମ୍ମୁଖ ରାସ୍ତା ମଝିରେ ପାଠ ପଢ଼ାଇବା ଏବଂ ସେଠାରେ ସେମାନଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦେବା ଚର୍ଚ୍ଚାର ବିଷୟ...

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ଭାଜପା ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ଜୁନାଗଡ,୨୦।୯(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଗୁରବାର ଜୁନାଗଡ ଭାଜପା ପକ୍ଷରୁ ସେବା ସପ୍ତାହ ଦିବସ ପାଳନ କରାଯାଇଛି। ଏହି ଅବସରରେ ଦଳୀୟ କର୍ମକର୍ତ୍ତମାନେ...

ଭୋଟର ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ

ଭଣ୍ଡାରିପୋଖରୀ, ୨୯।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନାଆଁମୀ ଓ ନଗୁଆଁ ସମବାୟ ସମିତିରେ ନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ...

ଓଲଟିଲା ବସ୍‌: ୮ ଆହତ

ଯାଜପୁର ଅଫିସ୍‌, ୭।୧: ଯାଜପୁର ଜିଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ସକାଳ ୭ଟା ସମୟରେ...

Advertisement
Archives

Model This Week