୧୦ ସୁଦ୍ଧା ସିସିଟିଭି ଇନ୍‌ଷ୍ଟାଲେଶନ ସମ୍ପର୍କିତ ତଥ୍ୟ ଦେବାକୁ ନିର୍ଦ୍ଦେଶ: ରେକର୍ଡିଂ ହେବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଯେଉଁଠାରେ ସିସିଟିଭି ନ ଥିବ ସେଠାରେ ପରୀକ୍ଷା ହେବ ନାହିଁ। ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଇନ୍‌ଷ୍ଟାଲେଶନ ସମ୍ପର୍କିତ ତଥ୍ୟ ଚଳିତମାସ ୧୦ ତାରିଖ ସୁଦ୍ଧା ଦେବାକୁ ବିଭାଗ ପକ୍ଷରୁ କଲେଜଗୁଡ଼ିକୁ କୁହାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଜୁନିୟର କଲେଜଗୁଡ଼ିକୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ଲଗାଇବାରେ ବିଫଳ ହେଲେ ସେଠାରେ ପରୀକ୍ଷା କେନ୍ଦ୍ର ହେବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ କହିଛନ୍ତି। ସେ କହିଛନ୍ତି, ଏଥର ସମ୍ପୂର୍ଣ୍ଣ ପରୀକ୍ଷାକୁ ରେକର୍ଡ କରି ରଖାଯିବ। ପରୀକ୍ଷା ସମୟରେ ପାୱାର ବ୍ୟାକ୍‌ଅପ୍‌, ଇଣ୍ଟରନେଟ୍‌ କନେକଶନ୍‌ ଭଳି ସେବା ଉପଲବ୍ଧ କରାଯିବ। ସେଲଫ୍‌ ଫାଇନାନ୍ସିଂ କଲେଜଗୁଡ଼ିକରେ ପ୍ରାକ୍ଟିକାଲ୍‌ ପରୀକ୍ଷା ମଧ୍ୟ ସିସିଟିଭିରେ ରେକର୍ଡିଂ ହୋଇ ରହିବ। ସୂଚନାଯୋଗ୍ୟ, ପରୀକ୍ଷା ସମୟରେ କଲେଜଗୁଡ଼ିକରେ ଅବାଧ କପି କରାଯାଉଥିବା ଘଟଣା ନଜରକୁ ଆସିବା ପରେ ଗତବର୍ଷଠାରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ନିଷ୍ପତ୍ତି ନେଇଥିଲା। ତେବେ ଗତବର୍ଷ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରି ନ ଥିଲା। ଏବର୍ଷ କିନ୍ତୁ ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ପରିଷଦ ପକ୍ଷରୁ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଜରରେ ୫ ରାଜ୍ୟ ଫେରନ୍ତା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କାକୁ ନେଇ ପୁଣି କଟକଣା ଜାରି ହୋଇଛି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ରଦ୍ଦ ହେବ ନିଶାସକ୍ତ ଡ୍ରାଇଭରଙ୍କ ଲାଇସେନ୍ସ: ଉଲ୍ଲଂଘନକାରୀଙ୍କୁ ରାଜପଥରେ ଜଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର,୩ା୧(ବ୍ୟୁରୋ): ମଦ୍ୟପାନ କରି ଗାଡି ଚଳାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଲାଇସେନ୍ସ ରଦ୍ଦ ହେବା ସହ ଚାଳକଙ୍କୁ ଜେଲ ଯିବାକୁ ପଡିବ। ନିଶାସକ୍ତ ଡ୍ରାଇଭରଙ୍କ ଲାଇସେନ୍ସକୁ...

ଲୋକଙ୍କ ଜୀବନ ସୁରକ୍ଷା ପାଇଁ କାମ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭(ବ୍ୟୁରୋ)-ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମହାମାରୀ ମୁକାବିଲା ପାଇଁ ବିଜେଡି ବିଧାୟକମାନଙ୍କୁ ୮ ସୂତ୍ରୀ କୋଭିଡ୍‌ ମୁକାବିଲା ମନ୍ତ୍ର ଦେଇଛନ୍ତି।...

ଆଜି ଶପଥ ନେବେ ହାଇକୋର୍ଟର ନୂତନ ବିଚାରପତି

କଟକ ଅଫିସ,୧୦।୨: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ...

ଭୋଟ ପାଇଁ ୧୩ ପରିଚୟପତ୍ର, ଏକାଧିକ ପ୍ରାର୍ଥୀଙ୍କୁ ଦେଲେ ନାକଚ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଫେବୃୟାରୀ ୧୬ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର...

କମିଶନରେଟ ପୋଲିସରେ ଅଦଳବଦଳ: ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୧୭।୮(ବ୍ୟୁରୋ):କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ଼ଧରଣର ବଦଳି ହୋଇଛି। ୨ ଡିସିପିଙ୍କ ସମେତ ୧୭ ଥାନା ଅଧିକାରୀ ଓ ୫ ଏସ୍‌ଆଇଙ୍କୁ ବଦଳି କରାଯାଇଥିବା ନେଇ ସୋମବାର...

ବ୍ରିଜ୍‌ ଉପରେ ଜଳିଗଲା କାର୍‌

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଫାୟାରଷ୍ଟେଶନ ଓଭର ବ୍ରିଜ୍‌ ଉପରେ ଗୁରୁବାର ମଧ୍ୟାହ୍ନରେ ଏକ କାର୍‌ ଜଳିଯାଇଛି। ଏହି କାର୍‌ରେ ଡ୍ରାଇଭରଙ୍କ ସହ ଆଉ ୨ ଯାତ୍ରୀ ଥିଲେ। କାର୍‌ରେ...

୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ...

Advertisement
Archives

Model This Week