୧୧୦ ବର୍ଷର ଶିକ୍ଷାନୁଷ୍ଠାନ ଆଜି ଅବହେଳିତ

ଜଳେଶ୍ୱର, ୧୯।୩-ସଂସ୍କୃତ ଶିକ୍ଷାର ପ୍ରସାର ଲାଗି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ବାଲେଶ୍ୱର ଜିଲା ଅଧୀନ ଜଳେଶ୍ୱର ବ୍ଲକର ଶାଳିକୋଠା ଗ୍ରାମରେ ୧୯୧୦ ମସିହାରୁ ପ୍ରତିଷ୍ଠା ହୋଇଥିବା ଶିକ୍ଷାନୁଷ୍ଠାନ ଆଜି ଅବହେଳିତ ଅବସ୍ଥାରେ ରହିଛି। ଉପାନ୍ତ ତଥା ଅନଗ୍ରସର ଇଲାକରେ ଥିବା ଏହି ଅନୁଷ୍ଠାନ ପରେ ମହାବିଦ୍ୟାଳୟରେ ପରିଣତ ହୋଇଥିଲେ ବି ଏହାର ଭିତ୍ତିଭୂମିର ବିକାଶ ହୋଇ ନାହିଁ କି ଆବଶ୍ୟକ ଶିକ୍ଷକ କର୍ମଚାରୀ ନିଯୁକ୍ତି ଦିଆଯାଉ ନାହିଁ। କ୍ରମାଗତ ଛାତ୍ର ଉପସ୍ଥାନ ହ୍ରାସ ଚିନ୍ତା ବଢାଇଛି। ବର୍ତ୍ତମାନ ୫ଟି ଶ୍ରେଣୀରେ ୮୦ରୁ କମ୍‌ ଛାତ୍ର ଥିବାରୁ ଏହାକୁ ବନ୍ଦ କରାଯିବା ଲାଗି ଯୋଜନା ଚାଲିଥିବା ଜଣାପଡିବା ପରେ ଏହା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।
ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟ ତଥା ପ୍ରଜ୍ଞାପୀଠ ଭାବେ ପରିଚିତ ଏହି ଶିକ୍ଷାନୁଷ୍ଠାନରେ ପୂର୍ବରୁ ଆଚାର୍ଯ୍ୟ(ଏମ୍‌.ଏ.) ଶ୍ରେଣୀ ଯାଏ ଶିକ୍ଷାଦାନ କରାଯାଉଥିଲା। ସରକାର ଆଚାର୍ଯ୍ୟ ଶ୍ରେଣୀ ପ୍ରତ୍ୟାହାର କରି ନେବାପରେ ଅନୁଷ୍ଠାନରେ ପ୍ରଥମା (ଷଷ୍ଠ ଶ୍ରେଣୀ )ଠାରୁ ଶାସ୍ତ୍ରୀ(ଦଶମ ଶ୍ରେଣୀ) ପର୍ଯ୍ୟନ୍ତ ଏବଂ ଯୁକ୍ତ ୨ ଓ ଯୁକ୍ତ ୩ ଶ୍ରେଣୀରେ ପାଠ ପଢାଯାଉଛି। ପରେ ଏହା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସ୍ବୀକୃତି ଲାଭ କରଛି। ଏହା ସତ୍ତ୍ୱେ କ୍ରମାଗତ ଅବହେଳାର ଶିକାର ହୋଇ ଆସିଥିବାରୁ ଏହି ୧୧୦ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର କରି ହୃତ ଗୌରବ ଫେରାଇ ଆଣିବା ସକାଶେ ଅଞ୍ଚଳବାସୀଙ୍କ ପକ୍ଷରୁ ଶରତ ଚନ୍ଦ୍ର ପରିଡା, ଦେବୀ ପଣ୍ଡା, ଭୂପତି ଚରଣ ମହାନ୍ତି, ରବିନାରାୟଣ ରଥ, ଗଣେଶ ପରିଡା ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି ା
ଉଲ୍ଲେଖନୀୟ ଯେ, ସ୍ଥାନୀୟ ଅଞ୍ଚଳର ବହୁ ସଂସ୍କୃତିପ୍ରେମୀ, ବିଦ୍ୱାନ୍‌ ତଥା ବଦାନ୍ୟ ବ୍ୟକ୍ତିମାନେ ଏକାଠି ହୋଇ ୨୦୦୮ରେ ଏକ ବଟବୃକ୍ଷ ମୂଳେ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ। ଏହାର ପରିଚାଳନ ନିମନ୍ତେ ଘର ଘର ବୁଲି ମୁଷ୍ଠି ଭିକ୍ଷା ସଂଗ୍ରହ କରାଯାଉଥିଲା। ଅନେକ ବିଶିଷ୍ଟ ପଣ୍ଡିତ କର୍ମକାଣ୍ଡୀୟ ପଦ୍ଧତି, ବୈଦିକ ମନ୍ତ୍ର, ପୂଜା ପାଠ ଓ ଯଜ୍ଞାଦିକର୍ମ ସହିତ ଧର୍ମଶାସ୍ତ୍ର ସମ୍ବନ୍ଧରେ ଏଠାରେ ବ୍ରାହ୍ମଣ ପିଲାଙ୍କୁ ଶିକ୍ଷା ଦାନ କରୁଥିଲେ। ପରବର୍ତ୍ତୀ ସମୟରେ ତା୧୪।୨।୧୯୧୦ରିଖରୁ ବିଧିବଦ୍ଧଭାବେ ନିଜସ୍ବ ସ୍ଥାନରେ ଏକ ନଡାଛପର ଘର କରାଯାଇ ପାଠପଢା ଆରମ୍ଭ ହୋଇଥିଲା। ୧୯୧୩ରେ ବିହାର-ଓଡିଶା-ବଙ୍ଗର ଶିକ୍ଷା ନିର୍ଦ୍ଦେଶକ ଜୁଆଲ୍‌ ହନ୍‌ ଏହି ବିଦ୍ୟାଳୟକୁ ସ୍ବୀକୃତି ପ୍ରଦାନ କରିଥିଲେ। ସ୍ବାଧୀନତା ପରେ ତତ୍‌କାଳୀନ ଶିକ୍ଷା ନିରୀକ୍ଷକଙ୍କ ସୁପାରିଶ କ୍ରମେ ବିଦ୍ୟାଳୟ ନିମନ୍ତେ ଆର୍ଥିକ ଅନୁଦାନ ବ୍ୟବସ୍ଥା କରାଯିବାରୁ ୧୯୭୧ରେ ଅନୁଷ୍ଠାନର ପକ୍କାଗୃହ ନିର୍ମାଣ କରାଯାଇଥିଲା। ୨୦୧୮ରେ ରାଜ୍ୟ ସରକାରଙ୍କ ଉନ୍ନୟନ ପାଣ୍ଠିରୁ ମିଳିଥିବା ସହାୟତା କ୍ରମେ ଅନୁଷ୍ଠାନର ଆଉ ୨ଟି ନୂତନ ଶ୍ରେଣୀ ଗୃହ ନିର୍ମିତ ହୋଇଥିଲା। ବିଭାଜନ ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଲଗା କାର୍ଯ୍ୟ କରୁଛି। ଅତୀତରେ ଏହି ବିଦ୍ୟାଳୟରୁ ପାଠ ପଢିି ବହୁ ଛାତ୍ରୀଛାତ୍ର ରାଜ୍ୟ ତଥା ରାଜ୍ୟ ବହାରେ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର.ଡ. ନୀଳକଣ୍ଠ ପତି, ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର.ଡ. ଅତୁଲଚନ୍ଦ୍ର ନନ୍ଦ ତଥା ସମ୍ପ୍ରତି ରେଭେନ୍ସା ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗମୁଖ୍ୟ ଡ. ଯୁଧିଷ୍ଠିର ସାହୁ ପ୍ରମୁଖ ଏଠି ଉପାଧ୍ୟାୟ ଭାବେ କାର୍ଯ୍ୟରତ ଥିଲେ। ସଂସ୍କୃତ ବିଦ୍ୟାଳୟରେ ଷଷ୍ଠରୁ ଦଶମ ମଧ୍ୟରେ ପାଠ ପଢାଇ ଅବସର ନେଉଥିବା ଶିକ୍ଷକ ଓ ପଣ୍ଡିତମାନଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଉ ନ ଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପଢାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଦେଶ ସ୍ବାଧୀନ ହେବା ବହୁପ ୂର୍ବରୁ ଏହି ଅଞ୍ଚଳରେ କୌଣସି ଶିକ୍ଷା ବ୍ୟବସ୍ଥା ନ ଥିବାବେଳେ ସାଧାରଣ ଶିକ୍ଷା ସହିତ ସଂସ୍କୃତ ଶିକ୍ଷା ପ୍ରଦାନ କରିବାରେ ଏହି ବିଦ୍ୟାଳୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହି ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନର ସୁରକ୍ଷା କରାଗଲେ ଏହା ଭବିଷ୍ୟତ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ରହିବ ବୋଲି ଡ. ଅଜିତ କୁମାର ମହାନ୍ତି, ଭୂପତି ଚରଣ ପରିଡାଙ୍କ ସମେତ ସ୍ଥାନୀୟ ବହୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ପାଣିରେ ୩୨ ପ୍ରକାର ଲୁଣ ଅଛି

