Posted inଖେଳ

ୟୁରୋ ହକି ଲିଗ୍‌ରେ ଖେଳିବେ ବାଲ୍ମୀକି, ହରଜିତ୍‌

ନୂଆଦିଲ୍ଲୀ,୨୪।୭(ପିଟି)- ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମୀକି ଓ ହରଜିତ ସିଂଙ୍କ ସହ ଡଚ୍‌ କ୍ଲବ ଏଚ୍‌ଜିସି ୨୦୧୯-୨୦ ସିଜନ ଲାଗି ଚୁକ୍ତି କରିଛି। କ୍ଲବ ପକ୍ଷରୁ ଏମାନେ ଆଗାମୀ ୟୁରୋ ହକି ଲିଗ୍‌ ମ୍ୟାଚ୍‌ରେ ଖେଳିବେ। ଦୁଇ ମିଡ୍‌ଫିଲ୍ଡର ଏବେ ଜାତୀୟ ଦଳର ନିୟମିତ ସଦସ୍ୟ ନୁହନ୍ତି। ବାଲ୍ମୀକି ଓ ହରଜିତ ଅକ୍ଟୋବର ୪ ତାରିଖରେ ବାର୍ସିଲୋନାଠାରେ ଇଏଚ୍‌ଏଲ୍‌ରେ ପଦାର୍ପଣ କରିବେ। ୨୭ ବର୍ଷୀୟ ବାଲ୍ମୀକି ୨୦୧୬ ଅଲିମ୍ପିକ୍ସରେ ଖେଳିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ମୋଟ ୪୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେହିଭଳି ୨୩ ବର୍ଷୀୟ ହରଜିତ ଜୁନିୟର ଭାରତୀୟ ବିଶ୍ୱକପ୍‌ ଦଳର ଅଧିନାୟକ ଥିଲେ। ଜାତୀୟ ଦଳ ଲାଗି ସେ ୫୨ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ଏହି କ୍ଲବର କୋଚ୍‌ ଦାୟିତ୍ୱରେ ଅଛନ୍ତି ପୂର୍ବତନ ଭାରତୀୟ କୋଚ୍‌ ପଲ ଭାନ ଆସ। ୨୦୧୫ରେ ତାଙ୍କୁ ୩ ବର୍ଷ ଲାଗି ନିଯୁକ୍ତ କରାଯାଇଥିଲା। ହେଲେ ହକି ଇଣ୍ଡିଆ ମୁଖ୍ୟ ନରିନ୍ଦର ବାତ୍ରାଙ୍କ ସହ ଝଗଡ଼ା ଯୋଗୁ ତାଙ୍କୁ କିଛି ମାସ ମଧ୍ୟରେ ପଦତ୍ୟାଗ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷର ସ୍ବପ୍ନ ପୂରା କଲେ ଓ୍ବାର୍ନର-ମାର୍ଶ

ଦୁବାଇ,୧୪।୧୧: ପୁଣି ଥରେ ଆଇସିସି ବିଶ୍ୱକପ୍‌ ଫାଇନାଲରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ହାତରେ ଲାଗିଛି ପରାଜୟ। ଏଥର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ...

ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ସ୍ପିନ୍‌ ବୋଲର୍‌ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ...

ଫିଲ୍ଡିଂ ସୁପରଷ୍ଟାର: ପଡ଼ିଆର ସବୁଠାରୁ ବିପଜ୍ଜନକ ସ୍ଥାନରେ ହେଉଥିଲେ ଛିଡ଼ା, ଅଡୁଆରେ ପଡ଼ୁଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୩: ବିଶ୍ୱରେ ଏଭଳି ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜର ବ୍ୟାଟିଂ ନଚେତ ବୋଲିଂ ବ୍ୟତିତ ଫିଲ୍ଡିଂକୁ ନେଇ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଜୋଣ୍ଟି...

ପାକିସ୍ତାନ ଲାଗି କର ବା ମର ସ୍ଥିତି

ଲିଡ୍ସ,୨୯।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିବା ପାକିସ୍ତାନ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ଆରମ୍ଭରୁ ୩ଟି...

ମୁମ୍ବାଇ ସମର୍ଥନରେ ବାହାରିଲା ଆର୍‌ସିବି; ପ୍ରଶଂସକ କହିଲେ ‘ଓଭରଆକ୍ଟିଂ ପାଇଁ…

ମୁମ୍ବାଇ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପାଇଁ ଏହି...

ଅଲମ୍ପିକ୍‌ରେ କରୋନା…

ଟୋକିଓ,୧୭।୭: ଜାପାନର ଟୋକିଆ ଅଲମ୍ପିକ୍‌ରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା...

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ସାଉଥମ୍ପଟନ,୭।୭: ଭାରତ ଏବଂ ଇଂଲଣ୍ଡର କ୍ରିକେଟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଖେଳାଯିବ। ଏହି ମ୍ୟାଚ ସାଉଥମ୍ପଟନରେ ଖେଳାଯିବ।...

Advertisement
Archives

Model This Week