୧୦ ହଜାର ଟପିଲା ‘ମୋ ପ୍ରତିଭା’ ଆବେଦନ

ଭୁବନେଶ୍ୱର,୯।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଶିଶୁଙ୍କ ସୃଜନଶୀଳତାର ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫ୍‌ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ପ୍ରତିଭା’ ଅନ୍‌ଲାଇନ୍‌ ପ୍ରତିଯୋଗିତା ଇତି ମଧ୍ୟରେ ୫ ସପ୍ତାହ ପୂରଣ କରିଛି। ଏହା ମଧ୍ୟରେ ବିଭାଗ ନିକଟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଆବେଦନ ପହଞ୍ଚତ୍ଛି। ପ୍ରବନ୍ଧ, କବିତା ଲିଖନ, ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କ ନାମ ପ୍ରତି ସପ୍ତାହରେ ଘୋଷଣା ହେଉଥିବାବେଳେ ଚଳିତ ସପ୍ତାହ ପାଇଁ ବିଜେତାଙ୍କ ନାମ ଘୋଷଣା ହୋଇଛି। ଶ୍ରେଷ୍ଠ ବିବେଚିତ ସୃଜନକଳାଗୁଡ଼ିକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡିିଜିଟାଲ୍‌ ପ୍ରଦର୍ଶନୀର ଆୟୋଜନ କରାଯିବ। ଏହାବ୍ୟତୀତ ଲକ୍‌ଡାଉନ୍‌ ଅବଧି ସରିବାପରେ ଓଡ଼ିଶା ଲଳିତ କଳା ଏକାଡେମୀ ସହଯୋଗରେ ପ୍ରତ୍ୟକ୍ଷ ପ୍ରଦର୍ଶନୀ ପାଇଁ ବିଭାଗ ତରଫରୁ ପଦକ୍ଷେପ ନିଆଯିବ। ଏଣିକି ପ୍ରତି ଶନିବାର ଦିନ ‘ମୋ ପ୍ରତିଭା’ ବିଜେତା ଓ ଅନ୍ୟ ପ୍ରତିଯୋଗୀଙ୍କ କୃତି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ପ୍ରଦର୍ଶିତ ହେବ। ପିଲାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ରେ ମଧ୍ୟ ଏହା ପ୍ରଦର୍ଶନ କରାଯିବ, ଯେଉଁଥିରେ ପିଲାମାନେ ନିଜର ଅଭିଜ୍ଞତା ସମ୍ପର୍କରେ କହିବେ।


Enter your email to get our daily news in your inbox.

All Right Reserved By Dharitri.Com

ପରିପୂର୍ଣ୍ଣା ନୃତ୍ୟ ଉତ୍ସବ ‘ନାୟିକା- ୨୦୧୯’: ଆଲୋକା କାନୁନ୍‌ଗୋଙ୍କୁ ‘ପରିପୂର୍ଣ୍ଣା’ ସମ୍ମାନ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେଶନ ପକ୍ଷରୁ ତୃତୀୟ ପରିପୂର୍ଣ୍ଣା ନୃତ୍ୟ ଉତ୍ସବ ‘ନାୟିକା-୨୦୧୯’ ମଙ୍ଗଳବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ...

ମଡର୍ନା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ତଦନ୍ତ ଆରମ୍ଭ

ନ୍ୟୁୟର୍କ, ୨୧।୧: କାଲିଫର୍ନିଆର ସାନ୍‌ ଡିଏଗୋ ଟିକା କେନ୍ଦ୍ରରେ ମଡର୍ନା କମ୍ପାନୀର କୋଭିଡ୍‌ ଟିକା ନେବା ପରେ ଅନେକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କାଲିଫର୍ନିଆ...

ଝାରପଡ଼ା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ, ଏସ୍‌ସିବି ସ୍ଥାନାନ୍ତର

ଭୁବନେଶ୍ୱର/କଟକରୋଡ,୨୨।୧(ବ୍ୟୁରୋ/ ଡି.ଏନ୍‌.ଏ.): ଭୁବନେଶ୍ୱର ଝାରପଡ଼ା ସ୍ବତନ୍ତ୍ର ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ। ସେ ଶୌଚାଳୟରେ ଇନଭର୍ଟର...

ଅଂଶୁପ୍ରଜ୍ଞାଙ୍କୁ ‘ଆର୍ଥ ହିରୋ ପୁରସ୍କାର’

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ଓଡ଼ିଶାର ବନ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ନାଟ୍‌ୱେଷ୍ଟ ଗ୍ରୁପ୍‌ ଆର୍ଥ ହିରୋ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅଂଶୁପ୍ରଜ୍ଞା ସାତକୋଶିଆର ମହାନଦୀ...

ଅସ୍ତରଙ୍ଗରେ ଭିଜିଲାନ୍ସର ଖୋଳତାଡ଼

ଅସ୍ତରଙ୍ଗ,୩।୨(ଡି.ଏନ୍‌.ଏ.): ପୁରୀ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଅସ୍ତରଙ୍ଗ ବ୍ଲକରେ ଚାରାରୋପଣ ଓ ରାଡ୍‌ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ୱର ଭିଜିଲାନ୍ସର...

୧୦ ସୁଦ୍ଧା କମିବ ପିଆଜ ଦର

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୧୦ରୁ ପିଆଜ ଦର କମିବା ସମ୍ଭାବନା ରହିଛି। କାରଣ ଇଜିପ୍ଟରୁ ସରକାର ପ୍ରାୟ ୧ ଲକ୍ଷ ୨୦ ହଜାର ଟନ୍‌...

କୃଷି ମନ୍ତ୍ରୀଙ୍କ ପାଟଣା ଗସ୍ତ: ବୁଲି ଦେଖିଲେ ଲେମନ୍‌ ଗ୍ରାସ ଚାଷ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନା ପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର ଲେମନ ଗ୍ରାସ ଚାଷ, ବାଁଉଶୁଳି ପଞ୍ଚାୟତ ଗୁଡିପୋଖରୀ ଗ୍ରାମର ଧାଡି ରୁଆ...

ବାତ୍ୟା ଭୟ ନାହିଁ, କେବଳ ବର୍ଷିବ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଆଉ ବାତ୍ୟା ଭୟ ନାହିଁ। କେବଳ ବର୍ଷିବ। ପୂର୍ବରୁ ଦଶହରା ପରେ ପରେ ରାଜ୍ୟରେ ବାତ୍ୟା ସମ୍ଭାବନା ଥିବା ନେଇ କୁହାଯାଉଥିଲା। ହେଲେ ଏବେ...

Advertisement
Archives

Model This Week