ପାରାଦୀପ,୨୦ା୨ (ସ୍ବ.ପ୍ର.): ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ପାରାଦୀପରେ ଚଳିତବର୍ଷ ଚତୁର୍ଥ ପର୍ଯ୍ୟାୟ ତାଲିମ ୧୩ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଛି। ଏହି ବ୍ୟାଚ୍‌ରେ...

ଫାଇଲ୍‌ ଆସୁଛି ହେଲେ ଚେୟାର୍‌ ଖାଲି

କାଶୀନଗର, ୨୬ା୬(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକ୍‌ କାର୍ଯ୍ୟାଳୟରେ ଏବେ କର୍ମଚାରୀ ଅଭାବ ଦେଖାଦେଇଛି। ବିଭିନ୍ନ ପଦବୀରେ କେହି ଅଧିକାରୀ ନାହାନ୍ତି। ଫାଇଲ୍‌ ପରେ ଫାଇଲ୍‌ ଆସୁଛି।...

ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା

ପଟ୍ଟାଙ୍ଗି,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ...

ଜାତୀୟ ସ୍କେଟିଂରେ ଦେବାଂଶଙ୍କୁ ସ୍ବର୍ଣ୍ଣ

ଢେଙ୍କାନାଳ ଅଫିସ, ୪ା୭: ଜାତୀୟ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ରୋଲର ସ୍କେଟିଂ ପ୍ରତିଯୋଗିତାର ସବ୍‌ଜୁନିୟର ବର୍ଗ (୧୧ରୁ ୧୪ବର୍ଷ)ରେ ସ୍ବର୍ଣ୍ଣପଦକ ଜିତି ଢେଙ୍କାନାଳର ଗୌରବ ବଢ଼ାଇଛନ୍ତି ଏ.ଆର୍‌....

ବାଲଟ୍‌ ବକ୍ସ ସୁରକ୍ଷା ନେଇ ଚିନ୍ତାରେ ପ୍ରାର୍ଥୀ

ନିମାପଡ଼ା,୨୧ା୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକରେ ଗତ ୧୮ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ମତଦାନ ପରେ ବାଲଟ ବକ୍ସକୁ ନିମାପଡ଼ା ବ୍ଲକ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମରେ...

ହିତାଧିକାରୀଙ୍କ ସଂଖ୍ୟାରେ ହେରଫେର

କେନ୍ଦ୍ରାପଡ଼ା ଅଫିସ,୩୦।୮: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଡ଼କୁ ମୁହଁାଉଛି। ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ ମିଟିଂ ପ୍ରୋସିଡିଂ,...

ମରାମତି ପାଇଁ ୨ ସପ୍ତାହ

ଢେଙ୍କାନାଳ ଅଫିସ, ୭।୮: ମରଣଯନ୍ତା ପାଲଟିଥିବା ୫୫ନଂ. ଜାତୀୟ ରାଜପଥ କାମ ସରିବ କେବେ। କଟକ-ଢେଙ୍କାନାଳ-ଅନୁଗୋଳ-ସମ୍ବଲପୁର ଜିଲାବାସୀଙ୍କ ଜୀବନରେଖା ସାଜିଥିବା ଏହି ବ୍ୟସ୍ତବହୁଳ ସଡ଼କରେ କେବେ...

ଚାଲାଣ ହେଉଥିଲା ବଳଦ ବୋଝେଇ ଗାଡି: ଅଟକ ରଖିଲେ ଗ୍ରାମବାସୀ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମବାସୀ ଶୁକ୍ରବାର ଏକ ବଳଦ ଚାଲାଣ ହେଉଥିବା ଟାଟା ମ୍ୟାଜିକ୍‌ ଗାଡିକୁ ଅଟକାଇଥିଲେ। ପରେ...

Advertisement
Archives

Model This Week