Posted inଖେଳ

୧୦୦ ଉଇକେଟ ନେବାରେ ମାଲିଙ୍ଗା ପ୍ରଥମ

କାଣ୍ଡି (ଶ୍ରୀଲଙ୍କା), ୭ା୯ (ଏଏଫ୍‌ପି)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ବୋଲର ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କାଣ୍ଡିଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ଗତ ରବିବାର ସେ ଶାହିଦ ଆଫ୍ରିଦିଙ୍କ ୯୭ ଉଇକେଟ ସଫଳତାକୁ ଅତିକ୍ରମ କରି ଟି୨୦େରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଥିଲେ। ମାତ୍ର ଶୁକ୍ରବାର କଲିନ୍‌ ମୁନ୍‌ରୋଙ୍କୁ ବୋଲ୍ଡ କରି ସେ ଉଇକେଟ ହାସଲରେ ଶତକ ପୂରଣ କରିଛନ୍ତି। ଏହାଥିଲା ତାଙ୍କର ୭୬ତମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ। ୩୬ ବର୍ଷୀୟ ସ୍ପିଡ୍‌ଷ୍ଟର ୪ଟି ବଲ୍‌ରେ ୪ ଉଇକେଟ ଅକ୍ତିଆର କରିବା ସହ ଏକ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ସେ ପ୍ରଥମେ କ୍ରମାଗତ ହାମିଶ ରଥରଫୋର୍ଡ, କଲିନ ଡି’ ଗ୍ରାଣ୍ଡହୋମ୍‌ ଏବଂ ରସ୍‌ ଟେଲରଙ୍କୁ ଏବଂ ପରେ ମୁନ୍‌ରୋଙ୍କୁ ଆଉଟ୍‌ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଦେଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୫।୩: ବେଙ୍ଗାଲୁରୁରେ ଖେଳାଯାଇଥିବା ପିଙ୍କ-ବଲ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବ୍ଜା କରିଛି। ତୃତୀୟ ଦିନରେ ଭାରତ...

୧୩୬,୧୬୨,୧୦୬ ଆଉ ପୁଣି ଥରେ…

ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟର ୫ମ ଦିନରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ଏବଂ ଜନି ବେୟାରଷ୍ଟୋ ଜବରଦସ୍ତ...

ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ରହିଲେ ଶାହରୁଖ

ଦୁବାଇ, ୧।୧୦: ଚଳିତ ଆଇପିଏଲ୍‌ର ଦ୍ୱାଦଶ ମୁକାବିଲାରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୩୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ...

ସଚିନଙ୍କଠାରୁ ଧୋନୀ: ଏହି ୫ ଖେଳାଳି ସେନା ପୋଷାକ ପିନ୍ଧି ଉଡାଇଥିଲେ ତ୍ରିରଙ୍ଗା

ଭାରତୀୟ କ୍ରିକେଟ ଦଳର ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ସେନାରେ ନିଜକୁ ସାମିଲ କରିଛନ୍ତି। ହେମୁ ଅଧିକାରୀ, ମହେନ୍ଦ୍ର ସିଂ ଧୋନୀ, ସଚିନ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ରଙ୍ଗାରଙ୍ଗ ଉଦ୍‌ଘାଟନ ଉତ୍ସବ ପାଇଁ ପ୍ରସ୍ତୁତି

ଗୁଆହାଟୀ,୯।୧(ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଆୟୋଜକମାନେ...

ପ୍ରଥମ ଓଭରରେ ଉନାଡକଟ୍‌ଙ୍କ ହାଟ୍ରିକ୍‌

ରାଜକୋଟ,୪।୧: ଭାରତୀୟ ଦଳ ପାଇଁ ୧୦ ବର୍ଷ ପରେ ଟେଷ୍ଟ ଖେଳିଥିବା ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି।...

ଟସ୍‌ ଜିତିଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ୍‌,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଲାଯାଉଛି। ଏହି ମ୍ୟାଚରେ ଟସ୍‌ ଜିତି ହାଇଦ୍ରାବାଦ୍‌ ପ୍ରଥମେ ବୋଳିଂ...

ମହିଳା ସିଙ୍ଗଲ୍ସ: ସେରେନା ଓହରିଲେ, ପିରୋଙ୍କୋଭା, ବୌଚାର୍ଡ ତୃତୀୟ ରାଉଣ୍ଡରେ

ପ୍ୟାରିସ୍‌,୧।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ମଧ୍ୟ ତାରକା ଖେଳାଳିମାନେ ଅଗ୍ରଗତି କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆହତ ସମସ୍ୟା ଯୋଗୁ ସେରେନା ଓ୍ବଲିୟମ୍ସ...

Advertisement
Archives

Model This Week