୧୦ ହଜାର ଟଙ୍କାରେ ୭ମାସର ଶିଶୁପୁତ୍ରକୁ ବିକିଲା ବାପା

ଝରିଗାଁ,୯।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୭ମାସର ଶିଶୁପୁତ୍ରକୁ ବାପା ବିକ୍ରି କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଉମରକୋଟ ବ୍ଲକ ପୂଜାରୀଗୁଡା ଗ୍ରାମର ସଂଗ୍ରାମ ଲୋହରା ପେସାରେ ଜଣେ ଜେସିବି ଅପରେଟର । ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ । ବୁର୍ଜା ଗ୍ରାମର ଜଣେ ଲୋକ ତାଙ୍କ ସମ୍ପର୍କୀୟଙ୍କ ସକାଶେ ସଂଗ୍ରାମଙ୍କୁ ତାଙ୍କ ପୁଅ ଦେବା ପାଇଁ କହିଥିଲେ। ସୋମବାର ସଂଗ୍ରାମ ନିଜ ସ୍ତ୍ରୀ ସନବାରୀ ଏବଂ ୭ ମାସର ପୁଅ ପ୍ରଶାନ୍ତଙ୍କୁ ଧରି ଉମରକୋଟ ସ୍ଥିତ ମାଆ ପେଣ୍ଡ୍ରାଣୀ ମନ୍ଦିର ନିକଟକୁ ଆସିଥିଲେ। ସେଠାରେ ସନବାରୀଙ୍କ କୋଳରୁ ଜୋର ଜବରଦସ୍ତ ଶିଶୁପୁତ୍ରକୁ ସଂଗ୍ରାମ ଛଡାଇ ନେଇ ଅନ୍ୟ ଜଣକ ହାତକୁ ବଢାଇ ଦେଇଥିଲେ। ଏ ବାବଦକୁ ସଂଗ୍ରାମଙ୍କୁ ଦଶ ହଜାର ଟଙ୍କା ମିଳିଥିଲା ବୋଲି ସେ କହିଛନ୍ତି। ଏହାପରେ ସେହି ଦିନ ସନ୍ଧ୍ୟାରେ ସଂଗ୍ରାମ ଓ ସନବାରୀ ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଡେଙ୍ଗାଗୁଡାରେ ଥିବା ଶ୍ୱଶୁର ଘରକୁ ଆସିଥିଲେ। ସେଠାରେ ପୁଅ ପ୍ରଶାନ୍ତଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲେ। ତେବେ ଉଭୟଙ୍କ କଥାରେ ତାଳମେଳ ନ ଥିବା ଯୋଗୁଁ ଶ୍ୱଶୁର ଘର ଲୋକ ସନ୍ଦେହ କରିଥିଲେ। ସନବାରୀଙ୍କୁ ତାଙ୍କ ବଡଭାଇ ଶୁକୁରାମ ଲୋହରା ମାଡ ମାରିଥିଲେ। ଏହାପରେ ସନବାରୀ ସବୁ ସତକଥା କହିଥିଲେ। ଇତି ମଧ୍ୟରେ ସଂଗ୍ରାମ ସେଠାରୁ ଦୌଡି ପଳାଇ ଆସିଥିଲେ। ପରିବାର ଲୋକେ ତାଙ୍କୁ କାବୁ କରି ଘରେ ବାନ୍ଧି ଅଟକ ରଖିଥିବା ନେଇ ସନବାରୀଙ୍କ ମାମୁ ଅଜମ୍ବର ଲୋହରା କହିଛନ୍ତି । ଏହା ପରେ ସନବାରୀ ଉମରକୋଟ ଥାନାକୁ ଯାଇ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri